ଅଜଣା ଗାଡ଼ିକୁ ପଛରୁ ଧକ୍କା ଦେଲା ପରିବା ବୋଝେଇ ଟ୍ରକ୍, ଚାଳକ ମୃତ

ବାଲେଶ୍ୱର ସୋର ଥାନା ଅଧୀନ ୧୬ ନମ୍ବର ଜାତୀୟ ରାଜପଥ ଚଡ଼କମରା ପୋଲ ନିକଟରେ ଘଟିଛି ଏହି ଦୁର୍ଘଟଣା। ପଶ୍ଚିମବଙ୍ଗରୁ ପରିବା ବୋଝେଇ କରି ଭୁବନେଶ୍ୱର ଅଭିମୁଖେ ଯାଉଥିଲା ଆଇଚର ଟ୍ରକ୍ । ଟ୍ରକଟି ଚଡ଼କମରା ପୋଲ ନିକଟରେ ଆଗରେ ଠିଆ ହୋଇଥିବା ଏକ ଅଜଣା ଗାଡ଼ିକୁ ପଛରୁ ଧକ୍କା ଦେଇଥିଲା । ଧକ୍କା ପରେ ଅଜଣା ଗାଡ଼ି ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ବେଳେ ଟ୍ରକ୍ ଚାଳକ ଗୁରୁତର ଆହତ ହୋଇଥିଲେ । ଖବର ପାଇ ଜାତୀୟ ରାଜପଥ ପେଟ୍ରୋଲିଂ ପୁଲିସ ଓ ସୋର ଥାନା ଏସଆଇ ପ୍ରୀତିଜିତ ମହାନ୍ତି ଘଟଣାସ୍ଥଳରେ ପହଞ୍ଚି ଚାଳକଙ୍କୁ ଉଦ୍ଧାର କରି ସୋର ଡାକ୍ତରଖାନାକୁ ନେଇଥିଲେ । ସେଠାରେ ଡାକ୍ତର ଚାଳକଙ୍କୁ ମୃତ ଘୋଷଣା କରିଥିଲେ । ମୃତ ଚାଳକଙ୍କ ପ୍ରକୃତ ପରିଚୟ ମିଳିନଥିବା ବେଳେ ସେ ପଶ୍ଚିମବଙ୍ଗ ଅଞ୍ଚଳର ବୋଲି ଜଣାପଡ଼ିଛି । ପୁଲିସ ଟ୍ରକ୍‌ଟିକୁ ଜବତ କରି ମାମଲା ରୁଜୁ କରିଛି । ଅଜଣା ଗାଡ଼ି ଓ ମୃତ ଚାଳକଙ୍କ ପରିଚୟ ନେଇ ଅଧିକ ତଦନ୍ତ ଜାରି ରହିଛି।

Leave a Reply

Your email address will not be published. Required fields are marked *