ବନ୍ୟା ଜଳରେ ଭାସି ନାବାଳକ ନିଖୋଜ

ଭଦ୍ରକ ଜିଲ୍ଲା ଧାମନଗର ମହାଦେବ ସାହିର ପଞ୍ଚମ ଶ୍ରେଣୀରେ ପଢ଼ୁଥିବା ଦଶ ବର୍ଷର ନାବାଳକ ଶୁଭ୍ରାଂଶୁ ପଣ୍ଡା ନିଖୋଜ । ସାଳନ୍ଦୀ ନଦୀର ଶାଖା ନାଳିଆ ନଦୀ ବନ୍ୟା ପାଣିରେ ଭାସିଯାଇ ନାବାଳକ ନିଖୋଜ । ଶୁଭ୍ରାଂଶୁ ତାଙ୍କ ମଝିଆ ବାପା ଏବଂ ଭଉଣୀଙ୍କ ସହିତ ଗାଁରେ ଥିବା ଦୋକାନକୁ ଯିବା ସମୟରେ ଘର ଠାରୁ କିଛି ଦୂରରେ ଏଭଳି ଅଘଟଣ ଘଟିଥିଲା ।  ମଝିଆ ବାପାଙ୍କ ହାତ ଧରି ଯିବା ବେଳେ ଅସାବଧାନତା ଯୋଗୁଁ ହାତ ଖସିଯିବାରୁ ପାଣିର ପ୍ରଖର ସୁଅରେ ଭାସିଗଲେ ଶୁଭ୍ରାଂଶୁ ।  ଗ୍ରାମବାସୀ ଖୋଜାଖୋଜି କରିଥିଲେ ବି ପିଲାର କିଛି ପତ୍ତା ମିଳିନଥିଲା । ପରବର୍ତ୍ତୀ ସମୟରେ ଓଡ୍ରାଫ ଏବଂ ଅଗ୍ନିଶମ ବାହିନୀଙ୍କୁ ଖବର ଦିଆଯାଇଥିଲା । କିନ୍ତୁ  ଓଡ୍ରାଫ ଏବଂ ଅଗ୍ନିଶମ ବାହିନୀ ଦୀର୍ଘ ସମୟ ଧରି ଖୋଜାଖୋଜି କରିବା ପରେ ମଧ୍ୟ ବିଫଳ ହୋଇଥିଲେ । ଏହାପରେ ସାରା ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି ।

Leave a Reply

Your email address will not be published. Required fields are marked *