ଘରର ସଜାସଜ୍ଜି ପାଇଁ ମନୀପ୍ଲାଣ୍ଟକୁ ସୌନ୍ଦର୍ଯ୍ୟ ପାଇଁ ରଖାଯାଇଥାଏ । ଏହା ସହ ଘରର ସୁଖ ସମୃଦ୍ଧି ପାଇଁ ମଧ୍ୟ ଏହା ରଖାଯାଇଥାଏ। ବାସ୍ତୁ ଅନୁସାରେ କେହି କେହି ହଳଦିଆ କିମ୍ବା ଶୁଖିଯାଇଥିବା ପତ୍ରକୁ ଘରର ନକାରାତ୍ମକତା ସହିତ ଯୋଡ଼ନ୍ତି, କିନ୍ତୁ ଏହା ବୈଜ୍ଞାନିକ ଭାବେ ପ୍ରମାଣିତ ନୁହେଁ।

ବାସ୍ତୁ ଶାସ୍ତ୍ରରେ ଏହାକୁ ଶୁଭ ବୋଲି ମାନାଯାଏ । ଏଭଳି ସ୍ଥିତିରେ ଯଦି ହଠାତ ଏହାର ସବୁଜ ପତ୍ରଗୁଡ଼ିକ ହଳଦିଆ ହେବାକୁ ଲାଗେ, ତେବେ ଲୋକେ ଏହାକୁ ବାସ୍ତୁ ସହ ଯୋଡ଼ିଥାନ୍ତି । ବାସ୍ତୁ ଅନୁସାରେ, ମନି ପ୍ଲାଣ୍ଟର ଖରାପ ହେଉଥିବା ଅଂଶ ଘରର ଆର୍ଥିକ ସ୍ଥିତି ଓ ସୁଖ ସମୃଦ୍ଧି ସହ ଜଡିତ ବୋଲି କୁହାଯାଇଛି । ପ୍ରତ୍ୟକ ମନି ପ୍ଲାଣ୍ଟର ପତ୍ର ହଳଦିଆ ହେବା କୌଣସି ବାସ୍ତୁ ଦୋଷର ସଙ୍କେତ ନୁହେଁ । ଗଛର ଯତ୍ନ ନେବାରେ ଅବହେଳା କିମ୍ବା ଅଧିକ ପାଣି ଦେବା ଏବଂ କମ ଆଲୋକ ମିଳିବ ଏହାର କାରଣ ହୋଇଥାଏ ।
ବାସ୍ତୁ ମାନ୍ୟତା ଅନୁସାରେ, ମନି ପ୍ଲାଣ୍ଟର ବାରମ୍ବାର ହଳଦିଆ ହେଲେ ଏହାକୁ ଆର୍ଥିକ ମାମଲାରେ ସତର୍କତାର ସଙ୍କେତ ବୋଲି ଧରାଯାଏ । ଏଭଳି ପରିସ୍ଥିତିରେ ଖର୍ଚ୍ଚ ଓ ସଞ୍ଚୟ ମଧ୍ୟରେ ସନ୍ତୁଳନ ବଜାୟ ରଖିବା ଉପରେ ଧ୍ୟାନ ଦେବା ଉଚିତ । ମନି ପ୍ଲାଣ୍ଟର ହଳଦିଆ ପତ୍ରକୁ ଦୀର୍ଘ ସମୟ ପର୍ଯ୍ୟନ୍ତ ଗଛରେ ରଖିବା ଉଚିତ ନୁହେଁ । ବିଶ୍ୱାସ କରାଯାଏ ଯେ, ଏହା ଘରର ସକାରାତ୍ମକ ପରିବେଶକୁ ପ୍ରଭାବିତ କରିଥାଏ ଏବଂ ଚାପ କିମ୍ବା କଳହର ପରିସ୍ଥିତି ବଢିପାରେ । ତେଣୁ ହଳଦିଆ ଏବଂ ସମ୍ପୂର୍ଣ ଶୁଖିଯାଇଥିବା ପତ୍ରଗୁଡିକୁ ଠିକ ସମୟରେ ଗଛରୁ ହଟାଇଦେବା ଉଚିତ । ମନି ପ୍ଲାଣ୍ଟକୁ ବାସ୍ତୁଶାସ୍ତ୍ରରେ ସମୃଦ୍ଧି, ସକାରାତ୍ମକତା ଓ ଉନ୍ନତିର ପ୍ରତୀକ ଭାବେ ମନେ କରାଯାଏ। ଘରେ ଏହାକୁ ଠିକ୍ ସ୍ଥାନରେ ରଖିବା ନେଇ କିଛି ପାରମ୍ପରିକ ବାସ୍ତୁ ବିଶ୍ୱାସ ରହିଛି। ଦକ୍ଷିଣ-ପୂର୍ବ ଦିଗରେ ମନି ପ୍ଲାଣ୍ଟ ରଖିବା ପାଇଁ ଏହି ଦିଗକୁ ବାସ୍ତୁରେ ଶୁଭ ବୋଲି ମନାଯାଏ। ଏହା ଘରେ ଧନ ଓ ସମୃଦ୍ଧି ବଢ଼ାଏ ବୋଲି ବିଶ୍ୱାସ ରହିଛି। ବାସ୍ତୁ ବିଶ୍ୱାସ ଅନୁସାରେ ଲତା ଉପରକୁ ବଢ଼ିବା ଭଲ।
ମନି ପ୍ଲାଣ୍ଟ ବାରମ୍ବାର ଖରାପ ହେଲେ କାମରେ ବାଧା ସୃଷ୍ଟି ହେବ ସହ ଉନ୍ନତି କାମ ମଧ୍ଯ ଧୀରେ ହୋଇଥାଏ। ଯଦି ଲଗାଯାଇଥିବା ଗଛ ଶୁଖିଯାଏ,ତେବେ ସେଥିରେ ପାଣି ଦେଇ ତାର ଯତ୍ନ ନେବା ଦରକାର କିମ୍ୱା ଶୁଖିଯାଇଥିବା, ହଳଦିଆ କିମ୍ବା ମରିଯାଇଥିବା ପତ୍ରକୁ ସମୟରେ କାଟିଦିଅନ୍ତୁ। ମନି ପ୍ଲାଣ୍ଟର ହଳଦିଆ ହେବାର ମୁଖ୍ଯ କାରଣ ମଧ୍ୟରୁ ଅତ୍ଯଧିକ ପାଣି ଦେବା ଅନ୍ଯତମ। ବାସ୍ତୁ ଅନୁଯାୟୀ , ମନି ପ୍ଲାଣ୍ଟ ବାରମ୍ବାର ଖରାପ ହେଲେ କାମରେ ବାଧା ସୃଷ୍ଟି ହେବ ସହ ଉନ୍ନତି ଯଦି ମାଟି ଦୀର୍ଘ ସମୟ ଯାଏଁ ଓଦା ରହେ, ତେବେ ଜଡ଼ ପର୍ଯ୍ୟନ୍ତ ଅମ୍ଳଜାନ ମିଳେ ନାହିଁ ଏବଂ ଜଡ଼ା ନଷ୍ଟ ହେବାର ଆଶଙ୍କା ବଢ଼ିଯାଏ । ତେଣୁ ପ୍ରତିଦିନ ପାଣି ଦେବା ପରିବର୍ତ୍ତେ, ମାଟିର ଉପରସ୍ତ ଶୁଖିଯିବା ପର୍ଯ୍ୟନ୍ତ ଅପେକ୍ଷା କରିବା ଭଲ । ଏହାକୁ ପାଣିରେ ରଖିଥିଲେ ନିୟମିତ ପାଣି ବଦଳାନ୍ତୁ। ଶୋଇବା ଘରେ ରଖିଲେ ଗଛଟିକୁ ସୁସ୍ଥ ରଖିବା ଓ ଅଧିକ ପାଣି ନଦେବା ଜରୁରୀ।
