ଭୟଙ୍କର ହେବ ତେଲ ସଙ୍କଟ, ବଢ଼ିପାରେ ତେଲ ଦର

ବିଶ୍ୱ ତେଲ ବଜାର ଉପରେ ଏବେ ତିନି ପଟୁ ସଙ୍କଟ ଘନେଇଛି । ପ୍ରଥମେ ହର୍ମୁଜ୍‌ ପ୍ରଣାଳୀରେ ଯାତାୟାତ ଗୁରୁତର ଭାବେ ବାଧାପ୍ରାପ୍ତ ପରେ ଏବେ ଲୋହିତ ସାଗରର ବାବ୍‌-ଏଲ୍‌-ମନ୍ଦେବ୍‌ ରୁଟ୍‌କୁ ନେଇ ମଧ୍ୟ ବଢ଼ିଛି ସୁରକ୍ଷା ଚିନ୍ତା । ଫଳରେ ସମୁଦ୍ରପଥରେ ତୈଳ ଯୋଗାଣକୁ ନେଇ ଏବେ ତିନୋଟି ବଡ଼ ବାଧା ସୃଷ୍ଟି ହୋଇଛି । ପୁରା ବିଶ୍ୱରେ ପଡିଛି ମଧ୍ୟ ପ୍ରାଚୀୟ ଯୁଦ୍ଧର ପ୍ରଭାବ । ଏହି ଘମାଘୋଟ ଲଢେଇର ପ୍ରଭାବ ବିଶ୍ୱ ତେଲ ବଜାର ଉପରେ ପଡିଛି । ଫଳରେ ଏବେ ତେଲ ସଂକଟ ତିନି ପଟୁ ଘନେଇଛି । ପ୍ରଥମେ ହର୍ମୁଜ୍‌ ପ୍ରଣାଳୀରେ ଯାତାୟାତ ଗୁରୁତର ଭାବେ ବାଧାପ୍ରାପ୍ତ ହେଲା ଏବେ ଲୋହିତ ସାଗରର ବାବ୍‌-ଏଲ୍‌-ମନ୍ଦେବ୍‌ ରୁଟ୍‌କୁ ନେଇ ମଧ୍ୟ ବଢ଼ିଛି ସୁରକ୍ଷା ଚିନ୍ତା । ସମୁଦ୍ରପଥରେ ତୈଳ ଯୋଗାଣକୁ ନେଇ ଏବେ ତିନୋଟି ଯାକ ପଥରୋଧ ହେବା ଆଶଙ୍କା ।

ପ୍ରଥମେ ହର୍ମୁଜ୍‌ ପ୍ରଣାଳୀ ଇରାନ-ଆମେରିକା ଯୁଦ୍ଧ ପରେ ବାଧାପ୍ରାପ୍ତ ହୋଇଛି ଜାହାଜ ଚଳାଚଳ । ଅର୍ଥାତ୍‌ ଗଲ୍ଫ୍‌ରୁ ତେଲ ନେଇ ବାହାରିବା ହିଁ କଷ୍ଟକର ହୋଇପଡିଛି । ଦ୍ୱିତୀୟ ରାସ୍ତା ହେଉଛି ବାବ୍‌-ଏଲ୍‌-ମନ୍ଦେବ୍‌ । ୟେମେନ୍‌ ଓ ଆଫ୍ରିକା ମଧ୍ୟରେ ଥିବା ସଂକୀର୍ଣ୍ଣ ସମୁଦ୍ରପଥ, ଯାହା ଲୋହିତ ସାଗରକୁ ଆରବ ସାଗର ସହ ଯୋଡ଼ିଥାଏ । ହୁତି ବିଦ୍ରୋହୀଙ୍କର ରଣନୈତିକ ଦ୍ୱୀପ ଓ ଉପକୂଳ ଅଞ୍ଚଳରେ ନିୟନ୍ତ୍ରଣ ବୃଦ୍ଧିତେଲ ଟ୍ୟାଙ୍କର୍‌ ପାଇଁ ଏହି ରାସ୍ତା ସଂପୂର୍ଣ୍ଣ ବିପଦପୂର୍ଣ୍ଣ । ଆଉ ତୃତୀୟଟି ହେଉଛି ସାଉଦିର ଇଷ୍ଟ-ୱେଷ୍ଟ ପାଇପ୍‌ଲାଇନ୍‌ । ପ୍ରାୟ ୧ ହାଜର ୨୦୦ କିଲୋମିଟର ଲମ୍ବା ଏହି ପାଇପ୍‌ଲାଇନ୍‌ ଗଲ୍ଫ୍‌ ଅଞ୍ଚଳର ତେଲକୁ ସାଉଦିର ପଶ୍ଚିମ ଉପକୂଳର ୟାନବୁ ବନ୍ଦରକୁ ପହଞ୍ଚାଏ । ଅର୍ଥାତ୍‌ ହର୍ମୁଜ୍‌କୁ ଏଡ଼ାଇବାର ସାଉଦିର ବିକଳ୍ପ ରାସ୍ତା । କିନ୍ତୁ ସେପ୍ଟେମ୍ବର ୧୦ରେ ଏହି ପାଇପ୍‌ଲାଇନ୍‌ରେ ହୋଇଥିବା ଡ୍ରୋନ୍‌ ଆକ୍ରମଣରେ ଇରାକର ସଂପୃକ୍ତି ଥିବା ସନ୍ଦେହ କରାଯାଉଛି । ଫଳରେ ପାଇପ୍‌ଲାଇନ୍‌କୁ ବନ୍ଦ କରିଛି ସାଉଦି । ଭାରତ ଅଶୋଧିତ ତେଲ ଆମଦାନୀ କରୁଥିବାରୁ ଅନ୍ତର୍ଜାତୀୟ ଦର ବଢ଼ିଲେ ଆମଦାନୀ ବିଲ୍‌ ଓ ମୁଦ୍ରାସ୍ଫୀତି ଉପରେ ନିଶ୍ଚୟ ବଢ଼ିବ । ତେଣୁ ଏହାର କଷ୍ଟ ଖାଉଟିଙ୍କୁ ହିଁ ଭୋଗିବାକୁ ପଡ଼ିପାରେ । ଏବେ ଓମାନ୍‌ ନିକଟରୁ ବିକଳ୍ପ ସମୁଦ୍ରପଥରେ ଏସିଆକୁ ତେଲ ପଠାଇବାର ଚେଷ୍ଟା କରୁଛି ସାଉଦି ।

Leave a Reply

Your email address will not be published. Required fields are marked *