ଓରାଙ୍ଗଉଟାନ ଉଦ୍ଧାର ଘଟଣା, ୩ ଜଣଙ୍କୁ ଉଠାଇ ନେଲା STF

ବାଲେଶ୍ୱରରୁ ଓରାଙ୍ଗଉଟାନ ଉଦ୍ଧାର ଘଟଣା । ପଶ୍ଚିମବଙ୍ଗ ଦୀଘାର ଏକ ଘରୋଇ ହୋଟେଲ ରୁ ୩ ଜଣଙ୍କୁ ଉଠାଇ ନେଲା STF ଟିମ୍ । ଅଟକ ୩ ଜଣଙ୍କୁ ଘନଘନ ପଚରାଉଚରା କରି ଘଟଣାର ଗୁମର ଖୋଲିବାକୁ ଚାଲିଛି ତଦନ୍ତ । ହୋଟେଲ ମାଲିକ ସମ୍ପୃକ୍ତି ଥିବା ସନ୍ଦେହ କରାଯାଉଛି ।

ବ୍ଲାକ ଥାର ଗାଡ଼ି ବାବଦରେ ଅଧିକ ତଥ୍ୟ ସଂଗ୍ରହ କରାଯାଉଛି । ଗତକାଲି ଓରାଙ୍ଗଉଟାନ୍ ଉଦ୍ଧାର ହୋଇଥିବା ସ୍ଥାନରୁ ମାସ୍କ ଉଦ୍ଧାର ହୋଇଥିଲା । ଏହି ମାସ୍କ କାହାର ସେନେଇ ମଧ୍ୟ ଖୋଳତାଡ଼ କରାଯାଉଛି । ଘଟଣାସ୍ଥଳରେ ବନବିଭାଗ ପକ୍ଷରୁ କ୍ଯାମ୍ପ କରାଯାଇଛି । ବନକର୍ମଚାରୀମାନେ ଦିନ ରାତି ଜଗି ରହିଛନ୍ତି ।

ଓରାଙ୍ଗଉଟାନ୍ ଆସିଲେ କେଉଁଠୁ? ରହସ୍ୟ ଖୋଲିବ STF। ତଦନ୍ତ ନିର୍ଦ୍ଦେଶ ଦେଲେ DGP । ଓଡ଼ିଶାରୁ ଓରାଙ୍ଗଉଟାନ୍ ଉଦ୍ଧାର ଘଟଣାର ଗୁମର ଖୋଲିବ STF। ଘଟଣାରେ ବିଧି ବଦ୍ଧ ଭାବେ ମାମଲା ରୁଜୁ କରି ତଦନ୍ତ କରିବାକୁ STFକୁ ନିର୍ଦ୍ଦେଶ ଦେଇଛନ୍ତି DGP ବିନୟତୋଷ ମିଶ୍ର। ଆଜି ମାମଲା ରୁଜୁ ହେବ ଏବଂ ୮ ଦିନ ମଧ୍ୟରେ ଘଟଣା ଉପରୁ ପର୍ଦ୍ଦା ଉଠିବ ବୋଲି DGP କହିଛନ୍ତି। ଓରାଙ୍ଗଉଟାନ୍ ଉଦ୍ଧାର ଘଟଣାରେ ମାମଲା ରୁଜୁ ପାଇଁ ବନ ବିଭାଗ ପକ୍ଷରୁ DGPଙ୍କୁ ଚିଠି ଲେଖାଯାଇଥିଲା।

Leave a Reply

Your email address will not be published. Required fields are marked *