ପାକିସ୍ତାନର ଖାଇବର ପଖତୁନଖ୍ୱା ପ୍ରଦେଶର କୋହାଟ ଜିଲ୍ଲାର ପୋଲିସ ଲାଇନ୍ସ ଅଞ୍ଚଳରେ ଭୟଙ୍କର ବିସ୍ଫୋରଣ । ଏହି ବିସ୍ଫୋରଣରେ ୧୫ ଜଣଙ୍କ ମୃତ୍ୟୁ ହୋଇଥିଲା ବେଳେ ୫୦ ଜଣ ଆହତ ହୋଇଛନ୍ତି । ଆଗକୁ ମୃତ୍ୟୁ ସଂଖ୍ୟା ବଢିପାରେ ବୋଲି ଅନୁମାନ କରାଯାଉଛି । ଏହି ବିସ୍ଫୋରଣ ଏକ ଆତ୍ମଘାତୀ ବିସ୍ଫୋରଣ ବୋଲି ଜଣାପଡିଛି ।

ସୂଚନାନୁଯାୟୀ, ଆଜି ପୋଲିସ ଲାଇନ୍ସ ଅଞ୍ଚଳର ଏକ ମସଜିଦ ନିକଟରେ ଆଜି ନମାଜ ସମୟରେ ବିସ୍ଫୋରଣ ଘଟିଥିଲା । ଯାହା ଦ୍ବାରା ମସିଜିଦ୍ ବାହାରେ ଗାତ ସୃଷ୍ଟି କରିଥିଲା । ଏହି ବିସ୍ଫୋରଣରେ ଆହତ ହୋଇଥିବା ବ୍ୟକ୍ତିଙ୍କ ମଧ୍ୟରେ ପୋଲିସ କର୍ମଚାରୀ ମଧ୍ୟ ରହିଛନ୍ତି । ଏହାରି ମଧ୍ୟରେ ଜିଲ୍ଲା ମୁଖ୍ୟାଳୟ ହସ୍ପିଟାଲର ମେଡିକାଲ ସୁପରିଣ୍ଟେଣ୍ଡେଣ୍ଟ ତାହିର ଅଲ୍ଲୀ ଶାହ କହିଛନ୍ତି ଯେ, ୫୦ ଜଣ ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ଏବଂ ୧୫ଟି ମୃତ ଦେହକୁ ମଧ୍ୟ ହସ୍ପିଟାଲକୁ ପଠାଯାଇଥିଲା ।
ଅନ୍ୟପଟେ ବିସ୍ଫୋରଣ ପରେ ପୋଲିସ ଲାଇନ୍ସ ଅଞ୍ଚଳରେ ଅତିରିକ୍ତ ସୁରକ୍ଷା ବାହିନୀ ମୁତୟନ କରାଯାଇଥିଲା ।
