
ମହାରାଷ୍ଟ୍ରରେ ବିକାଶକୁ ନେଇ ବଡ଼ ପଦକ୍ଷେପ । ରାଜ୍ୟର ରାୟଗଡ଼ ଜିଲ୍ଲାର ଦିଘିରେ ପ୍ରତିଷ୍ଠା ହେବ ଏକ ଗ୍ରୀନ୍ଫିଲ୍ଡ ଶିପ୍ବିଲ୍ଡିଂ ଇଣ୍ଡଷ୍ଟ୍ରିଆଲ୍ କ୍ଲଷ୍ଟର ।ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନଭିସଙ୍କ ଉପସ୍ଥିତିରେ ଏହି ବଡ଼ ପ୍ରକଳ୍ପ ପାଇଁ ବୁଝାମଣାପତ୍ର ସ୍ୱାକ୍ଷର ହୋଇଛି । ନ୍ୟାସନାଲ୍ ଶିପ୍ବିଲ୍ଡିଂ ଆଣ୍ଡ ହେଭି ଇଣ୍ଡଷ୍ଟ୍ରିଜ୍ ପାର୍କ ମହାରାଷ୍ଟ୍ର ଲିମିଟେଡ୍ ଏବଂ ମଜଗାଓଁ ଡକ୍ ଶିପ୍ବିଲ୍ଡର୍ସ ଲିମିଟେଡ୍ ମଧ୍ୟରେ ଏହି ଚୁକ୍ତି ହୋଇଛି ।ପ୍ରାୟ ୨୭ ହଜାର କୋଟି ଟଙ୍କାର ନିବେଶ ଅନୁମାନ କରାଯାଉଥିବା ଏହି ପ୍ରକଳ୍ପରୁ ପ୍ରାୟ ୯୦ ହଜାର ରୋଜଗାର ସୁଯୋଗ ସୃଷ୍ଟି ହେବାର ଆଶା ରହିଛି ।ଏହି ଶିପ୍ବିଲ୍ଡିଂ କ୍ଲଷ୍ଟର ମହାରାଷ୍ଟ୍ରରେ ଭାରୀ ଶିଳ୍ପ ଏବଂ ଜାହାଜ ନିର୍ମାଣ କ୍ଷେତ୍ରକୁ ନୂଆ ଗତି ଦେବା ସହ ମେକ୍ ଇନ୍ ଇଣ୍ଡିଆ ପଦକ୍ଷେପକୁ ମଧ୍ୟ ପ୍ରୋତ୍ସାହନ ଦେବ ବୋଲି କୁହାଯାଉଛି ।ଦିଘିରେ ଏହି ବଡ଼ ଶିଳ୍ପ ପ୍ରକଳ୍ପକୁ ନେଇ ମହାରାଷ୍ଟ୍ରରେ ନିବେଶ ଓ ରୋଜଗାରର ନୂଆ ସମ୍ଭାବନା ସୃଷ୍ଟି ହେବାକୁ ଯାଉଛି ।
