ବିଲୁପ୍ତପ୍ରାୟ ପ୍ରଜାତିର ସୁରକ୍ଷା ଓ ସଂରକ୍ଷଣ ଲାଗି ସଚେତନତା ବୃଦ୍ଧି ସକାଶେ ପ୍ରତିବର୍ଷ ସେପ୍ଟେମ୍ବର ୨୨ରେ ପାଳିତ ହୋଇଆସୁଛି ‘ ବିଶ୍ୱ ଗଣ୍ଡା ଦିବସ’। ୨୦୧୦ ମସିହାରେ ପ୍ରଥମେ ଏହି ଦିବସକୁ ଡବ୍ଲ୍ୟୁଡବ୍ଲ୍ୟୁଏଫ୍-ଦକ୍ଷିଣ ଆଫ୍ରିକା ଦ୍ୱାରା ଘୋଷଣା କରାଯାଇଥିଲା। ତେବେ ୨୦୧୧ରେ ଏହା ଏକ ବିଶ୍ୱବ୍ୟାପୀ କାର୍ଯ୍ୟକ୍ରମରେ ପରିଣତ ହୋଇଥିଲା। ଯାହାକି ଗଣ୍ଡାମାନେ ସମ୍ମୁଖୀନ ହେଉଥିବା ଶିକାର ଏବଂ ବାସସ୍ଥାନଜନିତ ବର୍ଦ୍ଧିତ ବିପଦକୁ ଉଜାଗର କରିଥିଲା।
ଆଜି ବିଶ୍ୱ ଗଣ୍ଡା ଦିବସ।ସୁରକ୍ଷା, ସଂରକ୍ଷଣ ଲାଗି ସଚେତନତାକୁ ଗୁରୁତ୍ୱ।
