ଆଜି ପବିତ୍ର ମହାଳୟା,ପିତୃ ପୁରୁଷଙ୍କୁ ଦିଆଯାଉଛି ପିଣ୍ଡଦାନ

ପୁରୀ ୧୦।୧୦ : ଆଜି ପବିତ୍ର ମହାଳୟା। ୧୫ ଦିନ ଧରି ଚାଲିଥିବା ପିତୃପକ୍ଷର ଆଜି ଶେଷ ଦିନ। ପିତୃପୁରୁଷଙ୍କୁ ଆଜି ଶ୍ରାଦ୍ଧ ଓ ପିଣ୍ତଦାନ କରିବାର ପରମ୍ପରା ରହିଛି। ଭାଦ୍ରବ କୃଷ୍ଣ ପ୍ରତିପଦା ଠାରୁ ଆରମ୍ଭ ହୋଇଥିବା ଏହି ପିତୃପକ୍ଷରେ ପିତୃ ପୁରଷମାନେ ମର୍ତ୍ତମଣ୍ତଳକୁ ଆସିଥାନ୍ତି ବୋଲି ବିଶ୍ୱାସ ରହିଛି।

ପିତୃପକ୍ଷର ପ୍ରତ୍ୟେକ ତିଥିରେ ଶ୍ରାଦ୍ଧ ଦିଆଯାଉଥିଲେ ମଧ୍ୟ ମହାଳୟାରେ ଶ୍ରାଦ୍ଧ ଓ ପିଣ୍ତଦାନ କରିବାର ବିଶେଷ ମହତ୍ତ୍ୱ ରହିଛି। ବିଶେଷ କରି ତୀର୍ଥକ୍ଷେତ୍ର ଓ ତୀର୍ଥ ପୁଷ୍କରିଣୀରେ ପିଣ୍ତଦାନ ସହ ତର୍ପଣ କରାଯାଉଥିବାରୁ ପୁରୀରେ ଏଥିପାଇଁ ବହୁତ ଭକ୍ତ ଆସି ପିଣ୍ତଦାନ କରିଛନ୍ତି। ଭକ୍ତଙ୍କ ପ୍ରବଳ ଭିଡ଼କୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର, ଜିଲ୍ଲା ଓ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ଭକ୍ତ ମାନେ ଯେଭଳି ଶୃଙ୍ଖଳିତ ଭାବେ ମହାପ୍ରଭୁଙ୍କ ଦର୍ଶନ ସହ ମହାପ୍ରସାଦ ସେବନ କରିପାରିବେ ସେନେଇ ବିଶେଷ ଦୃଷ୍ଟି ଦିଆଯାଇଛି।

Leave a Reply

Your email address will not be published. Required fields are marked *