ଖରା, ବର୍ଷା,ଶୀତ ଏମାନଙ୍କୁ ଅଟକାଇ ପାରିନି…. ସକାଳର ଚା କପ ରୁ….. ଅଫିସ ଟେବୁଲ ଯାଏଁ ଖବର ବାଣ୍ଟନ୍ତି।

ଖରା, ଶୀତ ଏପରିକି ମହାମାରୀ କରୋନା ଏମାନଙ୍କୁ ଅଟକାଇ ପାରିନାହିଁ। କୌଣସି ଯୋଦ୍ଧାଙ୍କ ଠାରୁ ଏମାନେ କମ ନୁହନ୍ତି। ବର୍ଷ ଯାକ ସବୁ ସମୟରେ ସେମାନେ ପ୍ରସ୍ତୁତ ଥାନ୍ତି ଲୋକଙ୍କ ଘରେ ଖବର କାଗଜ ପହଞ୍ଚାଇବାକୁ। ପରୋକ୍ଷରେ ଖବର ବାଣ୍ଟିବାକୁ। ଘର ଦାଣ୍ତରେ ଖବର କାଗଜ ପଡିବା ପରେ ଅନେକ ଲୋକଙ୍କର ନିଦ ଭାଙ୍ଗିଥାଏ। ଭୋର ୪ ଟାରୁ ଏମାନଙ୍କର କାମ ଆରମ୍ଭ ହୋଇ ଦିନ ୧୦ଟା ଯାଏ ଚାଲିଥାଏ। କରୋନା ଭଳି ମହାମାରୀ ସମୟରେ ସହରର ଗଳକନ୍ଦି ଓ ପ୍ରତି ଘର ବୁଲି ଖବର କାଗଜ ଦେଉଥିବାବେଳେ ଏକ ସମୂର୍ଣ୍ଣ କରୋନା ଯୋଦ୍ଧାର ଭୂମିକାରେ ଏମାନେ ଅବତୀର୍ଣ୍ଣ ହୋଇଛନ୍ତି।

ଲୋକଙ୍କ ପାଖରେ ଦେଶ‌ବିଦେଶର ଖବର ପହଞ୍ଚାଇବା ସହ ସମସ୍ତ ପ୍ରକାରର ଖବର ଓ କରୋନା ସଚେତନତାର ବାର୍ତ୍ତା ପହଞ୍ଚାଉଥିବା ବେଳେ ଏମାନଙ୍କ ପ୍ରତି ସରକାରଙ୍କର କିନ୍ତୁ ଦୃଷ୍ଟି ପଡ଼ି ନାହିଁ। ଏମାନଙ୍କୁ କରୋନା ଯୋଦ୍ଧା ଭାବେ ଘୋଷଣା ଓ ସମ୍ମାନିତ କରାଇବାକୁ ମଧ୍ୟ ସରକାର ଭୁଲି ଯାଇଛନ୍ତି। ଏମାନଙ୍କ ଦ୍ବାରା ସୂଚନା ଓ ସଚେତନତାର ବାର୍ତ୍ତା ବାଣ୍ଟିବା ସହଜ ହେଉଛି। କିନ୍ତୁ ଏମାନଙ୍କୁ କୌଣସି ପ୍ରକାର ସ୍ବତନ୍ତ୍ର ସାହାଯ୍ୟ ଅଥବା ସହଯୋଗ ଦିଆଯାଉ ନାହିଁ। ବିଶେଷ ଭାବେ କରୋନା ସମୟରେ ଏମାନେ ନିଜ ଜୀବନକୁ ବାଜି ଲଗାଇ କାର୍ଯ୍ୟ ସମ୍ପାଦନ କରୁଥିବାବେଳେ ଏମାନଙ୍କ ପ୍ରତି ଅବହେଳା ନ କରି ସ୍ବତନ୍ତ୍ର ମାନ୍ୟତା ଦେବାର ସମୟ ଆସିଛି। ସେହିଭଳି ଏହାସହ ଯୋଡି ହୋଇ ରହିଛି ଆଇନଷ୍ଟାଇନ୍, ମାର୍ଟିନ ଲୁଥର କିଙ୍ଗ୍‌ଙ୍କ ଭଳି ବ୍ୟକ୍ତିଙ୍କ ନାମ।

Leave a Reply

Your email address will not be published. Required fields are marked *