ରୁଷର ଆକ୍ରମଣରେ ଥରିଲା ୟୁକ୍ରେନ! ଭୟଙ୍କର ହେଉଛି ଯୁଦ୍ଧ

ରୁଷ-ୟୁକ୍ରେନ ଯୁଦ୍ଧରେ ଭୟଙ୍କର ହେଉଛି ସ୍ଥିତି । ୟୁକ୍ରେନର ବିଭିନ୍ନ ଅଞ୍ଚଳରେ ରୁଷ ପକ୍ଷରୁ ବଡ଼ ଧରଣର ଡ୍ରୋନ୍ ଆକ୍ରମଣ କରାଯାଇଛି । ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କିଙ୍କ ଅନୁସାରେ, ଶନିବାର ସକାଳଠାରୁ ପ୍ରାୟ ୫୦୦ ଡ୍ରୋନ୍ ମାଧ୍ୟମରେ ଆକ୍ରମଣ କରାଯାଇଛି । ଏହି ଆକ୍ରମଣରେ ଅତିକମରେ ୯ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୧୨ରୁ ଅଧିକ ଲୋକ ଆହତ ହୋଇଛନ୍ତି ।

ଆକ୍ରମଣରେ ଆବାସିକ କୋଠା ସହ ବିଭିନ୍ନ ଭିତ୍ତିଭୂମି ଓ ଶିଳ୍ପ ପ୍ରତିଷ୍ଠାନ କ୍ଷତିଗ୍ରସ୍ତ ହୋଇଛି । ଜାଇଟୋମିର, ଜାପୋରିଜିଆ, ଡିନିପ୍ରୋ ଓ କ୍ରିଭି ରିହ ଅଞ୍ଚଳରେ ମଧ୍ୟ ଆକ୍ରମଣ ହୋଇଥିବା ସୂଚନା ମିଳିଛି ।ଅନ୍ୟପକ୍ଷରେ, ରୁଷ ନିୟନ୍ତ୍ରଣରେ ଥିବା ଡୋନେଟ୍ସ୍କ ଅଞ୍ଚଳରେ ୟୁକ୍ରେନର ଡ୍ରୋନ୍ ଆକ୍ରମଣରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ରୁଷ ପକ୍ଷରୁ ଦାବି କରାଯାଇଛି ।ଆକ୍ରମଣ ଓ ପ୍ରତିଆକ୍ରମଣ ମଧ୍ୟରେ ୟୁକ୍ରେନରେ ସାଧାରଣ ନାଗରିକଙ୍କ ସୁରକ୍ଷା ନେଇ ବଢ଼ିଛି ଚିନ୍ତା ।

Leave a Reply

Your email address will not be published. Required fields are marked *