
ଆଜି ହେଉଛି ପବିତ୍ର ଗଣେଶ ପୂଜା । ଆଜି ଗଜାନନଙ୍କ ଆରାଧନାରେ ଉତ୍ସବମୁଖରେ ଓଡ଼ିଶା । ସ୍କୁଲ୍ରୁ କଲେଜ୍ ସବୁଠି ଗଣପତିଙ୍କୁ ନେଇ ଉତ୍ସାହ ଓ ଉଦ୍ଦୀପନା । ନୂଆ ପୋଷାକରେ ସଜିଛନ୍ତି ଛାତ୍ରଛାତ୍ରୀ,ବହି, ଖାତା ଓ କଲମ ରଖି ଗଣେଶଙ୍କ ଆଶୀର୍ବାଦ ମାଗୁଛନ୍ତି । ପୂଜା ମଣ୍ଡପରେ ଚୂଡ଼ାଘସା, ଖଇ, ନଡ଼ିଆ ଓ ବୁନ୍ଦିଆ ଲଡୁର ମହକ ଆଉ ତା’ ସହ ଫେରିଆସୁଛି ପିଲାଦିନର ସେହି ମିଠା ସ୍ମୃତି । ଜଟଣୀରୁ ଭୁବନେଶ୍ୱର, କଟକରୁ ରାଉରକେଲା ସବୁଠି ଗଣେଶ ପୂଜାକୁ ନେଇ ଜମୁଛି ଉତ୍ସବ । ବିଶାଳ ପେଣ୍ଡାଲ, ଆକର୍ଷଣୀୟ ତୋରଣ ଓ ଝଲମଲ ଆଲୋକସଜ୍ଜାରେ ସଜେଇ ହୋଇଛି ପୂଜା ମଣ୍ଡପ ।
