ଅପରାଧରାଜ୍ୟ ଜଟିଳ ହେଉଛି ଧାଡ଼ିଆମ୍ବ ଘଟଣା, ଗିରଫ ସ୍ବାମୀ ଙ୍କ ସ୍ତ୍ରୀ ମୃତ। ପୋଲିସ୍ ମାଡ ମାରିଥିବା ଅଭିଯୋଗ। FOCUS PLUSFebruary 24, 2022 ପାତ୍ରପୁର,୨୪/୦୨ ଜରଡ଼ା ଥାନା ଅନ୍ତର୍ଗତ ଧାଡ଼ି ଆମ୍ବ ଗ୍ରାମର ରାହାସ ଶବର ର ମୃତ୍ୟୁ ପୋଲିସ୍ ମାଡ଼ ରେ ମୃତ୍ୟୁ ହୋଇଥିବା ନେଇ ସଙ୍ଗୀନ ଅଭିଯୋଗ ଆଣିଛନ୍ତି ପରିବାର ବର୍ଗ। ଘଟଣା ରୁ ପ୍ରକାଶ ଯେ ଗତକାଲି ପାତ୍ରପୁର ବି ଡି ଓ ପ୍ରକାଶ ଚନ୍ଦ୍ର ଦାସ କୁ ଭୋଟର ତାଲିକା ରେ ନାମ ନ ଥିବା ପ୍ରତିବାଦ ରେ ଧାଡ଼ିଆମ୍ବ ଗ୍ରାମବାସୀ ଅପହରଣ କରିଥିଲେ। ପୋଲିସ୍ ଏହି ବିଷୟ କୁ ନେଇ ଦୁଇ ଜଣକୁ ଗିରଫ କରିଥିଲା। ଚକରା ଶବର କୁ ଗିରଫ କଲାବେଳେ ରାହାସ ଶବର ପ୍ରତିରୋଧ କରିବାରୁ ପୋଲିସ୍ ମାଡ ମାରିବା ସହ ରାହାସ ର ଛାତିକୁ ମାରିଥିବା ନେଇ ଚକରା ର ଭାଇ ଖଲି ଶବର ଜରଡ଼ା ଥାନା ରେ ଅଭିଯୋଗ କହିଛନ୍ତି। ଏପଟେ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ କର୍ମଚାରୀ ଙ୍କ କଲମ ଛାଡ଼ ଆନ୍ଦୋଳନ ଚାଲିଥିବା ବେଳେ ଧାଡ଼ି ଆମ୍ବ ରେ ରାହାସ ର ମୃତ୍ୟୁ ପ୍ରଶାସନ ପାଇଁ ମୁଣ୍ଡ ବ୍ୟଥା ର କାରଣ ସାଜିଛି। ଏ ନେଇ ଜରଡ଼ା ଥାନା ରେ ଏକ ଅପମୃତ୍ୟୁ ମାମଲା କରାଯାଇ ଶବ ବ୍ୟବଚ୍ଛେଦ ପାଇଁ ପଠାଯାଇଥିବା ଜଣା ପଡ଼ିଛି। ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର ରହସ୍ୟ ଜଣାପଡ଼ିବ ବୋଲି ଆଇଆଇସି ଭାବା ନନ୍ଦ ପ୍ରଧାନ ପ୍ରକାଶ କରିଛନ୍ତି।
ଯୁବକଙ୍କୁ ଗୋଡେଇ ଗୋଡେଇ ଖଣ୍ଡାରେ ଆକ୍ରମଣ ତାଳଚେର ରୁ ଆସୁଛି ବଡ଼ ଖବର।ଖଣ୍ଡାରେ ହାଣୀ ଲହୁ ଲୁହାଣ କରି ଫେରାର ହେଇଗଲା ଯୁବକ।ଆମ ଜିଲ୍ଲା ପ୍ରତନିଧି ରବୀନ୍ଦ୍ର ନାଥ ଙ୍କ ସୂଚନା ଅନୁସାରେ ତାଳଚେର…
ପ୍ରଧାନଶିକ୍ଷଙ୍କ ନାଁରେ ଅଭିଯୋଗ। ଫୋକସ ପ୍ଲସ 14/12/2022(ରାଇରଙ୍ଗପୁର ): ଏମିତି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି। ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ବ୍ଲକ ଅନ୍ତର୍ଗତ ରାଇରଙ୍ଗପୁର ଗୋଷ୍ଠୀ ଶିକ୍ଷା ଅଧିନସ୍ଥ ସାନଚମ୍ପାବୁଦା…
ବ୍ୟାଙ୍କରେ ଲିଙ୍କ ଅନିୟମିତତା ନେଇ ଗ୍ରାହକ ହଟହଟା, କର୍ମଚାରୀ ହତାଶ ଫୋକସ ପ୍ଲସ (ବେଗୁନିଆପଡା)୧୪/୦୭/୨୦୨୨: ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ଅନ୍ତର୍ଗତ ସୁମଣ୍ଡଳ ସ୍ଥିତ ବ୍ୟାଙ୍କ ଅଫ ଇଣ୍ଡିଆ ଶାଖାରେ ଅବ୍ୟବସ୍ଥା ଦେଖାଯାଇଥିବା ଜଣାପଡିଛି lଉକ୍ତ ଶାଖାରେ ଦୀର୍ଘ…