ନୂଆଦିଲ୍ଲୀ: ରବିନ୍ଦ୍ରନାଥ ଟାଗୋରଙ୍କ ଜନ୍ମବାର୍ଷିକୀରେ ବଡ଼ ଘୋଷଣା କରିଛି ଟିଏମସି । ପଶ୍ଚିମବଙ୍ଗରେ ୧୫ ବର୍ଷର ସରକାରର ଅନ୍ତ ଘଟିଥିବାବେଳେ ବିଜେପି ଉପରେ ବର୍ଷିଛନ୍ତି ମମତା ବାନାର୍ଜୀ । ସେ ବିଜେପି ବରୋଧରେ ଏକ ହେବାକୁ ଅନ୍ୟ ଦଳମାନଙ୍କୁ ଆହ୍ବାନ କରିଛନ୍ତି । ଏହାସହ ସେ କହିଛନ୍ତି କି, ବିଜେପି ବଙ୍ଗଳାରେ ବିଜେପିର ଆତଙ୍କ ଶାସନ ଆରମ୍ଭ ହୋଇଛି ।
ଏହାସହ ମମତା କହିଛନ୍ତି କି, ରବିନ୍ଦ୍ରନାଥ ଟାଗୋରଙ୍କ ଜନ୍ମବାର୍ଷିକୀ ପାଳନ କରିବା ପାଇଁ ତିନୋଟି ସ୍ଥାନର ଅନୁମତି ମାଗିଥିଲି । କିନ୍ତୁ ଅନୁମତି ମିଳିଲା ନାହିଁ । ବିଜେପି ରାଜ୍ୟରେ ଏକଛତ୍ରବାଦ ଶାସନ ଆରମ୍ଭ କରିଛି ବୋଲି କହିଛନ୍ତି । ତେବେ ମମତା କହିଛନ୍ତି କି, ମୁଁ ନିଜେ ଜଣେ ଓକିଲ । ମୁଁ ବିଜେପି ବିରୋଧରେ ଦରକାର ପଡ଼ିଲେ କେସ୍ ଲଢ଼ିବି ।
