କୁଜଙ୍ଗ ଥାନା ଅଞ୍ଚଳ ରେ ବେଆଇନ ଗଞ୍ଜେଇ କାରବାର କୁଟୀର ଶିଳ୍ପ ରେ ପରିଣତ ହୋଇଥିବାରୁ ଯୁବ ପୀଢ଼ି ଗଞ୍ଜେଇ ନିଶା ରେ ବୁଡି ରହି ନିଜ ଭବିଷ୍ୟତ କୁ ଅନ୍ଧକାର ମଧ୍ୟକୁ ଠେଲି ଦେବା ସହ ନାନାଦି ଅସାମାଜିକ କାର୍ଯ୍ୟରେ ଲିପ୍ତ ରହୁଛନ୍ତି । ଏସବୁ କୁ ଦୃଷ୍ଟି ରେ ରଖି ଜଗତସିଂହପୁର ତିର୍ତ୍ତୋଲ ଉପ ଅରୀକ୍ଷ ଅଧିକାରୀ ଅଜୟ କୁମାର ଦାସଙ୍କ ନିର୍ଦ୍ଦେଶ ମତେ କୁଜଙ୍ଗ ପୋଲିସ ପକ୍ଷରୁ ବ୍ୟାପକ ଅବକାରୀ ଚଢ଼ାଉ ଜାରି ରହିଛି। ଏହି କ୍ରମ ରେ ଲାଇସେନ୍ସ ପ୍ରାପ୍ତ ସରକାରୀ ଭାଙ୍ଗ ଦୋକାନ ରେ ଭାଙ୍ଗ ବଦଳ ରେ ବ୍ୟାପକ ଗଞ୍ଜେଇ ଓ ଗଞ୍ଜେଇ ଭର୍ତ୍ତି ସିଗାରେଟ ବିକ୍ରି ହେଉଥିବା ବିଶେଷ ସୂତ୍ରରୁ ଖବର ପାଇ କୁଜଙ୍ଗ ପୋଲିସ ଶନିବାର ଦିନ ଦୋକାନ ଉପରେ ଚଢାଉ କରି ୧ କି ଗ୍ରା ୧୪୦ ଗ୍ରାମ ର ଗଞ୍ଜେଇ ପୁଡିଆ ଓ ସିଗାରେଟ ସହ ୭୯୦ ଟଙ୍କା ଜବତ କରିବା ସହ ସେଲସ ମ୍ୟାନ ଭାବେ କାର୍ଯ୍ୟ କରୁଥିବା ଏରସମା ଥାନା ପଲିକଣ୍ଟା ଗ୍ରାମର ସୁଶାନ୍ତ କୁମାର ଜେନା(୩୯) କୁ ଗିରଫ କରିଥିଲା । ଏଠାରେ ସୂଚନାଯୋଗ୍ୟ କି ଭାଙ୍ଗ ଦୋକାନ ପଟ୍ଟା ଅନ୍ୟ ଜଣେ ବ୍ୟକ୍ତି ପାଇଥିବା ବେଳେ, ସେ କୁଜଙ୍ଗ ଥାନା ଅନ୍ତର୍ଗତ ଘୋଡ଼ାମରା ଗ୍ରାମର ନିଲୁ ଓରଫ ପୀତାମ୍ବର ଜେନା(୩୯) କୁ ଦାୟିତ୍ଵ ଦେଇଥିଲା । ନିଲୁ ଜଣେ ପେଶାଦାର ଚୋରା ଗଞ୍ଜେଇ ବେପାରୀ ହୋଇଥିବା ବେଳେ , ସେ ଭାଙ୍ଗ ବଦଳ ରେ ଗଞ୍ଜେଇ ବିକ୍ରି କରୁଥିଲା ।ଏ ସଂକ୍ରାନ୍ତ ରେ ପୋଲିସ ତଥ୍ୟ ପାଇବା ପରେ ନିଲୁ ର ଘୋଡ଼ାମରା ସ୍ଥିତ ଘରେ ଚଢ଼ାଉ କରିବାରେ ସେଠାରୁ ୨ କିଗ୍ରା ୪୪୫ ଗ୍ରାମ ଗଞ୍ଜେଇ ସମେତ ନଗଦ ୧୦ ହଜାର ଟଙ୍କା ଓ ଗଞ୍ଜେଇ ଚାଲାଣ ରେ ବ୍ୟବହୃତ ହେଉଥିବା ଓ ଡି ୩୩ ଏଏଲ ୦୨୮୮ ନମ୍ବର ଯୁକ୍ତ ଟାଟା ଟିଆଗୋ କାର ଜବତ କରିବା ସହ ନିଲୁ କୁ ଗିରଫ କରିଥିଲା ।
ପୋଲିସ ଏହି ପରିପକ୍ଷୀରେ ଅତିରିକ୍ତ ତହସିଲଦାର ପାୟଲ ପ୍ରିୟଦର୍ଶିନୀ ଏକ୍ସିକୁଟିଭି ମାଜିଷ୍ଟ୍ରେଟ ଓ କୁଜଙ୍ଗ ରାଜସ୍ବ ନିରୀକ୍ଷକ ସୁଭାସିସ ଜେନା ଙ୍କ ଉପସ୍ଥିତ ରେ କୁଜଙ୍ଗ କେନାଲ ବନ୍ଧ ରେ ଥିବା ଭାଙ୍ଗ ଦୋକାନ ଉପରେ ଚଢ଼ାଉ କରିବା ସହ ସିଲ କରିଥିଲେ ।ଏଥି ସହ 108/26ରେ କେଶ ପଞ୍ଜିକୃତ ହୋଇ ତଦନ୍ତ ଜାରିରହିଛି,ସହ ଅଭିଯୁକ୍ତ ଙ୍କୁ କୋର୍ଟ ଚାଲାଣ କରାଯାଇଛି ଏହି କାର୍ଯ୍ୟକ୍ରମରେ ଏ ସା ଇ ରଶ୍ମି ରଞ୍ଜନ ଦାସ, କୁଜଙ୍ଗ ଥାନା ଅଧିକାରୀ ସୁବାଶିଷ ଦାସ ଓ ଉପ ଆରିକ୍ଷ ଅଧିକାରୀ ଅଜୟ କୁମାର ଦାସ ପ୍ରମୁଖ ଉପସ୍ଥିତ ରହି ପ୍ରେସ ମିଟ କରିଥିଲେ .
