ଅଶ୍ଳୀଳତା ର ଭିଡ଼ରେ ବଞ୍ଚି ରହିଛି ବାଦୀ ପାଲା : ୭୦ ବର୍ଷର ପରମ୍ପରା

ଆଜିର ଆଧୁନିକ ସମାଜରେ ଯେଉଁଠି ଅଶ୍ଳୀଳ ନୃତ୍ୟ ଓ ରଙ୍ଗାରଙ୍ଗ କାର୍ଯ୍ୟକ୍ରମକୁ ଅଧିକ ପ୍ରାଧାନ୍ୟ ଦିଆଯାଉଛି, ସେଠି ଆଜି ବି ଲୋକସଂସ୍କୃତିର ଶୁଦ୍ଧ ପରମ୍ପରାକୁ ଜୀବନ୍ତ ରଖିଛି ଯାଜପୁର ଜିଲ୍ଲାର କୋରେଇ ବ୍ଲକ ଅନ୍ତର୍ଗତ ରଙ୍ଗରଙ୍ଗା ଗ୍ରାମ । ରଙ୍ଗରଙ୍ଗା ଗ୍ରାମରେ ଆଜି ବି ବଞ୍ଚି ରହିଛି ଓଡ଼ିଆ ଲୋକସାହିତ୍ୟ ଓ ସଂସ୍କୃତିର ଅମୂଲ୍ୟ ଧାରାହର ବାଦୀ ପାଲା ପରମ୍ପରା । ଦୀର୍ଘ ୭୦ ବର୍ଷରୁ ଅଧିକ ସମୟ ଧରି ଏହି ସାଂସ୍କୃତିକ କାର୍ଯ୍ୟକ୍ରମ ପିଢ଼ୀ ପରେ ପିଢ଼ୀ ଚାଲିଆସୁଛି । ଯେଉଁଠି ଅଧିକାଂଶ ସ୍ଥାନରେ ଲୋକକଳା ଧୀରେଧୀରେ ଅଦୃଶ୍ୟ ହେଉଛି, ସେଠି ରଙ୍ଗରଙ୍ଗା ଗ୍ରାମର କଳାକାରମାନେ ଆଜି ବି ସ୍ୱାଭିମାନ ସହ ବାଦୀ ପାଲାକୁ ଜୀବନ୍ତ ରଖିଛନ୍ତି । ସାମାଜିକ ସଚେତନତା, ଧାର୍ମିକ କଥାବସ୍ତୁ ଓ ନୀତିଶିକ୍ଷା ଭିତ୍ତିକ ପାଲା ପ୍ରଦର୍ଶନ ଆଜି ବି ଦର୍ଶକଙ୍କୁ ଆକର୍ଷିତ କରୁଛି।

ଏହା କେବଳ ଏକ କାର୍ଯ୍ୟକ୍ରମ ନୁହେଁ, ବରଂ ଓଡ଼ିଆ ସଂସ୍କୃତିର ଆତ୍ମାକୁ ସଂରକ୍ଷଣ କରିବାର ଏକ ସଂଘର୍ଷ । ଏମିତି ପରମ୍ପରାକୁ ପ୍ରୋତ୍ସାହନ ଓ ସରକାରୀ ସହାୟତା ମିଳିଲେ, ଆମ ଲୋକସଂସ୍କୃତି ଆଗାମୀ ପିଢ଼ୀ ପାଇଁ ଆହୁରି ସୁରକ୍ଷିତ ରହିପାରିବ ବୋଲି କମିଟିର ସଭାପତି କହିଛନ୍ତି ।

Leave a Reply

Your email address will not be published. Required fields are marked *