ପୋଲିସ ଡରରେ ଚାଲିଗଲା ନିରୀହ ଜୀବନ

  ବାପା ମାଙ୍କୁ ଥାନାରେ ଅଟକ ରଖିବାରୁ ବେକରେ ରଶି ଲଗାଇ ଝୁଲି ପଡ଼ିଲେ ପୁଅ ।

ଢେଙ୍କାନାଳ ମୋଟଙ୍ଗା ଥାନା ଅନ୍ତର୍ଗତ ନିମିଧା ବାଲିରତ୍ନପୁରୁ  ଗାଁରେ ଘଟିଛି ଘଟଣା।

୨୧ ବର୍ଷୀୟ ବେଣୁ ପାଣି ସାହୁ ଅନୁଗୁଳ ର ଜଣେ ନାବାଳିକାକୁ ପ୍ରେମକରି ଘରୁ ଲୁଚି କିଛି ଦିନ ହେବ ଚେନ୍ନାଇ ପଳାଇଥିଲେ ।ଝିଅ ଘର ଲୋକଙ୍କ ପକ୍ଷରୁ ଏତଲା ପରେ ବେଣୁର ବାପା ମାଙ୍କୁ ଅନୁଗୁଳ ସଦରଥାନା ପୋଲିସ ଦୁଇ ତିନି ଦିନ ଅଟକ ରଖିଥିଲା ।ଗତ ରାତି ଚେନ୍ନାଇ ରୁ ଫେରିବା ପରେ ପୁଅ ପୋଲିସ ଡରରେ  ଝିଅକୁ ପାଖ ଖୁଡି ଘରକୁ ପଠାଇ ଫ୍ୟାନରେ ଝୁଲି ପଡିଥିଲା .

ବେଣୁ ପାଣି ସାହୁ ପୋଲିସ କଥା ଅନୁସାରେ ଝିଅକୁ ଥାନାରେ ନେଇ ହାଜର କରାଇବାକୁ କହି ଘରକୁ ଖବର ଦେଇଥିଲେ । ପୋଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ପାଇଁ ବେଣୁ ଜୀବନ ହାରିଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି ।

ପୋଲିସି ଏଭଳି କାର୍ଯ୍ୟ କୁ ନେଇ ଗ୍ରାମ ବାସୀ ଘୋର ନିନ୍ଦା କରିଛନ୍ତି .

Leave a Reply

Your email address will not be published. Required fields are marked *