ଦକ୍ଷିଣ ଲେବାନନ ଉପରେ କଲା ବଡ ଆକ୍ରମଣ
ପଶ୍ଚିମ ଏସିଆ ରେ ଚାଲିଥିବା ଯୁଧ୍ୟରେ ଦେଖା ଦେଇଛି ପୁଣି ଅଶାନ୍ତି . ଯୁଧ୍ୟ ବିରତି ପରେ ମଧ୍ୟ ଥମୁନି ଯୁଧ୍ୟ . ଇସ୍ରାଏଲ ଭାଙ୍ଗୁଛି ନିୟମ . ଶୁକ୍ରବାର ସକାଳ ସମୟରେ ଇସ୍ରାଏଲ ଦକ୍ଷିଣ ଲେବାନନ ଉପରେ ବଡ ଧରଣର ଆକ୍ରମଣ କରିଥିବା ସୂଚନା ମିଳିଛି . ଇସ୍ରାଏଲର ଯୁଧ୍ୟ ବିମାନ ଗୁଡିକ ସକାଳ ସମୟରେ ମାର୍ଜାୟୁନ୍ ଜିଲ୍ଲାର ଟୌଲିନ୍ ସହର ରେ ଏକେ ଘର ଉପରେ ଆକ୍ରମଣ କରିଥିଲେ . ପରେ ପରେ ଟୋପା ମାଡ଼ କରାଯାଇଥିଲା . ଲେବାନନ ନ୍ୟୁଜ ଏଜେନ୍ସି ର ସୂଚନା ମୁତାବକ, ଖେରଵେଟ ସେଲମ ସହରକୁ ଟାର୍ଗେଟ କରି ଅତିରିକ୍ତ ବିମାନ ଆକ୍ରମଣ କରାଯାଇଥିଲା .
ଟାୟାର ଜିଲ୍ଲାରେ ଇସ୍ରାଏଲ ବିମାନ ମଜଦାଲ ଜାଉନ୍ର ଉପକଣ୍ଠରେ ଆକ୍ରମଣ କରିଥିଲା । ରାତିସାରା ଜେଜୀନ ଅଞ୍ଚଳର ରିହାନ ହାଇଟ୍ସ ଉପରେ ଆକ୍ରମଣ ହୋଇଥିଲା . ଏହି ଆକ୍ରମଣ ରେ ତିନି ଜଣ ଙ୍କ ମୃତ୍ୟୁ ହୋଇଛି . ଗୁରୁବାର ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ ଇସ୍ରାଏଲ ଓ ଲେବାନନ ମଧ୍ୟରେ ଯୁଧ୍ୟ ବିରତି କୁ ତିନି ସପ୍ତାହ ବୃଦ୍ଧି ଘୋଷଣା କରିବାର ମାତ୍ର କିଛି ଘଣ୍ଟା ମଧ୍ୟରେ ତେଲ ଅଭିଭ ପକ୍ଷରୁ ଏହି ଆକ୍ରମଣ ହୋଇଥିଲା . ଗତ ଏପ୍ରିଲ ଦୁଇ ତାରିଖ ରୁ ଆମେରିକା ଦୁଇ ଦେଶ ମଧ୍ୟରେ ଯୁଧ୍ୟ ବିରତି ଘୋଷଣା କରିବା ସତ୍ୱେ ଏହାର ପ୍ରଭାବ ପଡୁନଥିବା ଦେଖାଯାଉଛି . ଗତ ମାର୍ଚ୍ଚ ଦୁଇ ରୁ ଆରମ୍ଭ ହୋଇଥିବା ଏହି ଯୁଧ୍ୟ ରେ ସଂମୁଦାୟ 2200 ରୁ ଅଧିକ ଲୋକଙ୍କ ଜୀବନ ଯାଇଥିବା ସୂଚନା ମିଳିଛି .
