ଓଡିଆ ଏଚଓଡିଙ୍କ ନାଁରେ ଗୁରୁତ୍ତର ଅଭିଯୋଗ ଆଣିଲେ FM କଲେଜର ଛାତ୍ର ଛାତ୍ରୀ

  ଏଫ୍ ଏମ୍ କଲେଜ୍ ର ଓଡ଼ିଆ ବିଭାଗର ଏଚ୍ ଓ ଡି ଙ୍କ ନାଁରେ ଏକାଧିକ ଛାତ୍ରୀଙ୍କ ଗୁରୁତର ଅଭିଯୋଗ।ଛାତ୍ରୀଙ୍କୁ ପ୍ରେମ ନିବେଦନ କରୁଛନ୍ତି ଓଡିଆ ଵିଭାଗର ଏଚ୍ଚଓଡି । ଏ ନେଇ ପୂର୍ବରୁ ଜଣେ ଛାତ୍ରୀ ରିଜିଓନାଲ ଡ଼ାଇରେକ୍ଟରଙ୍କ ନିକଟରେ ଏକ ବେନାମୀ ଚିଠିରେ ଅଭିଯୋଗ କରିଥିଲେ। ପରେ ଘଟଣାର ତଦନ୍ତ କରିବା ପାଇଁ ଆଇ ସି ସି କମିଟି ଏବଂ ସମ୍ପୃକ୍ତ ପ୍ରଫେସର୍ ସନ୍ତୋଷ କୁମାର ନାୟକଙ୍କୁ ମଧ୍ୟ ଏଚ ଓ ଡି ପଦରୁ ଅନ୍ତର ରଖା ଯାଇଛି।ହେଲେ ଏବେ ତଦନ୍ତ ଚାଲିଥିବା ବେଳେ ଏଚ୍ଓ ଡି ସନ୍ତୋଷ ନାୟକ ପିଲା ମାନଙ୍କ ଦ୍ଵାରା ଏକାଧିକ ଛାତ୍ର ଛାତ୍ରୀ ମାନଙ୍କ ଫୋନ୍ ରୁ whatsapp ଚାଟ୍ ଡିଲିଟ କରୁଥିବା ଅଭିଯୋଗ ଆଣି ଛନ୍ତି ଛାତ୍ର ଛାତ୍ରୀ।   ଛାତ୍ରୀଙ୍କୁ ପ୍ରେମ ନିବେଦନ କରୁଥିବାର whatsapp ଚାଟ୍ ମଧ୍ୟ ଏବେ ଭାଇରାଲ ହେଉଛି। ତେବେ ଏଭଳି ଏକାଧିକ ଛାତ୍ରୀଙ୍କୁ ମେସେଜ କରିଥିବା ବେଳେ ଏବେ ଡରାଇ ଧମକାଇ ଛାତ୍ରୀଙ୍କ ଫୋନ୍ ରୁ ଡିଲିଟ କରାଯାଉଥିବା ଅଭିଯୋଗ କରିଛନ୍ତି ଛାତ୍ର ଛାତ୍ରୀ।  ବିଭାଗରେ ଅନେକ ଛାତ୍ର ଛାତ୍ରୀଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦେଉଥିବା କହିଛନ୍ତି ଛାତ୍ର ଛାତ୍ରୀ। ନିଜସ୍ୱ ଲିଖିତ ପୁସ୍ତକ କିଣିବା ପାଇଁ ବାଧ୍ୟ କରିବା ନଚେତ୍ ବେକ୍ ଲଗାଇ ଦେବାର ଧମକ ଦିଆ ଯାଉଛି ବୋଲି ଆଇ ସି ସି ନିକଟରେ ଅଭିଯୋଗ ହୋଇଛି। କ୍ଲାସ୍ ରେ ଘଣ୍ଟା ଘଣ୍ଟା ସମୟ ନେଇ ପାଠ ପଢ଼ାଇବା ବଦଳରେ ଅଶ୍ଳୀଳ କଥା କହୁଥିବାର ମଧ୍ୟ ଅଭିଯୋଗ ହୋଇଛି। ଏବଂ ଯେଉଁ ମାନେ ଏହାକୁ ବିରୋଧ କରନ୍ତି ତାଙ୍କୁ ଟାର୍ଗେଟ କରି ବେକ ଲଗାଇ ଦିଆ ଯାଉଥିବା ଆଇ ସି ସି ନିକଟରେ ଲିଖିତ ଅଭିଯୋଗ କରିଛନ୍ତି ।

  ପ୍ରଫେସର ସନ୍ତୋଷ ନାୟକଙ୍କ ବିରୋଧରେ ୯ଜଣ ଛାତ୍ର ଛାତ୍ରୀ ଆଇ ସି ସି ନିକଟରେ ଲିଖିତ ଅଭିଯୋଗ କରି କହିଛନ୍ତି ଆମକୁ ନ୍ୟାୟ ଦେବା ସହ ଆମ ଭବିଷ୍ୟତ ସହିତ ଖେଳା ନ ଯାଉ । ଏ ନେଇ ଆଜି ପର୍ଯ୍ୟନ୍ତ କଲେଜ କର୍ତ୍ତୃପକ୍ଷ ଅଧକ୍ଷ ଦିଲୀପ କୁମାର ଦାସ , ଆଇଶିଶି କମିଟି କି ପ୍ରଶାସନ ପକ୍ଷରୁ କୌଣସି  ପଦକ୍ଷେପ ନିଆଯାଉ ନାହିଁ ଘଟଣାକୁ ଚପାଇ ଦେବାକୁ ଚେଷ୍ଟା କରାଯାଉଥିବା ଅଭିଯୋଗ କରିଛନ୍ତି FM କଲେଜ ର ଛାତ୍ର ଛାତ୍ରୀ .

Leave a Reply

Your email address will not be published. Required fields are marked *