ଅଧିକାଂଶ ମହିଳା ନିଜ କେଶ ଝଡିବାକୁ ନେଇ ବହୁତ ଚିନ୍ତାରେ ରୁହନ୍ତି । ଅତ୍ୟଧିକ କେଶ ଝଡ଼ିବା ଯୋଗୁଁ କେଶ ପତଳା ହୋଇଯାଏ, ଯାହାକି ମୁହଁର ସୁନ୍ଦରତାକୁ କମାଇଥାଏ । ବର୍ତ୍ତମାନର ଖରାପ ଲାଇଫ୍ଷ୍ଟାଇଲ୍ ଏବଂ ଖାଇବା ଅଭ୍ୟାସ ହେତୁ ଲୋକଙ୍କ କେଶ ଝଡିବାରେ ଲାଗିଛି । ଏଭଳି ପରିସ୍ଥିତିରେ ଲୋକମାନେ ଅନେକ ଦାମୀ ତେଲ, ସାମ୍ପୁ ଏବଂ କଣ୍ଡିସନର ବ୍ୟବହାର କରନ୍ତି । କିନ୍ତୁ ଏସବୁ କରିବା ପରେ ମଧ୍ୟ କେଶ ଝାଡ଼ିବା ବନ୍ଦ ହୁଏ ନାହିଁ, ବରଂ କେଶ ଅଧିକା ଝଡ଼ିବା ସହ ଖରାପ ମଧ୍ୟ ହେଇଯାଉଛି ।

ତେବେ କେଶ ପାଇଁ କେମିକାଲ ପ୍ରଡକ୍ଟରେ ଅଧିକ ଟଙ୍କା ଖର୍ଚ୍ଚ କରିବା ପରିବର୍ତ୍ତେ, ନିଜ ରୋଷେଇ ଘରେ ଥିବା କିଛି ଜିନିଷଗୁଡିକୁ ବ୍ୟବହାର କରିବା ଉଚିତ୍ । କେବଳ କେଶ ଝଡ଼ିବା ବନ୍ଦ କରେ ନାହିଁ ବରଂ ସେମାନଙ୍କୁ ମୂଳରୁ ଷ୍ଟ୍ରଙ୍ଗ କରେ । ଯଦି ଆପଣ ମଧ୍ୟ କେଶ ଝଡ଼ିବା ସମସ୍ୟାରେ ପୀଡିତ ତେବେ ଆପଣ କିଛି ଘରୋଇ ଉପାୟ ଆପଣେଇ ନିଜ କେଶର ଯତ୍ନ କରିପାରିବେ । ତେବେ ଆସନ୍ତୁ ଏହା ବିଷୟରେ ଜାଣିବା ।
ଡାଏଟ୍ ପ୍ରତି ଧ୍ୟାନ ଦିଅନ୍ତୁ:
ସୁସ୍ଥ କେଶ ପାଇବା ପାଇଁ ନିଜ ଡାଏଟ୍ ଉପରେ ଅଧିକ ଧ୍ୟାନ ଦେବା ଉଚିତ । କାରଣ ଅନେକ ସମୟରେ ପୋଷକ ତତ୍ତ୍ୱର ଅଭାବରୁ କେଶ ଝଡ଼ିବା ସମସ୍ୟା ଦେଖାଦେଇଥାଏ । ଏଭଳି ପରିସ୍ଥିତିରେ ଯଦି ଆପଣ ହେଲଦି ଖାଦ୍ୟ ଖାଆନ୍ତି, ତେବେ ଆପଣଙ୍କ କେଶ ଝଡ଼ିବା ସମସ୍ୟା ନିଶ୍ଚୟ ଭାବରେ କମ୍ ହୋଇଯିବ ।
ଭୃସଙ୍ଗ ପତ୍ର:
କେଶର ଯତ୍ନ ପାଇଁ ଆପଣ ଭୃସଙ୍ଗ ପତ୍ର ମଧ୍ୟ ଖାଇପାରିବେ । ଭୃସଙ୍ଗ ପତ୍ର ଚୋବାଇବା ଦ୍ୱାରା କେଶର ଘନତା ବୃଦ୍ଧି ପାଇଥାଏ । ଏହା ବ୍ୟତୀତ କେଶ ବୟସ ପୂର୍ବରୁ ଧଳା ହୋଇନଥାଏ । ଭୃସଙ୍ଗ ପତ୍ରରେ ଲୌହ ଓ ଫେ।ଲିକ ଅମ୍ଳ ଉତ୍ତମ ପରିମାଣରେ ଥାଏ । ଶରୀର ପୁଷ୍ଟି ପାଇଁ ଏହା ହିତକାରୀ ।
କଞ୍ଚା ଅଁଳା:
ସକାଳୁ ଉଠି ଖାଲି ପେଟରେ କଞ୍ଚା ଅଁଳା ଖାଆନ୍ତୁ । କଞ୍ଚା ଅଁଳା ଉଭୟ ସ୍ୱାସ୍ଥ୍ୟ ଏବଂ କେଶ ପାଇଁ ବହୁତ ଭଲ । ଅଁଳାରେ ଭିଟାମିନ୍ C ମିଳିଥାଏ ଯାହା କେଶକୁ ମଜବୁତ କରିଥାଏ, ଯାହାଫଳରେ କେଶ ଝଡ଼ିବା ବହୁତ ମାତ୍ରାରେ କମ୍ ହୋଇପାରେ । ଏହା ବ୍ୟତୀତ ଅଁଳା ତ୍ୱଚା ପାଇଁ ମଧ୍ୟ ଲାଭଦାୟକ ।
ଡ୍ରାଏଫ୍ରୁଟସ୍:
କେଶର ଯତ୍ନ ନେବା ପାଇଁ ଆପଣ ସକାଳେ ଡ୍ରାଏଫ୍ରୁଟସ୍ ଖାଇପାରିବେ । ରାତିରେ ଡ୍ରାଏଫ୍ରୁଟସ୍ କୁ ପାଣିରେ ଭିଜାଇ, ସକାଳେ ଖାଲି ପେଟରେ ଖାଆନ୍ତୁ । ଡ୍ରାଏଫ୍ରୁଟସ୍ ଖାଇବା ଦ୍ୱାରା କେଶକୁ ଭିତରୁ ପୋଷଣ ମିଳିବ ଯାହାଫଳରେ ଅନେକ କେଶ ସମସ୍ୟା ଦୂର ହୋଇପାରିବ ।
