ବାଙ୍ଗିରିପୋଷି ନିର୍ବାଚନ ମଣ୍ଡଳୀ ର ଚାନ୍ଦୁଆ ଆଶ୍ରମ ବିଦ୍ୟାଳୟରେ ଘଟିଛି ଅଘଟଣ।ସେହି ଆଶ୍ରମ ବିଦ୍ୟାଳୟରେ ଜଣେ ଛାତ୍ରୀ ଗୁରୁତର ଥିବା ବେଳେ ଆଠ ଜଣ ଅଛନ୍ତି ଅସୁସ୍ଥ। ଶନିବାର ସକାଳେ ଚାରି ଜଣଙ୍କୁ କୁଳିଅଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ଅପରାହ୍ନରେ ପାଞ୍ଚ ଜଣଙ୍କୁ ଵାରିପଦା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ସମସ୍ତ ଛାତ୍ରୀଙ୍କ ପେଟ ବଥା, ମୁଣ୍ଡ ବଥା ଓ ଦୁର୍ବଳ ଲାଗୁଥିବା ଜଣାପଡ଼ିଛି। ବିଦ୍ୟାଳୟ ପରିସରରେ ଏକ ଡାକ୍ତରୀ ଟିମ୍ ପହଞ୍ଚି ଅନ୍ୟ ସମସ୍ତ ଅନ୍ତେବାସୀଙ୍କ ସ୍ୱାସ୍ଥ୍ୟ ବ୍ୟସ୍ଥା ଯାଞ୍ଚ କରୁଛନ୍ତି। ତେବେ ଡାକ୍ତରଙ୍କ ପ୍ରାଥମିକ ତଦନ୍ତରୁ ଓ ଛାତ୍ରୀଙ୍କ ବୟାନ ଅନୁସାରେ ସକାଳୁ ଆମ୍ବ ଖାଇ ହାଇ ଏସିଡିଟି ହୋଇଥିବା ସୂଚନା। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏବେ ସ୍ୱାସ୍ଥ୍ୟ ବସ୍ଥା ସ୍ଥିର ନେଇ ଡାକ୍ତର ସୂଚନା ଦେଇଛନ୍ତି। ଅସୁସ୍ଥ ଥିବା ଛାତ୍ରୀ ମାନେ ହେଲେ ୧୪ବର୍ଷୀୟ ସଙ୍ଗୀତା ସେଠୀ, ଲିଜା ସିଂ, ୧୩ ବର୍ଷୀୟ ରାଇବାରି ସୋରେନ, ଶ୍ରଦ୍ଧା ନାଏକ, ୧୨ ବର୍ଷୀୟ ସଙ୍ଗୀତା ମାରାଣ୍ଡି, ଧାନି ହାଁସଦା, ସିନଗ ମଣି ମାରାଣ୍ଡି। ଏବେ ମେଡ଼ିସିନ ୱାର୍ଡ ରେ ଦୁଇ ଜଣ ଚିକିତ୍ସା ଚାଲୁ ରହିଥିବା ବେଳେ ଅନ୍ୟ ସମସ୍ତେ ପେଡିଆଟିକ ୱାର୍ଡରେ ଚିକିତ୍ସା ଚାଲିଛି। ସାଙ୍ଗରେ ବିଦ୍ୟାଳୟର ୱାର୍ଡେନ ରହିଛନ୍ତି। ଖବରପାଇ ଘଟଣା ସ୍ଥଳରେ ପୁର୍ବତନ ରାଜସ୍ଵ ମନ୍ତ୍ରୀ ସୁଦାମ ମାରାଣ୍ଡି ପହଞ୍ଚି ସମସ୍ତ ଙ୍କର ସ୍ଵାସ୍ଥ୍ୟ ବସ୍ଥା ବୁଝିଥିବା ଦେଖା ଯାଇଛି।
ଚାନ୍ଦୁଆ ଆଶ୍ରମ ବିଦ୍ୟାଳୟ ରେ ୯ ଜଣ ଛାତ୍ରୀ ହେଲେ ଅସୁସ୍ଥ
