ଓଡ଼ିଶା ବିଧାନସଭାରେ ଆଜି ମହିଳା ସଂରକ୍ଷଣ ପ୍ରସଙ୍ଗକୁ ନେଇ ଶାସକ ଓ ବିରୋଧୀଙ୍କ ମଧ୍ୟରେ ଜୋରଦାର ତର୍କ ଦେଖିବାକୁ ମିଳିଛି । ମହିଳା ସଂରକ୍ଷଣ ପାଇଁ ଉଦ୍ଦିଷ୍ଟ ସ୍ୱତନ୍ତ୍ର ଅଧିବେଶନରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ତୀବ୍ର ସମାଲୋଚନା କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ନବୀନ ବାବୁଙ୍କ ୨୫ ବର୍ଷର ଶାସନ କାଳରେ ମହିଳାମାନେ ଅବହେଳିତ ହୋଇଥିବା ବେଳେ ଏବେ ସେ ‘କୁମ୍ଭୀର କାନ୍ଦଣା’ କାନ୍ଦୁଛନ୍ତି ବୋଲି ଶ୍ରୀମତୀ ପରିଡ଼ା କହିଛନ୍ତି । ନିଜ ଅଭିଭାଷଣରେ ଉପମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଅତୀତରେ ଦାନ ମାଝୀ ଘଟଣା ପାଇଁ ଓଡ଼ିଶା ସାରା ବିଶ୍ୱରେ ନିନ୍ଦିତ ହୋଇଥିଲା । ସେତେବେଳେ ନବୀନ ବାବୁ କ’ଣ କରୁଥିଲେ ବୋଲି ସେ ପ୍ରଶ୍ନ କରିଛନ୍ତି । ବିଜୁ ବାବୁଙ୍କ ପ୍ରତି ସମ୍ମାନ ଥିଲେ ମଧ୍ୟ ନବୀନଙ୍କ ୨୫ ବର୍ଷର ଶାସନରେ ମହିଳାଙ୍କ ପ୍ରତି ଅନ୍ୟାୟ ହୋଇଛି ଏବଂ ସେମାନଙ୍କୁ କେବଳ ଭୋଟ ବ୍ୟାଙ୍କ ଭାବେ ବ୍ୟବହାର କରାଯାଇଛି । ବିଜେଡିର ମହିଳା ପ୍ରେମ କେବଳ ଛଳନା ବୋଲି ସେ ଅଭିହିତ କରିଛନ୍ତି ।
ନବୀନଙ୍କୁ ପ୍ରଭାତୀଙ୍କ କଡା ପ୍ରହାର।
