କ୍ରିକେଟ ମ୍ୟାଚ ଉଦଘାଟିତ
କଳାହାଣ୍ଡି ଜିଲ୍ଲା ମରାମପୁର ବ୍ଲକ ରେ ପ୍ରଥମ ଥର ପାଇଁ ରାତ୍ରି କାଳୀନ କ୍ରିକେଟ ମ୍ୟାଚ ର ଉଦ୍ଘାଟନୀ ଉତ୍ସବ ଦେଖିବାକୁ ମିଳିଛି. ମରାମପୁର ମାଟିର ଗର୍ବ ଗୌରବ ସ୍ଵର୍ଗତ କିରଣ ସିଂ ଦେଓ ମେମୋରିଆଲ, କ୍ରିକେଟ ମ୍ୟାଚ ଭାବେ ଆଜି ମରାମପୁର ସ୍ଥିତ ସର୍ବପୁରାତନ ଦୁର୍ଗାମାଧବ ଉଚ୍ଚ ବିଦ୍ୟାପୀଠ ଖେଳ ପଡିଆ ରେ ଉଦଘାଟିତ ହୋଇଯାଇଛି. ଉକ୍ତ କାର୍ଯ୍ୟକ୍ରମ ରେ ସ୍ଵର୍ଗତ କିରଣ ସିଂ ଦେଓ ଙ୍କ ସୁପୁତ୍ର ତଥା ବର୍ତ୍ତମାନ ର କଳାହାଣ୍ଡି ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂ ଦେଓ ଉପସ୍ଥିତ ରହି କାର୍ଯ୍ୟକ୍ରମ ଟିକୁ ନିଜ କର କମଳ ରେ ପୁଷ୍ପ ମାଲ୍ୟ ଦେଇ ଉଦଘାଟିତ କରିଥିଲେ. ତାଙ୍କ ସହିତ ସ୍ଥାନୀୟ ବିଡ଼ିଓ, ବ୍ଲକ ଅଧ୍ୟକ୍ଷ, ଉପସ୍ଥିତ ଥିଲେ. ଏହି ରାତ୍ର ମ୍ୟାଚ ପ୍ରଥମ ଥର ପାଇଁ ମରାମପୁର ରେ ଅନୁଷ୍ଠିତ ହୋଇଥିବାରୁ ମରାମପୁର ର ଯୁବ କ୍ରୀଡା ପ୍ରେମୀ ଙ୍କ ମନ ରେ ଉତ୍କଣ୍ଠା ଦେଖିବାକୁ ମିଳିଥିଲା ଏବଂ ପଡିଆ ର ଚତୁର୍ପାଶ୍ୱ ରେ ଦର୍ଶକ ଙ୍କ ଭିଡ ଦେଖିବାକୁ ମିଳିଥିଲା.ଏହି ମ୍ୟାଚ ଆଜିଠୁ ଆରମ୍ଭ ହୋଇ ଆସନ୍ତା ଚାରି ଦିନ ପର୍ଯ୍ୟନ୍ତ ଖେଳାଯିବ.ଆଗାମୀ ଦିନ ରେ ଏହିଭଳି ରାତ୍ରି ଫୁଟବଲ ମ୍ୟାଚ ମଧ୍ୟ ଆୟୋଜନ କରାଯିବ ବୋଲି ସ୍ଥାନୀୟ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂ ଦେଓ ନିଜ ଦୃଢ଼ ମନ୍ତବ୍ୟ ଦେଇଥିଲେ.ତେବେ ଦେଖିବାକୁ ବାକି ରହିଲା ଆଗାମୀ ଦିନ ରେ ମରାମପୁର ର ଐତିହ ତଥା ସ୍ଵର୍ଗତ ଦୁର୍ଗାମାଧବ ସିଂଦେଓ ଙ୍କ ନାମ ରେ ନାମିତ ଦୁର୍ଗା ମାଧବ ଖେଳ ପଡିଆ ର ସ୍ଥାୟୀ ଆଲୋକୀକରଣ ଏବଂ ଅନ୍ୟାନ୍ୟ ଖେଳ କିଭଳି ଅନୁଷ୍ଠିତ କରାଯାଉଛି ଏବଂ ଏହି ପଡିଆ ଟିକୁ କୁ ସାରା ଓଡିଶା ରେ ପରିଚିତ କରାଯାଉଛି .
