୧୫ କୋଟିର ବିଭିନ୍ନ ପ୍ରକଳ୍ପ ଆରମ୍ଭ
କୋରେଇ ବ୍ଲକ ଅନ୍ତର୍ଗତ ରଣପୁର ଗ୍ରାମ ପଞ୍ଚାୟତ ପାଇଁ ଆଜି ଏକ ଐତିହାସିକ ଦିନ। ପାଖାପାଖି ୧୫ କୋଟି ଟଙ୍କାର ବିଭିନ୍ନ ଉନ୍ନୟନ ପ୍ରକଳ୍ପର ଶିଳାନ୍ୟାସ ଓ ଶୁଭ ଉଦ୍ଘାଟନ କରିଛନ୍ତି ବିଧାୟକ ଆକାଶ ଦାସ ନାୟକ।
କାର୍ଯ୍ୟକ୍ରମର ଆରମ୍ଭରେ ରଣପୁର ରାଜସ୍ୱ ନିରୀକ୍ଷକଙ୍କ ନୂତନ କାର୍ଯ୍ୟାଳୟ ନିର୍ମାଣର ଶିଳାନ୍ୟାସ କରାଯାଇଥିଲା। ଏହା ପରେ ରଣପୁର ସ୍ୱାସ୍ଥ୍ୟ ଓ ଆରୋଗ୍ୟ ଉପକେନ୍ଦ୍ର ନିର୍ମାଣ ପ୍ରକଳ୍ପର ଶିଳାନ୍ୟାସ ହୋଇଥିଲା।
ତାପରେ ଚିଙ୍ଗୁଡିପୁର ରାଧାକୃଷ୍ଣ କମ୍ୟୁନିଟି ସେଣ୍ଟରର ଶୁଭ ଉଦ୍ଘାଟନ ସହିତ ସାଆଁଳା ଗ୍ରାମ୍ୟ ଉନ୍ନୟନ ରାସ୍ତାର ପ୍ରଶସ୍ତିକରଣ ଓ ଉନ୍ନତିକରଣ ପାଇଁ ଶିଳାନ୍ୟାସ କରାଯାଇଥିଲା।
ଶେଷରେ ରଣପୁର ଠାରୁ ଶବରସାହି ପର୍ଯ୍ୟନ୍ତ ବୈତରଣୀ ନଦୀର ଡାହାଣ ପାର୍ଶ୍ୱ ନଦୀବନ୍ଧ ସୁଦୃଢ଼ୀକରଣ ପ୍ରକଳ୍ପର ମଧ୍ୟ ଶିଳାନ୍ୟାସ କରାଯାଇ, ଅଞ୍ଚଳବାସୀଙ୍କ ମଧ୍ୟରେ ନୂଆ ଆଶା ସୃଷ୍ଟି କରିଛି।
ଏହି ବୃହତ୍ କାର୍ଯ୍ୟକ୍ରମରେ ହଜାର ହଜାର କର୍ମୀ ଓ ସମର୍ଥକ ଯୋଗଦାନ କରିଥିବାବେଳେ, ସମସ୍ତଙ୍କ ପାଇଁ ଖାଦ୍ୟ ଓ ପାନୀୟ ଜଳର ସୁଚାରୁ ବ୍ୟବସ୍ଥା ମଧ୍ୟ କରାଯାଇଥିଲା।
ଉନ୍ନୟନର ଏହି ପଦକ୍ଷେପ ରଣପୁର ଓ ପାଖାପାଖି ଅଞ୍ଚଳର ସାମଗ୍ରିକ ବିକାଶକୁ ନୂଆ ଗତି ଦେବ ବୋଲି ସ୍ଥାନୀୟ ଲୋକେ ଆଶା ପ୍ରକାଶ କରିଛନ୍ତି।
