ତୃତୀୟ ଶ୍ରେଣୀ ଛାତ୍ରଙ୍କର କୃତିତ୍ୱ । ରାଜ୍ୟସ୍ତରୀୟ ଗଣିତ ପ୍ରତିଭା ପରୀକ୍ଷାରେ ସମଗ୍ର ଓଡ଼ିଶାରେ ସପ୍ତମ ସ୍ଥାନ ଅଧିକାର କରି ସ୍କୁଲ୍ ଓ ବ୍ଲକ୍ ର ଗୌରବ ବଢାଇଛନ୍ତି ଛାତ୍ର । ସରସ୍ୱତୀ ଶିଶୁ ମନ୍ଦିର, ବଳରାମପୁର ସ୍କୁଲ୍ ର ତୃତୀୟ ଶ୍ରେଣୀ ଛାତ୍ର ଜଗତକଲ୍ୟାଣ ଭୂୟାଁ। ଶିକ୍ଷା ବିକାଶ ସମିତି ଓଡିଶାଙ୍କ ଦ୍ଵାରା ପରିଚାଳିତ ଶ୍ରୀ ଭାରତୀକୃଷ୍ଣ ଗଣିତ ପ୍ରତିଭା ପରୀକ୍ଷାରେ ବାଲେଶ୍ବର ଜିଲ୍ଲା ବାଲିଆପାଳ ବ୍ଲକ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ବଳରାମପୁର ର ଛାତ୍ର ଶ୍ରୀମାନ୍ ଜଗତକଲ୍ୟାଣ ଭୂୟାଁ ସାରା ଓଡ଼ିଶାରେ ୭ମ ସ୍ଥାନ ଅଧିକାର କରିଛନ୍ତି, ନିଜର କଠିନ ଅଧ୍ୟବସାୟ ଅଦମ୍ୟ ଚେଷ୍ଟା ସର୍ବୋପରି ପିତା ମାତାଙ୍କ ସହଯୋଗ ଓ ପ୍ରେରଣା ତାଙ୍କୁ ଏ ସଫଳତା ଆଣି ଦେଇପାରିଛି, ତାଙ୍କର ଏ ସଫଳତା ଶିଶୁ ମନ୍ଦିର ର ପ୍ରଧାନ ଆଚାର୍ଯ୍ୟ ଶ୍ରୀ ହରିହର ପଣ୍ଡା ତଥା ସମସ୍ତ ଗୁରୁଜୀ ଗୁରୁମା ଙ୍କ ସମେତ ତାଙ୍କ ବାପା, ମା,ବଡ଼ବାପା ବଡ ମାଆ ଙ୍କ ଅକ୍ଲାନ୍ତ ପରିଶ୍ରମ ଯୋଗୁଂ ସମ୍ଭବ ହୋଇ ପାରିଛି, ଶିଶୁ ମନ୍ଦିରର ପରିଚାଳନା ସମିତି ତଥା ଅବିଭାବକ ଏବଂ ବୁଦ୍ଧିଜୀବିଙ୍କ ମହଲରେ ଜଗତକଲ୍ୟାଣ ଙ୍କ ସଫଳତା ପାଂଇ ଶୁଭେଚ୍ଛାର ସୁଅ ଛୁଟିଛି, ସମସ୍ତେ ତାଙ୍କର ଉଜ୍ବଳ ଭବିଷ୍ଯତ ଏବଂ ଉତ୍ତରୋତ୍ତର ଉନ୍ନତି କାମନା କରିଛନ୍ତି ।
ଶ୍ରୀ ଭାରତୀକୃଷ୍ଣ ଗଣିତ ପ୍ରତିଭା ପରୀକ୍ଷାରେ ସମଗ୍ର ଓଡିଶା ରେ ସପ୍ତମ ସ୍ଥାନ ଅଧିକାର କଲେ ବଳରାମପୁର ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ଛାତ୍ର
