ଦିନକୁ ଦିନ ସୁନାର ମୂଲ୍ୟ ବଢୁଥିବା ବେଳେ, ଆଜି ସୁନା ଦର କମିଥିବା ବେଳେ ରୂପା ଦର ସ୍ଥିର ରହିଛି । ସୁନାର ମୂଲ୍ୟ ବଢ଼ୁଥିବାରୁ ଲୋକେ କିଣିବାକୁ ଭୟ କରୁଛନ୍ତି । କିନ୍ତୁ ଆଜି ଭାରତୀୟ ବଜାରରେ ସୁନାର ଦର କମିଛି । ଗହଣା କିଣିବା ପୂର୍ବରୁ ନଜର ପକାନ୍ତୁ କେଉଁ ସହରରେ କେତେ ରହିଛି ସୁନା ଦର । ଆଜି ଭାରତୀୟ ବଜାରରେ ୨୪ କ୍ୟାରେଟ ସୁନାର ମୂଲ୍ୟ ୧,୪୨,୯୧୦ ଟଙ୍କା ରହିଛି । ସେହିପରି ୨୨ କ୍ୟାରେଟ ସୁନା ମୂଲ୍ୟ ୧,୩୧,୦୦୦ ଟଙ୍କା ରହିଛି ।

ସେହିପରି ରାଜଧାନୀ ଭୁବନେଶ୍ୱରରେ ୨୪ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୧,୪୨,୯୧୦ ଟଙ୍କା ରହିଥିବା ବେଳେ ୨୨ କ୍ୟାରେଟ ସୁନାର ମୂଲ୍ୟ ୧,୩୧,୦୦୦ ଟଙ୍କାକୁ ପହଞ୍ଚିଛି । ମୁମ୍ବାଇରେ ୨୪ କ୍ୟାରେଟ ସୁନାର ମୂଲ୍ୟ ୧,୪୨,୯୧୦ ଟଙ୍କା ଓ ୨୨ କ୍ୟାରେଟ ସୁନାର ମୂଲ୍ୟ ୧,୩୧,୦୦୦ ଟଙ୍କା ରହିଛି । ନୂଆଦିଲ୍ଲୀରେ ୨୪ କ୍ୟାରେଟ ସୁନାର ଦର ୧,୪୩,୦୬୦ ଟଙ୍କା ଓ ୨୨ କ୍ୟାରେଟ ୧,୩୧,୧୫୦ ଟଙ୍କା ରହିଛି । ଦକ୍ଷିଣ ଭାରତର ପ୍ରମୁଖ ସହର ଚେନ୍ନାଇରେ ୨୪ କ୍ୟାରେଟ ସୁନା ମୂଲ୍ୟ ୧,୪୪,୦୦୦ ଟଙ୍କା ଥିବା ବେଳେ ୨୨ କ୍ୟାରେଟ ସୁନା ମୂଲ୍ୟ ୧,୩୨,୦୦୦ ଟଙ୍କା ରହିଛି । ପୂର୍ବ ଭାରତର ପ୍ରମୁଖ ସହର କୋଲକାତାରେ ଯଥାକ୍ରମେ ୨୪ କ୍ୟାରେଟ ସୁନା ମୂଲ୍ୟ ୧,୪୨,୯୧୦ ଓ ୨୨ କ୍ୟାରେଟ ସୁନା ମୂଲ୍ୟ ୧,୩୧,୦୦୦ ଟଙ୍କା ରହିଛି । ଅନ୍ୟପଟେ ରୁପା ମୂଲ୍ୟ କିଲୋ ପିଛା ୨,୩୫,୦୦୦ ଟଙ୍କା ହୋଇଛି ।
