ସୋଫିଆ ଭୋଟ ଦେଇଥିବାରୁ ଧନ୍ୟବାଦ ଜଣାଇଲେ ଦିଲ୍ଲୀପ

ମହମ୍ମଦ ମୋକିମ ଓ ବିଧାୟିକା ସୋଫିଆ ଫିରଦୋଷଙ୍କୁ ଭେଟିଲେ ରାଜ୍ୟସଭା ସାଂସଦ ଦିଲ୍ଲୀପ ରାୟ । ମୋକିମଙ୍କ ବାସଭବନରେ ସାକ୍ଷାତ କଲେ ଦିଲ୍ଲୀପ ରାୟ । ସୋଫିଆ ଭୋଟ ଦେଇଥିବାରୁ ଧନ୍ୟବାଦ ଦେବାକୁ ଆସିଥିବା ସେ କହିଛନ୍ତି । ମୋକିମ ଓ ସୋଫିଆଙ୍କ ସହଯୋଗରେ ଜିତିଲି ବୋଲି କହିଲେ ଦିଲ୍ଲୀପ ରାୟ । ଏହା କୌଣସି ରାଜନୈତିକ ଗସ୍ତ ନୁହେଁ। ଦିଲ୍ଲୀପ ରାୟଙ୍କ ସହିତ ସମ୍ପର୍କ ବହୁ ପୁରୁଣା। କୌଣସି ରାଜନୈତିକ ଗସ୍ତ ନ ଥିଲା। କଟକ ଚଣ୍ଡୀଙ୍କ ଦର୍ଶନ ପାଇଁ ଆସିଥିଲେ। ତେଣୁ ଫୋନ କରି ଘରକୁ ଆସିଥିଲେ । ସୋଫିଆ କଂଗ୍ରେସ ଟିକେଟରେ ଜିତିଛନ୍ତି। ୨୦୨୯ ପର୍ଯ୍ୟନ୍ତ ସେ କଂଗ୍ରେସ ବିଧାୟିକା ହୋଇ କାମ କରିବେ। ନିକଟ ଭବିଷ୍ୟତରେ ଟେକ୍ନିକାଲି ସେ କୁଆଡେ ଯିବେ ନାହିଁ। ୨୦୨୯ ପରେ ସୋଫିଆ ଯଦି କୁଆଡେ ଯିବେ, ତେବେ ଓଡ଼ିଶା ଜନତା କଂଗ୍ରେସକୁ ହିଁ ଯିବେ” ବୋଲି ପ୍ରତିକ୍ରିୟା ଦେଇଛନ୍ତି ମହମ୍ମଦ ମୋକିମ ।

Leave a Reply

Your email address will not be published. Required fields are marked *