ଅଙ୍ଗନବାଡ଼ି ଓ୍ୟାରକର ଙ୍କ ନାମରେ ଆସିଛି ସାଂଘାତିକ ଅଭିଯୋଗ। ସେ କାଳେ ହିତାଧିକାରୀ ଙ୍କୁ ମିଳୁଥିବା ସରକାରୀ ସହାୟତାକୁ ଦେବାକୁ ଟାଳଟୁଳ ନୀତି ଅବଲମ୍ବନ କରୁଛନ୍ତି। ଏହାର ପ୍ରତିବାଦରେ ହିତାଧିକାରୀମାନେ ପ୍ରିନ୍ସପାଲ ସେକ୍ରେଟାରୀ ଓମେନ୍ ଏବଂ ଚାଇଲ୍ଡ ଡେଭଲପମେଣ୍ଟ ଭୁବନେଶ୍ୱର ଏବଂ କଟକ ସୋସିଆଲ ଓ୍ୟୋଲଫେୟ୍ୟାର ଅଫିସର ଙ୍କୁ ଲିଖିତ ଭାବେ ଅଭିଯୋଗ କରିଥିଲେ।
କଟକ ଜିଲ୍ଲା ମାହାଙ୍ଗା ବ୍ଲକ ବନ୍ତଳା ୩ ନମ୍ବର ଅଙ୍ଗନବାଡ଼ି କେନ୍ଦ୍ର ର ଓ୍ୟାରକର ଠିକ୍ ସମୟରେ ସରକାରଙ୍କଠାରୁ ମିଳୁଥିବା ଛତୁଆ,ଅଣ୍ଡା ଏବଂ ଅନ୍ୟାନ୍ୟ ସାମଗ୍ରୀ ଦେଉନାହାନ୍ତି ବୋଲି ଅଭିଯୋଗ ହୋଇଛି। ଖାଲି ସେତିକି ନୁହେଁ ସରକାରୀ ଗାଇଡ୍ ଲାଇନ୍ ହିସାବରେ ଅଙ୍ଗନବାଡ଼ି କେନ୍ଦ୍ର ଖୋଲୁନଥିବା କୋମଳମତି ଶିଶୁ ଙ୍କ ଅଭିଭାବକ ମାନଙ୍କୁ ସଠିକ୍ ଖବର ନଦେବା ଏପରିକି ସେମାନଙ୍କୁ ଖରାପ୍ ବ୍ୟବହାର କରୁଥିବା ଅଭିଯୋଗ ହୋଇଥିଲା। ଏହି ଅଭିଯୋଗ କୁ ଭିତ୍ତି କରି ଆଜି ସିଡ଼ିପିଓ ମାହାଙ୍ଗା ଏବଂ ଜିଲ୍ଲା ସୋସିଆଲ ୱଲଫେୟ୍ୟର ଅଧିକାରୀ ବବିତା ଜେନା ଓ ଅନ୍ୟ ଅଧିକାରୀ ମାନେ ଅଙ୍ଗନବାଡ଼ି କେନ୍ଦ୍ର କୁ ଆସି ତଦନ୍ତ କରିଥିଲେ। ହେଲେ ସେଠାରେ ଅଭିଯୋଗକାରୀ ଏବଂ ଅଙ୍ଗନୱାଡି ସହାୟିକା ଙ୍କ ସପକ୍ଷବାଦୀଙ୍କ ମଧ୍ୟରେ କଥା କଟାକଟି ହେବାରୁ ତଦନ୍ତ ସଠିକ୍ ଭାବେ ରେ ହୋଇପାରିଲା ନାହିଁ କହିଛନ୍ତି ତଦନ୍ତକାରୀ ଅଧିକାରୀଣି ବବିତା ଜେନା। ଅନ୍ୟପଟେ ଅଙ୍ଗନବାଡ଼ି କେନ୍ଦ୍ର ର ସହାୟିକା କହିଛନ୍ତି, ହିତାଧିକାରୀମାନେ ଦେଇଥିବା ଅଭିଯୋଗ ର କୌଣସି ସତ୍ୟତା ନାହିଁ।
ତେବେ ଦେଖିବାକୁ ବାକି ରହିଲା କେବେ ସଠିକ୍ ଢଙ୍ଗରେ ଏହି ଅଭିଯୋଗ ର ତଦନ୍ତ ହେବ ଆଉ ପ୍ରକୃତ ସତ୍ୟାସତ୍ୟ ପଦାକୁ ଆସିବ ତାହା ଉପରେ ରହିଛି ଅଂଚଳବାସୀ ଙ୍କର ନଜର।
