ରାଜା ସ୍ୱାଇଁଙ୍କୁ ଆକ୍ରମଣ ଘଟଣାରେ ମୋହନଙ୍କୁ ଚିଠି ଲେଖିଲେ ନବୀନ

ବରିଷ୍ଠ ବିଜେଡି ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କୁ ଆକ୍ରମଣ ଘଟଣାରେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବିରୋଧୀ ଦଳ ନେତା। ଘଟଣାରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ।

ନବୀନ ଲେଖିଛନ୍ତି ଯେ, ଆମ ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ଦ୍ରୁତ ଗତିରେ ବିପର୍ଯ୍ୟସ୍ତ ହେବା ନେଇ ମୁଁ ଗଭୀର ଚିନ୍ତାର ସହ ଆପଣଙ୍କୁ ଚିଠି ଲେଖିଛି। ଆଠଗଡ଼ ବିଧାନସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ତିଗିରିଆ ବ୍ଲକରେ ହାତବାରିସୀ ସମ୍ପର୍କରେ ସାଧାରଣ ମଞ୍ଚ ଏବଂ ଗଣମାଧ୍ୟମରେ ବ୍ୟାପକ ଭାବରେ ପ୍ରତିଫଳିତ ହୋଇଥିବା ଦୁଃଖଦ ଘଟଣା ମୋର ଦୃଷ୍ଟିକୁ ଆସିଛି। ଯେଉଁଠି ବିଧାୟକ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଗତକାଲି ୨୨.୦୫.୨୦୨୬ ରେ ତିଗିରିଆ ପଞ୍ଚାୟତ ସମିତି ବୈଠକରେ ଯୋଗଦେବାକୁ ଯାଉଥିବା ସମୟରେ ବିଜେପି ସମର୍ଥିତ ଦୁର୍ବୃତ୍ତମାନେ ତାଙ୍କୁ ହିଂସାତ୍ମକ ଭାବରେ ଅବରୋଧ କରି ଭୟଭୀତ କରିଥିଲେ। ବିଧାୟକଙ୍କୁ ବାଧା ଦେଇଥିବା କଥା ମଧ୍ୟ ନବୀନ ଉଲ୍ଲେଖ କରିଛନ୍ତି।

Leave a Reply

Your email address will not be published. Required fields are marked *