ଯୋଗ୍ୟ ହିତାଧିକାରୀଙ୍କୁ ନିଯୁକ୍ତି ନମିଳିବାରୁ ରେଳ ଧାରଣାରେ ଆନ୍ଦୋଳନ
ଏନଟିପିସି ଅଫିସର ବାବୁ ମାନଙ୍କ ମନମାନୀ ବାରମ୍ବାର ମିଥ୍ୟା ପ୍ରତିସୂତୀ ଦେଇ ଜମିହରା ପ୍ରଜା ଙ୍କୁ ଦେଉଛି ଧୋକା ଏନଟିପିସି . ଯୋଗ୍ୟ ହିତାଧିକାରୀଙ୍କୁ ନିଯୁକ୍ତି ନମିଳିବାରୁ ରେଳ ଧାରଣାରେ ଆନ୍ଦୋଳନ କରିଛନ୍ତି ୬ ଟି ପରିବାର .
ଅନୁଗୋଳ ଜିଲ୍ଲା କଣିହାଁ ସ୍ଥିତ ଏନଟିପିସି କର୍ମଚାରୀ ବାରମ୍ବାର ଜମିହରା ପ୍ରଜାଙ୍କୁ ମିଥ୍ୟା ପ୍ରତିସୂତୀ ଦେଇଆସୁଥିବା ବେଳେ ସରକାର ଙ୍କ ରାଜସ୍ୱ ହାନି ହେଉଛି . ସୂଚନା ଯେ, ଦୀର୍ଘ ବର୍ଷ ହେବ ଏନଟିପିସି ରେ କ୍ଷତିଗ୍ରସ୍ତ ହୋଇଥିବା ୬ ଟି ପରିବା ନିଯୁକ୍ତି ପାଇଁ ବାରମ୍ବାର ଅଭିଯୋଗ କରି ଆସୁଥିଲେ ମଧ୍ୟ ଏନଟିପିସି କର୍ଣ୍ଣପାତ କରୁନଥିବା ବେଳେ ଜିଲ୍ଲା ପ୍ରସାଶନ ସହାୟତାରେ ୨୦୧୬ ମସିହାର ସପ୍ତମ ଆରପିଡିସି ବୈଠକରେ ୬ ଟି ପରିବାରକୁ ନିଯୁକ୍ତି ଦେବାପାଇଁ ଏକ ସ୍ୱତନ୍ତ୍ର ଚିଠି ଏନଟିପିସିକୁ ଜିଲ୍ଲା ପ୍ରସାଶନ କରିଥିଲା . କିନ୍ତୁ ଜିଲ୍ଲା ପ୍ରସାଶନ ଓ ଲୋକପ୍ରତିନିଧିଙ୍କ ଚିଠିକୁ ବେଖାତିରି କରି ଏନଟିପିସି କର୍ତ୍ତୁପକ୍ଷ ୬ ବର୍ଷରୁ ଉର୍ଦ୍ଧ ହେବ ନିଯୁକ୍ତି ଦେଇନଥିବା ବେଳେ ବାଧ୍ୟ ହୋଇ ୬ ଟି ପରିବାର ଏନଟିପିସିର ରେଳ ଧାରଣା ଆମ୍ବପାଳ ଛକ ଠାରେ ଧାରଣାରେ ବସିଛନ୍ତି .

ଏନଟିପିସି କର୍ମଚାରୀଙ୍କ ଅବହେଳାରୁ ଜମିହରା କ୍ଷତିଗ୍ରସ୍ତ ପ୍ରଜା ମାନେ ନିଯୁକ୍ତି ରୁ ବଞ୍ଚିତ ଥିବାବେଳେ ଟ୍ରେନ୍ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିଛି . ତେଣୁ ସରକାରଙ୍କ କୋଟି କୋଟି ଟଙ୍କାର ରାଜସ୍ୱ କ୍ଷତି ହୋଇଛି . ଅନ୍ୟପକ୍ଷରେ ବାରମ୍ବାର ଏନଟିପିସି ଆମକୁ ମିଥ୍ୟା ପ୍ରତିସୂତୀ ଦେଇ ଆସୁଛି ତେଣୁ ନିଯୁକ୍ତି ନମିଳିବା ପର୍ଯ୍ୟନ୍ତ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଧାରଣାରେ ବସିବେ ବୋଲି ୬ ଟି ପରିବାର କଡା ଚେତାବନୀ ଦେଇଛନ୍ତି .
