ଅଧ୍ୟାପକଙ୍କ ମୃତ ଦେହ ଝୁଲନ୍ତା ଅବସ୍ଥାରେ ନିଜ ଭଡାଘରୁ ଉଦ୍ଧାର

ଫୁଲବାଣୀ ସଞ୍ଜୟ ସ୍ମୃତି ସରକାରୀ ମହିଳା ମହାବିଦ୍ୟାଳୟ ର ଅତିଥି ଅଧ୍ୟାପିକା ଯୁବତୀ ଙ୍କ ଝୁଲନ୍ତା ମୃତ ଦେହ ଠାବ । ଫୁଲବାଣୀ ଟାଉନ ଥାନା ମାଦିକୁନ୍ଦା ଛକ ନିକଟ ନୂଆସାହି ଏକ ଭଡ଼ା ଘରୁ ତାଙ୍କ ମୃତ ଦେହ ଠାବ । ମୃତ ଯୁବତୀଙ୍କ ନାମ ତେଜେଶ୍ୱନୀ ପାଢ଼ୀ,28 ବର୍ଷ ହେବ ରହୁଥିବା ନିଜ ଭଡ଼ା ଘରେ ନିଜ ଚୁନି ଲଗାଇ ଆତ୍ମହତ୍ଯା କରିଛନ୍ତି ବୋଲି ସନ୍ଦେହ କରାଯାଉଛି । ତାଙ୍କ ଘର ବ୍ରହ୍ମପୁର ଶ୍ରୀରାମ ନଗର ରେ ହୋଇଥିବା ସୂଚନା ରହିଛି ଯୁବତୀ ଙ୍କ ମା ଏବଂ ଭାଇ ଙ୍କ ଉପସ୍ଥିତିରେ ଫ୍ୟାନରୁ ଝୁଲମାନ ଅବସ୍ଥାରେ ଥିବା ମୃତ ଦେହକୁ ଉଦ୍ଧାର କରିଛି ଫୁଲବାଣୀ ପୋଲିସ । କେଉଁ କାରଣରୁ  ଯୁବତୀ ଙ୍କ ମୃତ୍ୟୁ ହୋଇଛି, ସେ ନେଇଁ ଟାଉନ ଥାନା ପୋଲିସ ର ତଦନ୍ତ ଜାରି ରହିଛି । ପୋଲିସ ଶବକୁ ଜବତ କରି 25/2026 ରେ ଏକ ଅପ ମୃତୁ ମାମଲା ରୁଜୁ କରି ଶବକୁ ବ୍ୟବଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି l ପୋଷ୍ଟମଟମ ରିପୋର୍ଟ ଆସିଲେ ମୃତ୍ୟୁର କାରଣ ପ୍ରଷ୍ଟ ହୋଇ ପାରିବ ବୋଲି ଥାନା ଅଧିକାରୀ ପ୍ରଜ୍ଞା ପରମିତା କର କହିଛନ୍ତି ।

Leave a Reply

Your email address will not be published. Required fields are marked *