“ପ୍ରତିନିଧି ପଠାଇବା ଏବେ ଟ୍ରେଣ୍ଡ୍”-

ଯେଉଁଦିନ ଶ୍ରମିକଙ୍କ ଅଧିକାର, ସମସ୍ୟା ଓ ଶିଳ୍ପାୟନ ଉପରେ ଆଲୋଚନା ହେବା କଥା… କିନ୍ତୁ ଝାରସୁଗୁଡ଼ାରେ ଏହି ଦିନରେ ଆୟୋଜିତ ଜିଲ୍ଲା ସ୍ତରୀୟ କାର୍ଯ୍ୟକ୍ରମ ହୋଇପଡ଼ିଛି ବିବାଦର କେନ୍ଦ୍ରବିନ୍ଦୁ । କାରଣ ଶୀର୍ଷ ନେତା ଓ ଅଧିକାରୀଙ୍କ ଅନୁପସ୍ଥିତି । ଅଭିଯୋଗ ହେଉଛି ନେତାମାନେ ନିଜେ ନଆସି ପ୍ରତିନିଧି ପଠାଉଛନ୍ତି । ଏହାକୁ ନେଇ ତୀବ୍ର ପ୍ରତିକ୍ରିୟା ଦେଇ ବିଧାୟକ ଟଙ୍କଧର ତ୍ରିପାଠୀ କହିଛନ୍ତି,“ଜନତା ଯେଉଁମାନଙ୍କୁ ବାଛିଛନ୍ତି, ସେମାନେ ନିଜେ ନଆସି ପ୍ରତିନିଧି ପଠାଉଛନ୍ତି… ଏହା ଏବେ ଟ୍ରେଣ୍ଡ୍ ହୋଇଗଲାଣି।”ଆହୁରି ମଧ୍ୟ କହିଛନ୍ତି ଯଦି ସେମିତି କିଛି ବ୍ୟବସ୍ତା ଥାନ୍ତା ତାହାଲେ ବିଧାନସଭା ଓ ପାର୍ଲାମେଣ୍ଟ କୁ ବି ପ୍ରତିନିଧିଙ୍କୁ ପଠେଇଦେଇଥାନ୍ତେ ।

ଆଉ ଗୋଟେ ପଟେ ଝାରସୁଗୁଡା ବିଟିଏମ ପଡ଼ିଆରେ ଅନୁଷ୍ଠିତ ସୁଭଦ୍ରା ମେଳା ଉଦଘାଟନ ସମୟର ଦୁଶ୍ୟ ଏଠି ବି ସେହି ଅବସ୍ଥା କେବଳ ବିଧାୟକ ଟଙ୍କଧର ତ୍ରିପାଠୀ ଙ୍କୁ ଛାଡିଦେଲେ ମନ୍ତ୍ରୀ ସୁରେଶ ପୂଝରୀ, ସାଂସଦ ପ୍ରଦୀପ ପୁରୋହିତ ଙ୍କ ପ୍ରତିନିଧି ମାନେ କାର୍ଯ୍ୟକ୍ରମ ରେ ଯୋଗ ଦେବା ଦେଖିବାକୁ ମିଳିଛି। ଗତ 28 ତାରିଖ ଦିନ ଝାରସୁଗୁଡା ବିଟିଏମ ଦୂଲଦୁଲି ପଡିଆ ରେ ସୁଭଦ୍ରା ଶକ୍ତି ମେଳା ଉଦଘାଟନ ଉତ୍ସବ ଥିଲା ପ୍ରସିଦ୍ଧ ସମ୍ବଲପୁରୀ କଣ୍ଠ ଶିଳ୍ପୀ ଉମାକାନ୍ତ ବାରିକ ଙ୍କ ପୋଗ୍ରାମ ଥିଲା ହଜାର ହଜାର ଦର୍ଶକଙ୍କ ଭିଡ଼ ଥିଲା କିନ୍ତୁ ରାଜସ୍ବ ମନ୍ତୀ ସୁରେଶ ପୂଜାରୀ ଓ ସାଂସଦ ପ୍ରଦିପ ପୁରହିତ ବଦଳରେ ତାଙ୍କ ପ୍ରତିନିଧି ଯୋଗ ଦେଇଥିଲେ ଓ କଣ୍ଠ ଶିଳ୍ପୀ ଉମାକାନ୍ତ ବାରିକୁ ସମ୍ମାନିତ କରିଥଲେ । ବିଧାୟକ ପରୋକ୍ଷ ଭାବରେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଓ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ ଙ୍କୁ ଟାର୍ଗେଟ କରିଥିବା କୁହାଯାଉଛି। ସେ କହିଛନ୍ତି

ଏହି ପ୍ରବୃତ୍ତି ସରକାରୀ କାର୍ଯ୍ୟକ୍ରମର ଗାରିମାକୁ କ୍ଷତି କରୁଛି।“AC ରୁମ୍‌ରେ ବସି ନୁହେଁ…କ୍ଷେତ୍ର ସ୍ତରରେ ଲୋକଙ୍କ ସହ ରହି କାମ କରିବା ଦରକାର।”

ଶ୍ରମିକ ଦିବସ ଭଳି ଦିନରେ ଯେଉଁଠି ଶ୍ରମିକଙ୍କ ସମସ୍ୟା ଉପରେ ଆଲୋଚନା ହେବା ଦରକାର… ସେଠାରେ ଦାୟିତ୍ୱବାନ ବ୍ୟକ୍ତିଙ୍କ ଅନୁପସ୍ଥିତି ଏବେ ଗୁରୁତର ପ୍ରଶ୍ନ ଉଠାଇଛି।

 ବିଧାୟକଙ୍କ ବୟାନ ପରେ ଜିଲ୍ଲା ରାଜନୀତିରେ ଚର୍ଚ୍ଚା ବଢ଼ିବାରେ ଲାଗିଛି । ସରକାରୀ କାର୍ଯ୍ୟକ୍ରମରେ ନେତା ଓ ଅଧିକାରୀଙ୍କ ଉପସ୍ଥିତି କେତେ ଜରୁରୀ ତାହା ଏବେ ବଡ଼ ପ୍ରଶ୍ନ ହୋଇ ଉଠିଛି ।

ତେବେ ଏହି ବିବାଦ ଆଗକୁ କେଉଁ ମୋଡ଼ ନେବ?

ନେତାମାନେ ଏହାକୁ ନେଇ କି ପ୍ରତିକ୍ରିୟା ଦେବେ? ଏହା ଦେଖିବାକୁ ରହିଲା…

Leave a Reply

Your email address will not be published. Required fields are marked *