ଧାନ ବିକ୍ରୀରୁ ବଞ୍ଚିତ ହେବେ ଇନ୍ଦ୍ରାବତୀ ଉଠାଜଳସେଚନ ଅଞ୍ଚଳ ଚାଷୀ
ହୋଇପାରିଲା ନାହିଁ ପଞ୍ଜୀକରଣ
ଦାବି ହେଲା।ପାଣି ମିଳିଲା। ଚାଷୀ ଧାରକରଜ କରି ଚାଷ କଲା, ହେଲେ ବିକ୍ରି ପାଇଁ ପଞ୍ଜିକରଣ ବେଳେ ଅସୁବିଧା ହେଲା। କାରଣ ଇନ୍ଦ୍ରାବତୀ ଉଠାଜଳସେଚିତ ଅଞ୍ଚଳର ଚାଷୀଙ୍କ ପଞ୍ଜୀକରଣ ହୋଇପାରିଲା ନାହିଁ। ଚାଷୀ ମୁଣ୍ଡରେ ଏବେ ଚଡ଼କ। କେମିତି ବିକିବ ଧାନ ? କେମିତି ସୁଝିବ ଋଣ?
ଗତବର୍ଷ ଚାଷି ଙ୍କ ବାରମ୍ବାର ଦାବି ପରେ ଏ ବର୍ଷ ଚାଷୀ ଙ୍କୁ ଜଳ ସେଚନ କରାହେଲା.ଇନ୍ଦ୍ରାବତୀ ମେଗା ଲିଫ୍ଟ ରୁ 18855ହେକଟର ଚାଷ ଜମିକୁ ଜଳସେଚନ ପାଇଁ ଜିଲ୍ଲାପ୍ରଶାସନ ପକ୍ଷରୁ ଅନୁମତି ପ୍ରଦାନ କରାଗଲା।ଡ଼ିସେମର 31 ତାରିଖ ରେ ଅନୁଷ୍ଠିତ ଜିଲ୍ଲାସ୍ତରୀୟ ବୈଠକରେ ଇନ୍ଦ୍ରାବତୀର ବାମ ଓ ଦକ୍ଷିଣ କେନାଲ ରେ 57574ହେକଟର ଓ ମେଗାଲିଫ୍ଟ କେନାଲ ରୁ 18855 ହେକଟର ଜମି ରେ ରବୀ ଜଳସେଚନ ପାଇଁ ଅନୁମତି ପ୍ରଦାନ କରାଯାଇଥିଲା. ଅନୁମତି ମିଳିଵା ପରେ ଚାଷୀ ଚାଷ କାର୍ଯ୍ୟ ଆରମ୍ଭ କରିଥିଲେ, କିନ୍ତୁ ଧାନ ପଞ୍ଜିକରଣ ସମୟରେ ସରକାରଙ୍କ ମେଗାଲିଫ୍ଟ ଅଂଚଳର ଚଷୀଙ୍କ ପ୍ରତି ପାତର ଅନ୍ତର ନୀତି ଏବେ ଚାଷୀଙ୍କ ନିଦ ହଜେଇ ଦେଇଛି।ଗତମାସ 25ତାରିଖ ରୁ ପଞ୍ଜିକରଣ ଅବଧି ସାରି ଯାଇଥିବାବେଳେ, ଇନ୍ଦ୍ରାବତୀ ବାମ ଓ ଦକ୍ଷିଣ କେନାଲ ଚାଷୀ ପାଞ୍ଜିକରଣ କରିଥଲେ ହେ ମେଗାଲିଫ୍ଟ ଅଞ୍ଚକର ଚାଷୀ ଏଥିରୁ ବଞ୍ଚିତ ହୋଇଛନ୍ତି।12000 ରୁ ଉର୍ଦ୍ଧ ଚାଷୀ ବର୍ତମାନ ଧାନ ବିକିବା ନେଇ ଅନିଶ୍ଚିତତା ମଧ୍ୟରେ ରହି ଛନ୍ତି।ଧର୍ମଗଡ଼, ଲାଞ୍ଜିଗଡ଼ ଓ ଜୁନାଗଡ଼ ବିଧାୟକ ସରକାରୀ ସ୍ତରରେ ଉଦ୍ୟମ କରୁଥିବାବେଳେ କୋକସରା ବ୍ଲକ ଉପାଧ୍ୟକ ଙ୍କ ନେତୃତ୍ୱରେ ଏକ ଚାଷୀ ପ୍ରତିନିଧି ଦଳ ଯୋଗାଣ ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ଙ୍କୁ ଭେଟି ଚାଷୀଙ୍କ ସମସ୍ୟା ସମାଧାନ ପାଇଁ ଦାବିପତ୍ର ଦେଇଛନ୍ତି।

ମୁଖ୍ୟମନ୍ତ୍ରୀ ମଧ୍ୟ ଧାନ କିଣିବା ପାଇଁ ପ୍ରତିଶୃତୁ ଦେଇଥିବା ବେଳେ ଗତ 21 ତାରିଖ ଦିନ ଲାଞ୍ଜିଗଡ଼ ବିଧାୟକ ଦେଇଥିବା ଚିଠିର ଉତ୍ତରରେ ରାଜ୍ୟ ଡେପୁଟି ସଚିବ କାର୍ଯ୍ୟାଳୟରୁ ଆସିଥିବା ଚିଠି ଚାଷୀଙ୍କୁ ନିରୁତ୍ସାହିତ କରିଛି। ବର୍ତ୍ତମାନ ସ୍ଥିତିରେ ଉଠାଜଳସେଚନ ଅଞ୍ଚଳର ଚାଷୀଙ୍କ ପାଇଁ କୌଣସି ପଦକ୍ଷେପ ଗ୍ରହଣ କରାଯିବା ସମ୍ଭବ ନୁହେଁ। ପରବର୍ତ୍ତୀ ସମୟରେ ପଞ୍ଜୀକରଣ ଓ ଧାନ ବିକ୍ରି ପାଇଁ ନିଷ୍ପତ୍ତି ନିଆଯିବ ବୋଲି କୁହାଯାଇଛି। ଏହି ଖବର ପ୍ରଚାରିତ ହେବାପରେ ଚାଷୀ ମାନଙ୍କ ଭିତରେ ଅସନ୍ତୋଷ ପ୍ରକାଶ ପାଇଛି. ଗତ 22-03-26 ଦିନ କୃଷକ ସଚେତନ ମଞ୍ଚ ତରଫରୁ ସଭାପତି ଶିବପ୍ରସାଦ ପ୍ରଧାନୀ ଙ୍କ ନେତୃତ୍ୱ ରେ ଚାଷୀ ମାନେ ମୁଖ୍ୟମନ୍ତ୍ରୀ ଙ୍କ ଉଦେଶ୍ୟ ରେ କୋକସରା ତହସିଲଦାର ଙ୍କୁ ଦାବି ପତ୍ର ଦେଇଥିଲେ.
ମେଗାଲିଫ୍ଟ କେନାଲ ଅଞ୍ଚଳରେ ଧର୍ମଗଡ଼ ନିର୍ବାଚନ ମଣ୍ଡଳୀର କୋକସରା ବ୍ଲକ ର 41ଟି ଗ୍ରାମର 9832ହେକଟର ଓ ଧର୍ମଗଡ଼ ବ୍ଲକ ର13ଗ୍ରାମର 2334ହେକଟର , ଲାଞ୍ଜିଗଡ ନିର୍ବାଚନ ମଣ୍ଡଳୀ ର 6671 ହେକଟର, ଜୁନାଗଡ ନିର୍ବାଚନ ମଣ୍ଡଳୀ ର ଗୋଟିଏ ଗ୍ରାମର 17.34 ହେକଟର ଅଂଚଳର12000 ଚାଷୀ ପ୍ରଭାବିତ ହେବାକୁ ଥିବାବେଳେ, ପ୍ରଭାବିତଅଂଚଳ ର ଚାଷି ମାନେ ଆଶା ଓ ଆଶଙ୍କା ରେ ଅଛନ୍ତି।ଆଗାମୀ ଦିନରେ ରାଜରାସ୍ତାରେ ବସିବା ସହ ଦରକାର ପଡିଲେ ରାଜଧାନୀ ଯାଇ ଆମରଣ ଅନଶନ କରିବୁ ବୋଲି ଚାଷୀ ମାନେ ପ୍ରକାଶ ପ୍ରକାଶ କରିଥିବା ବେଳେ ଲାଞ୍ଜିଗଡ ବିଧାୟକ ସରକାର ଧାନ ନ କିଣିଲେ ଆଗାମୀ ଦିନରେ ବଡ ଧରଣର ଆନ୍ଦୋଳନ ହେବା ବୋଲି ସରକାର ଙ୍କୁ ଚେତାବନୀ ଦେଇଛନ୍ତି.
କୋକସରା କୃଷକ ସଚେତନ ମଞ୍ଚ ଚାଷୀ ସମସ୍ୟା କୁ ନେଇ ନ୍ୟାୟାଳୟ କୁ ଯିବା ପାଇଁ ପ୍ରସ୍ତୁତ ହେଉଥିବା ଏବଂ ପ୍ରତେକ ଚାଷୀ ମୁଖ୍ୟମନ୍ତ୍ରୀ ଓ ମୁଖ୍ୟବିଚାରପତି ଙ୍କୁ ଚିଠି ଲେଖି ଚାଷୀ ଙ୍କ ସମସ୍ୟା ଜଣାଇବୁ ବୋଲି ସଭାପତି ଶିବପ୍ରସାଦ ପ୍ରଧାନୀ ପ୍ରକାଶ କରିଥୀବା ବେଳେ କୋକସରା ବ୍ଲକଉପାଧକ୍ଷ ରାଜୀବ ଅଗ୍ରୱାଲ ଆଗାମୀଦିନରେ ରାଜରାସ୍ତା ବନ୍ଦ କରିବେ ବୋଲି ପ୍ରକାଶ କରିଛନ୍ତି.
ଧାନ ବିକ୍ରି କୁ ନେଇ ଚାଷୀ ଙ୍କ ମଧ୍ୟରେ ଅସନ୍ତୋଷ ଦାନା ଵାନ୍ଧୁଥିବା ବେଳେ ସରକାର ଆଗାମୀ ଦିନରେ କି ପଦକ୍ଷେପ ନେଉଛନ୍ତି ଦେଖିବାକୁ ରହିଲା.
