ଜୟପୁର ରେ ସକ୍ରିୟ ସାଇବର ଅପରାଧୀ :

ଲୁଟର ଶିକାର ନିରୀହ ଜନତା ଆକ୍ସନ ମୋର୍ଡ ରେ ଜୟପୁର ପୋଲିସ

ଜୟପୁର ସହରରେ ଏବେ ସକ୍ରିୟ ସାଇବର ଅପରାଧୀ। ଅନଲାଇନ୍ ଠକେଇ ସହିତ ଅଫଲାଇନ୍ ରେ ମଧ୍ୟ ସାଧାରଣ ଜନତାଙ୍କୁ ଟାର୍ଗେଟ୍ କରି ଲୁଟୁଥିଲେ ଟଙ୍କା। ନକଲି କଲ୍, ଲିଙ୍କ୍ ଓ ଫେକ୍ ଅଫର୍ ମାଧ୍ୟମରେ ନିରୀହ ଲୋକଙ୍କୁ କରୁଥିଲେ ଠକେଇ। ତେବେ ଘଟଣା ସାମ୍ନାକୁ ଆସିବା ପରେ ଆକ୍ସନ୍ ମୋଡ୍ କୁ ଆସିଛି ଜୟପୁର ପୋଲିସ।

ଡିଜିଟାଲ୍ ଯୁଗରେ ବଢୁଛି ସାଇବର ଅପରାଧ। ଏବେ ଏହାର ଶିକାର ହେଉଛନ୍ତି ଜୟପୁର ସହରର ସାଧାରଣ ଲୋକ । ଅନଲାଇନ୍ ଟ୍ରାଞ୍ଜାକ୍ସନ୍, ଫେକ୍ କଲ୍, କେୱାଇସି ଅପଡେଟ୍ ନାଁରେ ଠକେଇ କରି ଲୁଟି ନେଉଛନ୍ତି ଟଙ୍କା।କେବଳ ଅନଲାଇନ୍ ନୁହେଁ, ଅଫଲାଇନ୍ ରେ ମଧ୍ୟ ନୂଆ ନୂଆ ଉପାୟରେ ଲୋକଙ୍କୁ ଟାର୍ଗେଟ୍ କରୁଥିଲେ ସାଇବର ଅପରାଧୀ। କେଉଁଠି ଲଟେରି ନାଁରେ ତ କେଉଁଠି ଚାକିରି ଦେବା ନାଁରେ ଲୋକଙ୍କୁ ଫସାଇ ଠକୁଥିଲେ ଟଙ୍କା। ଖାଲି ସେତିକି ନୁହେ ରୁଣ ଦେବା ,ବ୍ୟାଙ୍କ ରେ ଆକାଉଣ୍ଟ ଖୋଲିଦେବା ନାରେ ବି କରୁଥିଲେ ଲୁଟ | ପ୍ରଥମେ ସହର ରେ ଘର ଭଡା ନେଇ ଆରମ୍ଭ କରୁଥିଲେ ଛୋଟ ବେପାର ପରେ ଲୋକଙ୍କ ବିଶ୍ଵାସ ଜିତି କରୁଥିଲେ ଲୁଟ | ଜୟପୁର ସହର ଭି ଲକ୍ଷ୍ମୀ ପଣ୍ଡା ନାମକ ଯୁବକ ବି ଏହିଭଳି ଲୁଟ ଚଳାଇଥିଲେ ଦୀର୍ଘ ଦିନ ଧରି ବଡ ଜାଲ ଓ ପରେ ପ୍ରାୟ ଏକ କୋଟି ରୁ ଅଧିକା ଟଙ୍କା ନେଇ ହୋଇ ଯାଇଥିଲେ ଫେରାର . ବର୍ତମାନ ଏହି ଘଟଣା କୁ ନେଇ କିଛିଦିନ ତଳେ ଲୁଟ ର ଶିକାର ହୋଇଥିବା ବ୍ୟକ୍ତି ନ୍ୟାୟ ପାଇଁ ହୋଇଥିଲେ ଥାନାରେ ଦ୍ଵାରସ୍ଥ |

ଅନ୍ୟପଟେ ଘଟଣା ର ଗମ୍ଭୀରତା କୁ ନଜର ରେ ରଖୀଥିଲା ଜୟପୁର ପୋଲିସ କିନ୍ତୁ ଏହିଭଳି ଘଟଣା ବାରମ୍ବାର  ବଢୁଥିବାରୁ   ଏବେ ଆକ୍ସନ୍ ମୋଡ୍ କୁ ଆସିଛି ଜୟପୁର ପୋଲିସ। ସହରରେ ସଚେତନତା ଅଭିଯାନ ସହିତ ସନ୍ଦେହଜନକ ଲୋକଙ୍କ ଉପରେ କରାଯାଉଛି କଡା ନଜର। ସାଇବର ଠକେଇର ଶିକାର ହେଲେ ତୁରନ୍ତ ପୋଲିସକୁ ସୂଚନା ଦେବାକୁ ମଧ୍ୟ ଅନୁରୋଧ କରାଯାଇଛି। ବର୍ତମାନ ଏହି ଠକାମି କରିଥିବା ଯୁବକ କୁ ଜୟପୁର ର ଆଇ ପି ଏସ ଅଧିକାରିଣୀ ଅର୍ଚିତା ମିତଲ ଏକ ସ୍ଵତନ୍ତ୍ର ଟିମ କରି ଅପରାଧୀ କୁ ଗିରଫ କରିବା ପାଇଁ କରିଥିଲେ ସ୍ଵତନ୍ତ୍ର ଯୋଜନା ଓ ଶେଷରେ ରାଜ୍ଯର ଅନେକ ଜିଲାରେ ଠକେଇ ମାମଲା ରେ ଛନ୍ଦି ହୋଇଥିବା ଠକ କୁ ରାଉଲକେଲା ରୁ କରିଥିଲା ଠାବ |” ଗିରଫ ଅପରାଧୀ ପାଖରୁ ପୋଲିସ ପ୍ରାୟ ନଗଦ ପ୍ରାୟ 4 ଲକ୍ଷ ଟଙ୍କା , ମୋବାଇଲ ସିମ ,ଫୋନ ,ଗହଣା ସାଙ୍ଗକୁ ଅନେକ ଘରୋଇ ସାମଗ୍ରୀ ଓ ଗାଡି  ଜବତ କରି ଅପରାଧି କୁ ଜେଲ ପଠାଇଛି |

ସାଇବର ଅପରାଧୀମାନେ ପ୍ରତିଦିନ ନୂଆ ନୂଆ ଉପାୟରେ ଲୋକଙ୍କୁ ଟାର୍ଗେଟ୍ କରୁଥିବା ବେଳେ, ସଚେତନତା ହିଁ ଏହାର ବଡ଼ ଅସ୍ତ୍ର ବୋଲି କହୁଛି ପୋଲିସ। ତେବେ ଜୟପୁର ପୋଲିସର ଏହି ଆକ୍ସନ୍ କେତେ ପ୍ରଭାବ ପକାଉଛି ତାହା ଦେଖିବାକୁ ବାକି ରହିଲା।

Leave a Reply

Your email address will not be published. Required fields are marked *