ନିଜ ସ୍ୱାର୍ଥ ପାଇଁ ଖୋଳିଦେଲେ ଗାଁ ପୋଖରୀ

ଅସହ୍ୟ ତାତିରେ ହନ୍ତସନ୍ତ ଗ୍ରାମବାସୀ

ନିଜ ଜିଦିରେ ଅଟଳ ହୋଇ ଜଣେ ବ୍ୟକ୍ତି ଗ୍ରାମର ଏକ ପୋଖରୀକୁ ନିଜର ସ୍ବାର୍ଥ ପାଇଁ ଜେସିବି ଲଗାଇ ହୁଡା ଖୋଳି ସମ୍ପୂର୍ଣ ପୋଖରୀକୁ ଶୁଖିଲା କରି ଦେଇଛି । ଏବେ ଖରା ଦିନ ଥିବା ବେଳେ ପୋଖରୀ ଜଳ ବିହୀନ ହୋଇଯିବାରୁ ହନ୍ତ ସନ୍ତ ହେଉଛନ୍ତି ଗ୍ରାମବାସୀ ଓ ଗୃହ ପାଳିତ ପଶୁ ପକ୍ଷୀ । ଏଭଳି ଏକ ଦୃଶ୍ୟ ଦେଖୁବାକୁ ମିଳିଛି ଫୁଲବାଣୀ ବ୍ଳକ୍ ଅନ୍ତର୍ଗତ କେନ୍‌ପାଯୁ ଗ୍ରାମରେ ।

ଦିନେ ଏହି ପୋଖରୀ ଜଳ ମଗ୍ନ ହୋଇ ରହୁଥୁଲା । ସମସ୍ତଙ୍କ ଦୃଷ୍ଟି ଆକର୍ଷଣ ମଧ୍ୟ କରୁଥିଲା ଏହି ପୋଖରୀର ନିର୍ମଳ ଜଳ । ଏହି ପୋଖରୀ ଉପରେ କାହାର ନଜର ଲାଗିଲା ଯେ ଏହି ପୋଖରୀଟି ଏବେ ମୁନ୍ଦାଏ ପାଣି ପାଇଁ ଶୋଷ ଭରା ହୋଇ ରହିଛି । କନ୍ଧମାଳ ଜିଲ୍ଲା ଫୁଲବାଣୀ ବ୍ଳକ ଗୁମାଗଡ ଗ୍ରାମପଞ୍ଚାୟତ ଅନ୍ତର୍ଗତ କେନ୍‌ପାକୁ ଗ୍ରାମରେ ଦୀର୍ଘ ବର୍ଷ ଧରି ଗୋଟିଏ ପୋଖରୀ ରହିଛି । ଉକ୍ତ ପୋଖରୀରେ ଖରା ହେଉ କିମ୍ବା ବର୍ଷା ବାରମାସ ପାଣି ରହିଥାଏ ।

ଏହି ପୋଖରୀ ଉପରେ କେନପାଜୁ, ସଦନମେଣ୍ଡି, କେରିଡି, ଗୁମାଗତ, ଦଳପଡା ଭଳି ଚାରି ପାଞ୍ଚଟି ଗ୍ରାମର ଗ୍ରମାବାସୀ ମାନେ ଚାଷ ପାଇଁ ନିର୍ଭର କରୁଥିବା ବେଳେ ପଶୁ ପକ୍ଷୀ ପାଣି ପି ନିଜ ତୃଷ୍ଣା ମେଣ୍ଟାଉ ଥାନ୍ତି । ଏହି ପୋଖରିଟି ଫୁଲବାଣୀରୁ ବ୍ରହ୍ମପୁରକୁ ସଂଯୋଗ କରୁଥିବା ଜାତୀୟ ରଜପଥ ୧୫୭ ର ପାର୍ଶ୍ବରେ ରହିଥୁଳାରୁ ବସ୍,ଟ୍ରକ ଓ କାରରେ ଯାତ୍ରା କରୁଥିବା ଗାଡି ଚାଳକ ମାନେ ଅନେକ ସମୟରେ ରାସ୍ତାର ପାର୍ଶ୍ବରେ ଗାଡି ରଖି ବିଶ୍ରାମ ନେବା ସହିତ ପୋଖରୀରେ ଗାଧୋଇବା ସହିତ ଅନାନ୍ୟ କାର୍ଯ୍ୟରେ ପାଣି ବ୍ୟବହାର କରୁଥିଲେ । ଗୃହପାଳିତ ପଶୁ ପକ୍ଷୀ ଓ ରାତ୍ରୀରେ ନିକଟ ଜଙ୍ଗଲରେ ରହୁ ଥିବା ବନ୍ୟ ଜନ୍ତୁ ମାନେ ଏହାର ପାଣି ପିଉଥିଲେ । ଏବେ ଖରା ଦିନ ରହିଥ‌ିବାରୁ ବିଶେଷ କରି ସମସ୍ତ ପଶୁ ପକ୍ଷୀ ମାନେ ନିକଟରେ ଆଉ କୌଣସି ପୋଖରୀ ନଥିବାରୁ ପାଣି ପିଇବାକୁ ନପାଇ ହନ୍ତସନ୍ତ ହେଉଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ଗ୍ରାମବାସୀ ।

ଏହି ପୋଖରିଟି ପଞ୍ଚାୟତର ହୋଇଥିବା ବେଳେ ଟେଣ୍ଡର ପକାଇ ମାଛ ଚାଷ ମଧ୍ୟ କରାଯାଉଥିଲା . କିନ୍ତୁ ଏବେ ଉକ୍ତ ଗ୍ରାମର ଜଣେ ନିର୍ଧିଷ୍ଠ ବ୍ୟକ୍ତି ନିଜ ଜାଗାରେ ପୋଖରିଟି ରହିଥ‌ିବା କହି ଜେସିବି ଲଗାଇ ପୋଖରୀର ହିଡ କାଟି ପୋଖରୀର ସମସ୍ତ ପାଣିକୁ ବୁହାଇ ପୋଖରୀକୁ ସମ୍ପୂର୍ଣ ସୁଖିଲା କରିଦେଇଛନ୍ତି । ଏହାକୁ ବିରୋଧ କରି ପଞ୍ଚାୟତବାସୀ ଜିଲ୍ଲାପାଳଙ୍କୁ ଲିଖିତ ଭାବେ ଜଣାଇବା ସତ୍ତ୍ୱେ କୈାଣସି କାର୍ଯ୍ୟାନୁଷ୍ଠାନ ହୋଇ ନଥିବା କହିଛନ୍ତି ଗ୍ରାମବାସୀ ।

କେନ୍‌ପାଜୁ ଠାରେ ଥିବା ପୋଖରୀର ଜଳ ନିଷ୍କାସନ କରିଥିବାରୁ ପଞ୍ଚାୟତବାସୀ ବହୁ ଅସୁବିଧାର ସମୂଖୀନ ହେଉଛନ୍ତି । ଏନେଇ ଆମେ ଫୁଲବାଣୀ ଜିଲ୍ଲା ବ୍ଲକ ଅଧିକାରୀ ଙ୍କ ପ୍ରତିକ୍ରିୟା ନେଇଥିଲୁ । ଖରା ଦିନେ ସର୍ବସାଧାରଣ ପୋଖରୀକୁ କେହି ମଧ୍ୟ ସୁଖା କରିପାରିବେ ନାହିଁ ଏହାକୁ ଗ୍ରାମବାସୀ ପାଣି ପଞ୍ଚାୟତ ବୈଠକ କରି ନିଷ୍ପତ୍ତି ନେବା ପରେ ପୋଖରୀ ର କାର୍ଯ୍ୟ କରାଯିବା କହିଛନ୍ତି ଫୁଲବାଣୀ ବ୍ଲକ ଅଧିକାରୀ ସୌମ୍ୟ ରଞ୍ଜନ ପାତ୍ର ।

Leave a Reply

Your email address will not be published. Required fields are marked *