ନୂଆ ବହି ଛପା ପାଇଁ ବସିଲା ଗୁରୁତ୍ୱପୂର୍ଣ୍ଣ ବୈଠକ । ନୂଆ ବହି ଛପା ପାଇଁ ଆରମ୍ଭ ହେଲା ପ୍ରସ୍ତୁତି । SCERT କାର୍ଯ୍ୟାଳୟରେ ଏନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ । SCERT କାର୍ଯ୍ୟାଳୟରେ ଗଣଶିକ୍ଷା ମନ୍ତ୍ରୀ, ସଚିବ ଏବଂ ଓସେପା ନିର୍ଦେଶକ । ସମ୍ପୂର୍ଣ୍ଣ ତ୍ରୁଟି ଶୂନ୍ୟ ନୂତନ ପାଠ୍ୟପୁସ୍ତକ ଯୋଗାଇ ଦେବେ ସରକାର । ଏନେଇ ଗତକାଲି ଗଣଶିକ୍ଷା ସଚିବଙ୍କ ଘୋଷଣା ପରେ ଆଜି SCERTରେ ଗଣଶିକ୍ଷା ମନ୍ତ୍ରୀ ଓ ସଚିବଙ୍କ ଅଧ୍ୟକ୍ଷତାରେ ବୈଠକ ।

ବୈଠକରେ ଦୀର୍ଘ ସମୟ ଧରି ଚାଲିଲା ଆଲୋଚନା । ତ୍ରୁଟି ଥିବା ବହିକୁ ତର୍ଜମା ହୋଇଛି । ବିଭିନ୍ନ ବହି ମଗାଇ ମନ୍ତ୍ରୀ ଓ ସଚିବ ଆଲୋଚନା କରିଛନ୍ତି । ନୂଆ ବହି କେତେ ଶୀଘ୍ର ଛପା ଯିବ ଏବଂ ତାହାର କୋର୍ସ କଣ ରହିବ ସେନେଇ ମଧ୍ୟ ଆଲୋଚନା କରାଯାଇଛି । ରାଜ୍ୟର ସମସ୍ତ ସରକାରୀ ସ୍କୁଲର ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନଙ୍କୁ ସମ୍ପୂର୍ଣ୍ଣ ତ୍ରୁଟିଶୂନ୍ୟ ପାଠ୍ୟପୁସ୍ତକ ଯୋଗାଇ ଦେବା ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ । ଏନେଇ ଗତକାଲି ସ୍ପଷ୍ଟ କରିଥିଲେ ବିଦ୍ୟାଳୟ ଓ ଗଣଶିକ୍ଷା ସଚିବ ଏନ୍. ଥିରୁମାଲା ନାୟକ ।
