ବିଶ୍ବର ନମ୍ବର-୧ ବ୍ୟାଟର ହେଲେ ରୋହିତ୍

ଟିମ୍ ଇଣ୍ଡିଆର ଅଭିଜ୍ଞ ଖେଳାଳି ରୋହିତ ଶର୍ମା ଏବେ ଏକ ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି। ୩୮ ବର୍ଷ ବୟସରେ, ରୋହିତ ପ୍ରଥମ ଥର ପାଇଁ ICC ODI ରାଙ୍କିଙ୍ଗରେ ବିଶ୍ୱର ନମ୍ବର ୧ ବ୍ୟାଟସମ୍ୟାନ୍ ହୋଇଛନ୍ତି। ଏହି ସ୍ଥାନରେ ପହଞ୍ଚିବାରେ ସେ ସବୁଠାରୁ ବୟସ୍କ ଖେଳାଳି ହୋଇଛନ୍ତି। ଏହି ଐତିହାସିକ ମାଇଲଖୁଣ୍ଟ ହାସଲ କରିବା ପାଇଁ ରାଙ୍କିଙ୍ଗରେ ଭାରତୀୟ ଅଧିନାୟକ ଶୁଭମନ ଗିଲଙ୍କୁ ପଛରେ ପକାଇ ଦେଇଛନ୍ତି ରୋହିତ୍। ଅଷ୍ଟ୍ରେଲିଆ ବିପକ୍ଷରେ ତାଙ୍କର ଚମତ୍କାର ଇନିଂସ ପାଇଁ ରୋହିତ ନମ୍ବର ୧ ରାଙ୍କିଙ୍ଗ ହାସଲ କରିଥିବା ଜଣାଯାଇଛି।

Leave a Reply

Your email address will not be published. Required fields are marked *