୨୨୦ ନମ୍ବର ଜାତୀୟ ରାଜପଥ କାଳିକାପୁର ନିକଟରେ ଦୁର୍ଘଟଣା । ଅଟୋକୁ ଧକା ଦେଲା ଟ୍ରକ । ଦୁର୍ଘଟଣାରେ ବାପ ପୁଅ ମୃତ, ମା’ ଗୁରୁତର । ଏକ ଅଟୋକୁ ଟ୍ରକ ଧକ୍କା ଦେବା ଫଳରେ ବାପ-ପୁଅଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ମା’ ଗୁରୁତର ଆହତ ହୋଇଛନ୍ତି । ମୃତକ ହେଲେ ଗାନସା କିସ୍କୁ ଓ ୮ ବର୍ଷର ପୁଅ ରାମରାଜ କିସ୍କୁ ।

କରଞ୍ଜିଆ ହସ୍ପିଟାଲରୁ ପୁଅକୁ ଡାକ୍ତରଙ୍କୁ ଦେଖାଇ ଘରକୁ ଫେରିବା ବେଳେ ଦୁର୍ଘଟଣା ଘଟିଥିଲା । ମୃତକଙ୍କ ଘର ବଡ଼ଗାଁ ପଞ୍ଚାୟତ ଶରଧା ଗାଁରେ । ଘରକୁ ଯିବା ବେଳେ କାଳିକାପୁର ନିକଟରେ ଅଟୋକୁ ଧକ୍କା ଦେଇଥିଲା ଟ୍ରକ । ଅଟୋରେ ବାପ, ମା ଓ ଛୁଆ ବସିଥିଲେ । ଡ୍ରାଇଭର ମଧ୍ୟ ଗୁରୁତର ହୋଇଛନ୍ତି । ଗୁରୁତର ହୋଇଥିବା ମା’ ଓ ଡ୍ରାଇଭରଙ୍କୁ କେନ୍ଦୁଝର ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି ।
