ବର୍ଷାରେ ଧସିଲା ୫୦ ଫୁଟର ପିଚୁ ରାସ୍ତା, ଯାତାୟତ ଠପ

ବର୍ଷାରେ ଧସିଲା ୫୦ ଫୁଟର ପିଚୁ ରାସ୍ତା । ଏକ ମାସ ପୂର୍ବରୁ ରାସ୍ତା ନିର୍ମାଣ କାର୍ଯ୍ୟ ହୋଇଥିଲା । ନିମ୍ନମାନର କାର୍ଯ୍ୟ ହୋଇଥିବା ଅଭିଯୋଗ ଆଣିଲେ ସ୍ଥାନୀୟ ଲୋକେ । ଯାଜପୁର ଜିଲ୍ଲା ବିଞ୍ଝାରପୁର ଗ୍ରାମ୍ୟ ଉନୟନ ବିଭାଗ ଅଧୀନରେ କାର୍ଯ୍ୟ ହୋଇଥିବା ଅଣ୍ଢାଳରୁ ମାଟିଆକଣକୁ ସଂଯୋଗ କରୁଥିବା ରାସ୍ତା ଅବସ୍ଥା ସଂକଟପର୍ଣ୍ଣ । ପ୍ରାୟ ତିନି କିଲୋମିଟର ରାସ୍ତାର ଅବସ୍ଥା ସଂକଟପର୍ଣ୍ଣ । ସାମାନ୍ୟ ବର୍ଷାରେ ଧସିଯାଇଛି ୫୦ ଫୁଟର ପିଚୁ ରାସ୍ତା । କେବଳ ଗୋଟିଏ ସ୍ଥାନ ନୁହେଁ ପ୍ରାୟ ୬ ରୁ ୭ଗୋଟି ସ୍ଥାନରେ ରାସ୍ତା ସମ୍ପୂର୍ଣରୂପେ ଧସିଯାଇଥିବା ଦେଖିବାକୁ ମିଳିଛି ।

ନିମ୍ନମାନର କାର୍ଯ୍ୟ ଯୋଗୁଁ ରାସ୍ତା ଧସିଥିବା ସ୍ଥାନୀୟ ଅଞ୍ଚଳବାସୀମାନେ ଅଭିଯୋଗ କରିଥିବା ବେଳେ ଜଳସମ୍ପଦ ବିଭାଗକୁ ଦୋଷ ଦେଉଛି ଗ୍ରାମ୍ୟ ଉନୟନ ବିଭାଗ । ଅଧିକାରୀଙ୍କ କହିବା ଅନୁଯାୟୀ, ରାସ୍ତା ପାର୍ଶ୍ଵରୁ ଜଳସମ୍ପଦ ବିଭାଗ ମାଟି ଖୋଳିବାରୁ ରାସ୍ତା ଧସିଛି । ଅନ୍ୟପଟେ ଜଳସମ୍ପଦ ବିଭାଗ ଅଧିକାରୀ କହିଛନ୍ତି ଆମେ ରାସ୍ତା କଡରୁ ମାଟି ଖୋଳି ନାହୁଁ । ଦୁଇ ବିଭାଗ ଉଭୟ ଉଭୟଙ୍କ ଉପରେ ଦୋଷ ଲଦୁଥିବା ବେଳେ ରାସ୍ତା ଧସିଯିବା ଯୋଗୁଁ ସ୍ଥାନୀୟ ଅଞ୍ଚଳବାସୀମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଯାତାୟତରେ ବହୁ ବାଧା ଉପୁଜୁଛି ।

Leave a Reply

Your email address will not be published. Required fields are marked *