ମିଛ ଆରେଷ୍ଟ କୁ ନେଇ  ବଦନାମ ମୁଣ୍ଡାଇଲା ନୟାଗଡ଼ ପୋଲିସ

ଭୁଲ କାହାର ଦଣ୍ଡ ପାଇଲା କିଏ । ନୟାଗଡ଼ ପୋଲିସର  ଏଭଳି ଅଜବ ନୀତି ଦେଖିବା ପାଇଁ ମିଳିଛି ।  ଭଣଜା ଅଭିଯୁକ୍ତ ମାମୁ ପାଉଛି ଦଣ୍ଡ । ଓଡ଼ଗାଁ ଅଜିତ ସାହୁ ହତ୍ୟାକାଣ୍ଡ ରେ ଏହି ବ୍ୟକ୍ତି ଅଭିଯୁକ୍ତ ନୂହନ୍ତି କିନ୍ତୁ ସାମ୍ବାଦିକ ସମ୍ମିଳନୀରେ ଅଭିଯୁକ୍ତ ସଜାଇଥିଲା ପୋଲିସ, ସେ ପ୍ରତିବାଦ କରିବା ରୁ ପୋଲିସ ତାଙ୍କୁ ଛାଡି ଦେଇଛି .

ଦୋଷ ଏତିକି ଭଣଜା ଅଭିଯୁକ୍ତ କିନ୍ତୁ ମାମୁଁଙ୍କୁ ଅଭିଯୁକ୍ତ  ସଜାଇଥିଲା ଓଡ଼ଗାଁ  ପୋଲିସ,ଅଜିତ ସାହୁ ହତ୍ୟାକାଣ୍ଡ   ଘଟଣାରେ ଅଭିଯୁକ୍ତ  ଭଣଜା  କୁଲୁ ଭଟ ଫେରାର ରହିଥିବା ବେଳେ । ମାମୁ ଶ୍ରୀଧର ସାହୁଙ୍କୁ ଏହି ଘଟଣାରେ  ଅଭିଯୁକ୍ତ ସଜାଇ ଅନ୍ୟ ଅଭିଯୁକ୍ତଙ୍କ ମିଶାଇ 4 ଜଣଙ୍କୁ ଗିରଫ ଦର୍ଶାଇ ସାମ୍ବାଦିକ ସମ୍ମିଳନୀରେ ଠିଆ କରିଥିଲା ପୋଲିସ। ଶ୍ରୀଧର ସାହୁଙ୍କ ଘର  ଓଡ଼ଗାଁ ଥାନା କୋମଣ୍ଡ ମକରପଦା ଗାଁରେ। ପୋଲିସ ତାଙ୍କୁ ଅଭିଯୁକ୍ତ ଦର୍ଶାଇ ଗିରଫ କରିଥିଲା ସେ ପ୍ରତିବାଦ କରିବା ରୁ ପୋଲିସ ତାଙ୍କୁ  ଛାଡି ଦେଇଛି।  ଆଜି ତାଙ୍କ ସ୍ଥାନରେ ଅନ୍ୟ ଜଣେ ଅଭିଯୁକ୍ତ   ଡ୍ରାଇଭର ନରେଶ ବିଶୋଇଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଅଜିତ ସାହୁ ହତ୍ୟାକାଣ୍ଡ ଘଟଣାରେ  ମୋଟ  4 ଜଣ  ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ ।

ଗିରଫ ଅଭିଯୁକ୍ତ ମାନେ ହେଲେ ଖଣି ମାଫିଆ  ପୂର୍ଣ୍ଣଚନ୍ଦ୍ର ନାୟକ, ମହନ୍ତ ନାୟକ ,ମାନସ ବେହେରା ଏବଂଡ୍ରାଇଭର ନରେଶ ବିଶୋଇ।ଜେଲ ଯାଇଛନ୍ତି ଅଭିଯୁକ୍ତ ମାନେ। ଅନ୍ୟ ମୁଖ୍ୟ ଅଭିଯୁକ୍ତ ଜଗନ୍ନାଥ ପଣ୍ଡା ସମେତ 3 ଜଣ ଫେରାର ଥିବା ପୋଲିସ ପକ୍ଷରୁ କୁହା ଯାଇଛିନୟାଗଡ଼ ରୁ ବିକ୍ରମସ୍ଵାଇଁ

Leave a Reply

Your email address will not be published. Required fields are marked *