କିଏ ସେ ଠିକାଦାର ଗୌତମ ଅଗ୍ରୱାଲ ?
ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଚାଷ ଓ ଚାଷୀ ମାନଙ୍କ ପାଇଁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରି ବିଭିନ୍ନ ଯାଗାରେ ଧାନ ଖଳା ନିର୍ମାଣ କରୁଛନ୍ତି ହେଲେ କେତେକ ସ୍ଥାନରେ ଠିକାଦାର ଓ ବିଭାଗୀୟ ଯନ୍ତ୍ରୀ ମାନଙ୍କ ଖାମଖିଆଲି ମନୋଭାବ ଯୋଗୁଁ ନିମ୍ନ ମାନର କାମ କରୁଥିବା ଅଭିଯୋଗ ହୋଇଥାଏ । ଏଭଳି ଅଭିଯୋଗ ସାମ୍ନାକୁ ଆସିଛି କର୍ଲାମୁଣ୍ଡା ବ୍ଲକ ରେଗଡା ପଞ୍ଚାୟତ ସ୍ଥିତ ବିଜାପାଟି ଗାଁରେ ନିର୍ମାଣ ହୋଇଥିବା ଧାନ ଖଳା କାମରେ । ଏହି କାମକୁ ହାତକୁ ନେଇଛି କେସିଙ୍ଗା ସହରର ଗୌତମ ଅଗ୍ରୱାଲ ବୋଲି ଜଣାପଡ଼ିଛି।
କାହାର ଛତ୍ରଛାୟା ତଳେ ରହି କାମ କରୁଛି ଗୌତମ ଅଗ୍ରୱାଲ . ନିମ୍ନ ମାନର କାମ କରିବା ପାଇଁ କିଏ ଦେଲା ଅନୁମତି,
ଠିକାଦାର ଓ ବିଭାଗୀୟ ଯନ୍ତ୍ରୀ ମାନଙ୍କ ମଧ୍ୟରେ ରହିଛିକି ଖିର-ନୀର ସମ୍ପର୍କ ?

ରାଜ୍ୟ ରାଜକୋଷରୁ ପାଣି ଭଲି ଖର୍ଚ୍ଚ କରି ଉକ୍ତ କାର୍ଯ୍ୟ କୁ ଲାଇସେନ୍ସ ପ୍ରାପ୍ତ ଠିକାଦାର ମାନେ ଟେଣ୍ଡର ପ୍ରକ୍ରିୟାରେ କାର୍ଯ୍ୟ କରୁଛନ୍ତି ଏବଂ ସେହି କାର୍ଯ୍ୟକୁ ତଦାରଖ କରିବା ପାଇଁ ସରକାରୀ ବିଭାଗୀୟ ଯନ୍ତ୍ରୀ ମାନଙ୍କୁ ମୋଟା ଅଙ୍କର ମାସିକ ଦରମା ଦେଇ ନିଯୁକ୍ତି କରାଯାଇଛି କିନ୍ତୁ ସେତିକି ଟଙ୍କାରେ ସେହି ସରକାରୀ ବାବୁ ମାନଙ୍କ ମନ ଶାନ୍ତି ହେଲାନି ଯେ ହାତକୁ ନେଇଥିବା ଠିକାଦାର ମାନଙ୍କ ପାଖକୁ ମୋଟା ଅଙ୍କର ପିସି ନେଇ ନିମ୍ନ ମାନର କାର୍ଯ୍ୟରେ ସହଯୋଗ କରୁଥିବା ଦେଖିବାକୁ ମିଳିଛି ବିଜାପାଟି ଗାଁରେ ହେଉଥିବା ଧାନ ଖଳା କାମରେ ।
କାମ ଆରମ୍ଭ ହେବା ପୁର୍ବରୁ ହିଁ ଇଟା ଯୋଡାଇବା କାମରେ ଦୁର୍ନୀତି। ନଜର ପକାନ୍ତୁ ଫାଉଣ୍ଡେସନ ଉପରେ କିଭଳି ଭାବରେ ଜଳଜଳ ହୋଇ ଦେଖାଯାଉଛି ବ୍ୟବହାର କରାଯାଇଥିବା ରଡ୍ । ନଜର ପକାନ୍ତୁ ଏହି କଲମ ଉପରେ କିଭଳି ପ୍ରତୈକ କଲମରେ ୬ ଇଞ୍ଚରେ ରିଙ୍ଗ ବାନ୍ଧିବା ଯାଗାରେ ୯ ରୁ ୧୦ ଇଞ୍ଚରେ ରିଙ୍ଗ ବନ୍ଧାଯାଇଛି।
ଠିକ୍ ସେହିପରି ନଜର ପକାନ୍ତୁ ଏହି କାମ ଉପରେ କିଭଳି ଭାବରେ ବାଲି ଭର୍ତ୍ତି କରିବା ସ୍ଥାନରେ ମାଟି ଭର୍ତ୍ତି କରି ଅତିରୁ ଅତି ନିମ୍ନ ମାନର କାମ କରି ଲକ୍ଷ୍ୟାଧିକ ଟଙ୍କା ଦିନ ଦ୍ବିପହରରେ ସାଧାରଣ ଲୋକଙ୍କ ଆଖିରେ କଳାକନା ବୁଲାଇ ଚଳୁକରି ନେବାର ଏକ ନୂତନ ପନ୍ଥା ଆପଣେଇଛି ଠିକାଦାର ଓ ତାଙ୍କୁ ସମ୍ପୂର୍ଣ୍ଣ ଭାବେ ସହଯୋଗ କରୁଛନ୍ତି ସରକାରୀ ବିଭାଗୀୟ ଯନ୍ତ୍ରୀ ତେବେ ଫୋକସ ପ୍ଲସ ଟିଭିରେ ଖବର ପ୍ରସାରଣ ପରେ ସରକାର ସେମାନଙ୍କ ଉପରେ କେଉଁ ପ୍ରକାର କାର୍ଯ୍ୟାନୁଷ୍ଠାନ ନେଉଛନ୍ତି ତାହା ଦେଖିବାକୁ ବାକି ରହିଲା।
