Breaking newsମୁଖ୍ୟ ଖବରରାଜ୍ୟ ସାଇକେଲ ଆରୋହୀଙ୍କୁ ମାଡିଦେଇ ପଲଟିଗଲା ଯାତ୍ରା ପାର୍ଟି ଟ୍ରକ:ଜଣେ ମୃତ ପାଞ୍ଚ ଗୁରୁତର FOCUS PLUSFebruary 7, 2022 ଅଠର ନମ୍ବର ଜାତୀୟ ରାଜପଥର ଗଡଗଡିଆ ଛକ ନିକଟରେ ଦୃଘଟଣା ।OR – 01C 6595 ନମ୍ବର ବିଶିଷ୍ଟ ଏକ ଟ୍ରକ ଅମୃତ ମହଲ ନାମକ ଏକ ଯାତ୍ରା ପାର୍ଟିର ସରଞ୍ଜାମ ନେଇ ବାଲେଶ୍ବର ଅଭିମୁଖେ ଯାଉଥିବା ସମୟରେ ଏକ ସାଇକେଲ ଆରୋହୀକୁ ଧକ୍କାଦେଇ ରାଜପଥ ପାର୍ଶ୍ବକୁ ପାଲଟିଯାଇଥିଲା ।ସାଇକେଲ ଆରୋହୀ ଜଣଙ୍କ ଟ୍ରକତଳେ ଚାପିଯାଇଥିଲା । ଘଟଣାସ୍ଥଳରେ ବୌଶିଙ୍ଗା ପୋଲିସ ଓ ବେତନଟୀ ଅଗ୍ନିଶମ ବିଭାଗ ପହଞ୍ଚି କ୍ରେନ ସାହାର୍ଯ୍ୟରେ ଟ୍ରକତଳୁ ମୃତ ସାଇକେଲ ଆରୋହୀକୁ ଉଦ୍ଧାର କରିବା ସହ ଯାତ୍ରାପାର୍ଟିର ପାଞ୍ଚ ଜଣଙ୍କୁ ଉଦ୍ଧାର କରି ବେତନଟୀ ଗୋଷ୍ଠୀ ସ୍ବାସ୍ଥକେନ୍ଦ୍ରକୁ ଚିକିତ୍ସା ନିମନ୍ତେ ପଠାଇଥିଲେ । ମୃତକ ବୌଶିଙ୍ଗା ଥାନା ଅନ୍ତର୍ଗତ ବଗଲପୁର ଗ୍ରାମର ହରିମୋହନ ମର୍ମୁ ।ପାଞ୍ଚ ଗୁରୁତର ମଧ୍ୟରୁ ଦୁଇଜଣ ଲଙ୍ଗଳେଶ୍ବର ର ଗୋପିକୃଷ୍ଣ ମଣ୍ତଳ ଓ ତପନ କୁମାର ସାମନ୍ତରାୟ , ବାଲେଶ୍ବର ର ବିଶ୍ବଜିତ ଦାସ ,ଭଦ୍ରକର ଶିବସୁନ୍ଦର ଜେନା ଓ କେସଡିହାର ରାଉତ ପୂର୍ତ୍ତି ବେତନଟୀ ଗୋଷ୍ଠୀ ସ୍ବାସ୍ଥ୍ଯକେନ୍ଦ୍ର ରେ ଚିକିତ୍ସିତ ହେଉଛନ୍ତି ।ଦୃଘଟଣା ପରେ ଘଟଣାସ୍ଥଳରୁ ଟ୍ରକ ଚାଳକ ଫେରାର ହୋଇଛି ।ସୁଧାକର ଭୂୟାଁ ,ବେତନଟୀ ,ମୟୂରଭଞ୍ଜ
ଅଭିନେତା ଗୋବିନ୍ଦାଙ୍କ ଗୋଡ଼ରେ ବାଜିଲା ଗୁଳି। -ନିଜ ବନ୍ଧୁକରୁ ନିଜ ଗୋଡ଼ରେ ବାଜିଲା ଗୁଳି -ଗୁଳି ବାଜିବା ପରେ ନିକଟସ୍ଥ ମେଡିକାଲରେ ଭର୍ତ୍ତି-ଭୁଲବଶତଃ ନିଜ ଗୋଡ଼ରେ ଗୁଳି ବାଜିଥିବା ସୂଚନା
ଡକାୟତି ଯୋଜନା ପଣ୍ଡ । ଗତକାଲି ବିଳମ୍ବିତ ରାତିରେ ଖୋର୍ଦ୍ଧା ଇଲେକ୍ଟ୍ରି ଅଫିସ ପଛପଟ ମୋନାଲିସା ଇଂଲିସ ମିଡ଼ିଅମ ସ୍କୁଲ ପଡିଆ ପରିସରରେ ଖୋର୍ଦ୍ଧା ନବୀନବାଗ ଅଂଚଳରେ ଡକାୟତି କରିବା ପାଇଁ କିଛି…
ପାକିସ୍ତାନକୁ ସାହାଯ୍ୟର ହାତ ବଢାଇଲା ଚୀନ ଫୋକସ ପ୍ଲସ 4/3/2023 (ବ୍ୟୁରୋ): ଘୋର ଆର୍ଥିକ ସଙ୍କଟ ଦେଇ ଗତି କରୁଛି ପାକିସ୍ତାନ |ବିଶ୍ୱର ସମସ୍ତ ଦେଶ ଏବେ ପାକିସ୍ତାନକୁ ସାହାଯ୍ୟ କରିବାକୁ ମନା କରୁଥିବା…