ଜୁନ୍ ୧୦ରେ ବିକ୍ଷୋଭ ଚେତାବନୀ
ରାୟଗଡା ଜିଲ୍ଲା କୋଲନରା ବ୍ଲକ କେଦାପଡା ପଞ୍ଚାୟତର ଗାଦବା ସାହି ନିକଟରେ ସିପିଆଇ (ଏମଏଲ) ଲିବରେସନ ପକ୍ଷରୁ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଛି। ଜିଲ୍ଲା ସମ୍ପାଦକ ତ୍ରିପତି ଗମାଙ୍ଗଙ୍କ ଉପସ୍ଥିତିରେ ଶତାଧିକ ମହିଳା ଓ ପୁରୁଷ ବିଜେଡି, କଂଗ୍ରେସ ଓ ବିଜେପି ଛାଡି ସିପିଆଇ (ଏମଏଲ) ଲିବରେସନରେ ସାମିଲ ହୋଇଥିବା ସୂଚନା ମିଳିଛି।
ସଭାରେ ଜଙ୍ଗଲ ଜମି ଓ ଘରଡିହ ପଟ୍ଟା ପ୍ରଦାନ, ମନରେଗା ଆଇନ କାର୍ଯ୍ୟକରୀ କରିବା, ଦୈନିକ ୬୦୦ ଟଙ୍କା ମଜୁରୀ ନିର୍ଦ୍ଧାରଣ, ସମସ୍ତଙ୍କୁ ମାଗଣା ୩୦୦ ୟୁନିଟ୍ ବିଦ୍ୟୁତ ଯୋଗାଣ, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ୫ ଲକ୍ଷ ଟଙ୍କା ସହାୟତା, ରେସନ କାର୍ଡଧାରୀଙ୍କୁ ୫୦ କେଜି ଚାଉଳ ପ୍ରଦାନ ସହ ବିଭିନ୍ନ ଦାବି ଉଠାଯାଇଥିଲା।

ସେହିପରି ଗୌଡଗୁଡା ଓ ଗାଦବା ସାହି ରାସ୍ତା ନିର୍ମାଣ କାମର ତଦନ୍ତ ଦାବି କରାଯାଇଥିଲା। ଉକ୍ତ ସମସ୍ୟାଗୁଡିକର ସମାଧାନ ଦାବିରେ ଆସନ୍ତା ଜୁନ୍ ୧୦ ତାରିଖରେ କୋଲନରା ତହସିଲ ଓ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ଓ ଧାରଣା ଦିଆଯିବ ବୋଲି ଜିଲ୍ଲା ସମ୍ପାଦକ ତ୍ରିପତି ଗମାଙ୍ଗ ସୂଚନା ଦେଇଛନ୍ତି।
ଏହି କାର୍ଯ୍ୟକ୍ରମରେ ଭକ୍ତ ମିଣିଆକା, କୃଷ୍ଣ ମିଣିଆକା, ମେଦିରି ଗର୍ଡିଆ, ରାମାରାଓ କୁଟ୍ରୁକା, ନୁକି ହୁଇକା, ସୁଶାନ୍ତ ଘାଣ୍ଟା, ନମିତା ହିକକା, ମୋଜେସ ବିଡିକା, ମୂର୍ତ୍ତି ମିଣିଆକା, ଆଛାନା ମାଣ୍ଡାଙ୍ଗି, ବସନ୍ତ ମିଣିଆକା, ଗଙ୍ଗାଧର ହିମିରିକା, ସୁଧୁଂରୁ ମିଣିଆକା, ଛବିଲାଲ ହିହାଲ ଓ ଉମେଶ ଉଇକା ପ୍ରମୁଖ ଉପସ୍ଥିତ ଥିଲେ।
