୧୦୯୮ କୁ ଫୋନ କରି ନିଜ ବାହାଘର ନିଜେ ରୋକିଲେ ନାବାଳିକା

ଚାଇଲ୍ଡ ହେଲ୍ପଲାଇନ୍-୧୦୯୮ ଜରିଆରେ ସାରଙ୍ଗଡ ଥାନା ଅଞ୍ଚଳରୁ ହେବାକୁ ଯାଉଥିବା ଏକ ବାଲ୍ୟବିବାହ ରେ ନାବାଳିକା କୁ ପୋଲିସ ସହାୟତା ରେ ଉଦ୍ଧାର କରିଛି ଚାଇଲ୍ଡ ଲାଇନ । ଏହି ସମ୍ପର୍କିତ ଅଭିଯୋଗ ଚାଇଲଡ ଲାଇନକୁ ସୁଚନା ମିଳିବା ପରେ ସଙ୍ଗେ ସଙ୍ଗେ ସାରଙ୍ଗଡ ଥାନା ଅଧିକାରିଣୀଙ୍କୁ ଅବଗତ କରାଇଥିଲେ ଚାଇଲ୍ଡ ଲାଇନ । ଥାନା ଅଧିକାରିଣୀ ତତକ୍ଷଣାତ ତାଙ୍କ ଟିମ୍ ସହାୟତାରେ ନାବାଳିକାକୁ ଉଦ୍ଧାର କରିଥିଲେ । ଚାଇଲଡ୍ ହେଲ୍ପଲାଇନ୍ ର ଦୁଇଜଣିଆ ଟିମ୍ କ୍ଷିରୋଦ ପ୍ରସାଦ ନାୟକ(ସଂଯୋଜକ) ଓ ଶିବଶଙ୍କର ବେହେରା (ସୁପରଭାଇଜର) ସାରଙ୍ଗଡ ଥାନାରେ ପହଁଞ୍ଚି ଥାନା ଅଧିକାରିଣୀଙ୍କ ସହଯୋଗରେ କାଉନସେଲିଂ କରିଥିଲେ ଏବଂ ସୁଚନା ପାଇଥିଲେ ଯେ ନାବାଳିକାର ଘର ଫିରିଙ୍ଗିଆ ଥାନା ଅଞ୍ଚଳରେ । ସୂଚନା ଅନୁସାରେ ନାବାଳିକା ଜଣକ +୨ ପାସ୍‌ କରି ସ୍ଵୟଂ ଶାସିତ ମହା ବିଦ୍ୟାଳୟ ଫୁଲବାଣୀ ରେ ଚଳିତ ବର୍ଷ +୩ରେ ନାମ ଲେଖାଇଛନ୍ତି । 

ସେ ଜଣେ ମେଧାବୀ ଛାତ୍ରୀ ହୋଇଥିବାରୁ ପୂର୍ବରୁ ପରିବାର ତରଫରୁ ସ୍ଥିର ହୋଇଥିବା ବିବାହ ନାବାଳିକା ପ୍ରତ୍ୟାଖାନ କରିଥିଲେ କିନ୍ତୁ ଚଳିତ ବର୍ଷ ପୁଣିଥରେ ବାଧ୍ୟ କରାଇ ଏକ ବୟସ୍କ ବ୍ୟକ୍ତି ସହିତ ବିବାହ ପାଇଁ ସ୍ଥିରକରିଥିଲେ ତେଣୁ ନାବାଳିକା ଫୁଲବାଣୀ ଠାରୁ ଦୁର ସମ୍ପକୀୟ ମାଉସି ଘରକୁ ଚାଲିଯାଇଥିଲେ । ସେଠାରେ ମଧ୍ୟ ଅସୁରକ୍ଷିତ ମନେକରି ବାଧ୍ୟ ହୋଇ ଚାଇଲ୍ଡ ହେଲ୍ପ ଲାଇନ ୧୦୯୮(ଟୋଲ୍ ଫ୍ରି) ନମ୍ବର କୁ ସହାୟତା ପାଇଁ ନିବେଦନ କରିଥିଲେ । ଶେଷରେ ସମସ୍ତ ତଥ୍ୟ ଆଧାରରେ ସାରଙ୍ଗଡ ଥାନା ଏକ ଡାଏରୀ ପଞ୍ଜିକରଣ କରି ଓ ନାବାଳିକାକୁ ଥାନାଅଧୂକାରୀଙ୍କ ସହାୟତାରେ ଚାଇଲ୍ଡ ହେଲ୍ସଲାଇନ୍- ୧୦୯୮ ତରଫରୁ ଓ୍ବାନ୍ ଷ୍ଟପ୍ “ ସବସେଣ୍ଟର(ସଖି) ଠାରେ ଅସ୍ଥାୟୀ ଭାବେ ଥଇଥାନ କରାଯଇଛି ଓ ଅଧ୍ୟକ୍ଷ ଶିଶୁମଙ୍ଗଳ କମିଟିକୁ ସୁଚନା ପ୍ରଦାନ କରିଛନ୍ତି । ପରବର୍ତ୍ତୀ ସମୟରେ ଅଧ୍ୟକ୍ଷ ଶିଶୁମଙ୍ଗଳ କମିଟିରେ ଉପସ୍ଥାପନ ପରେ ଶିଶୁର ପରବର୍ତ୍ତୀ ନିଷ୍ପତି ଗ୍ରହଣ କରାଯିବ ।

Leave a Reply

Your email address will not be published. Required fields are marked *