ଦେଶ ବିଦେଶବାଣିଜ୍ୟସ୍ପେସିଆଲ ଷ୍ଟୋରି କାର୍ରେ ୯୦ ମିନିଟ୍ର ଯାତ୍ରା ସରିବ ମାତ୍ର ୭ ମିନିଟ୍ରେ : ୨୦୨୬ରେ ଉଡ଼ିବ ଇଲେକ୍ଟ୍ରିକ୍ ଏୟାର ଟାକ୍ସି Focus PlusNovember 10, 2023November 10, 2023 ନୂଆଦିଲ୍ଲୀ: ଭାରତରେ ୨୦୨୬ ସୁଦ୍ଧା ଇଲେକ୍ଟ୍ରିକ୍ ଏୟାର ଟାକ୍ସି ଉଡ଼ିବ। ଏଥିପାଇଁ ଇଣ୍ଡିଗୋର ମାଲିକାନା ରଖିଥିବା ସଂସ୍ଥା ଇଣ୍ଟରଗ୍ଲୋବ ଓ ଆମେରିକାର ଆର୍ଚର ଆଭିଏସନ ମଧ୍ୟରେ ସହଯୋଗିତା ହୋଇଛି। ଆର୍ଚର ଆଭିଏସନ୍ ଇଲେକ୍ଟ୍ରିକ ଏୟାର ଟାକ୍ସି ବିକାଶ କରୁଛି। ଜନବହୁଳ ସହରଗୁଡ଼ିକରେ ଟ୍ରାଫିକ ଜାମ ଏକ ବଡ଼ ସମସ୍ୟା ଭାବେ ଉଭା ହୋଇଥିବା ବେଳେ ଏୟାର ଟାକ୍ସି ତାହାର ସମାଧାନ କରିପାରିବ। କାର୍ରେ ଯେଉଁ ବାଟ ଅତିକ୍ରମ କରିବା ଲାଗି ୯୦ ମିନିଟ୍ ଲାଗୁଛି, ଏୟାର ଟାକ୍ସିରେ ସେଠାରେ ୭ ମିନିଟ୍ରେ ପହଞ୍ଚିହେବ। ଗୋଟିଏ ଏୟାର ଟାକ୍ସି ୪ ଜଣ ଯାତ୍ରୀ ଓ ଜଣେ ପାଇଲଟଙ୍କୁ ନେଇ ଗୋଟିଏ ଚାର୍ଜରେ ୧୬୧ କିମି ଯାତ୍ରା କରିପାରିବ। ଉଭୟ କଂପାନି ମିଶି ପ୍ରାରମ୍ଭିକ ପର୍ଯ୍ୟାୟରେ ୧୦୦ ଏୟାର ଟାକ୍ସି ନେଇ ଦିଲ୍ଲୀ, ମୁମ୍ବାଇ ଓ ବେଙ୍ଗାଲୁରୁରୁ ସେବା ଆରମ୍ଭ କରିବେ। ଇ-ଏୟାର ଟାକ୍ସିକୁ ପଣ୍ୟ ପରିବହନ, ଲଜିଷ୍ଟିକ୍ସ, ମେଡିକାଲ, ଜରୁରୀକାଳୀନ କାର୍ଯ୍ୟ ଏବଂ ଚାର୍ଟର ସେବାରେ ବ୍ୟବହାର କରିବାକୁ ଇଣ୍ଟରଗ୍ଲୋବ ଯୋଜନା ରଖିଛି।
429 ତାଜା କୋଭିଡ୍ -19 ମାମଲା ସହିତ, ମୁମ୍ବାଇରେ ପରୀକ୍ଷା ପଜିଟିଭିଟି ହାର 1% କୁ ଖସି ଆସିଛି | ଲଗାତାର ଚତୁର୍ଥ ଦିନ ପାଇଁ ମୁମ୍ବାଇରେ ଟେଷ୍ଟ୍ ପଜିଟିଭିଟି ହାର (ଟିଆରପି) 1 ପ୍ରତିଶତକୁ ହ୍ରାସ ପାଇ 500 ରୁ କମ୍ ମାମଲା ରିପୋର୍ଟ କରିଛି। ଗୁରୁବାର…
ଗଞ୍ଜାମ ପ୍ରସିଦ୍ଧ ୨୧ ଦିନିଆ ଦଣ୍ଡ ନାଚ ଆଜିଠାରୁ ଆରମ୍ଭ। ଦୁଇ ବର୍ଷ ପରେ ବିନା କୋଭିଡ କଟକଣା ରେ ଆରମ୍ଭ ହେଉଛି ଗଂଜାମ ର ପ୍ରସିଦ୍ଧ ଦଣ୍ଡ ନାଚ। ଗଞ୍ଜାମ ଜିଲ୍ଲାର ପାରମ୍ପରିକ ଦଣ୍ଡ ନାଚ ଗତ…
ଟ୍ରମ୍ପ ଙ୍କୁ କଣ ପାଇଁ କ୍ଷମା ମାଗିଲେ ଜୁକରବର୍ଗ ? ଟ୍ରମ୍ପଙ୍କୁ କଣ ପାଇଁ କ୍ଷମା ମାଗିଲେ ମାର୍କ ଜୁକରବର୍ଗ ? ଏହାର କାରଣ ଏବେ ଖୁଲାସା କରିଛନ୍ତି ଡୋନାଲ୍ଡ ଟ୍ରମ୍ପ। ରିପବ୍ଲିକାନ୍ ରାଷ୍ଟ୍ରପତି ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ…