ପୁନର୍ବାର ବଢ଼ିଲା ସୁନା ଆଉ ରୂପାର ଦର। ଯଦି ଆପଣ ସୁନା କିଣିବାକୁ ଚାଁହୁଛନ୍ତି ତେବେ ନଜର ପକାନ୍ତୁ କେଉଁ ସହରରେ କେତେ ରହିଛି ସୁନା ଦର। ବଜାରରେ ୨୪ କ୍ୟାରେଟ ସୁନା ୧,୨୨,୬୮୦ ଟଙ୍କା ରହିଛି । ସେହିପରି ୨୨ କ୍ୟାରେଟ ସୁନା ଦର ୧,୧୨,୪୫୦ ଟଙ୍କାରେ ପହଞ୍ଚିଛି । ସେହିପରି ରାଜଧାନୀ ଭୁବନେଶ୍ୱରରେ ୨୪ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୧,୨୨,୬୮୦ ଟଙ୍କା ରହିଥିବା ବେଳେ ୨୨ କ୍ୟାରେଟ୍ ସୁନାର ମୂଲ୍ୟ ହଜାର ୧,୧୨,୪୫୦ ଟଙ୍କାକୁ ପହଞ୍ଚିଛି । କୋଲକାତାରେ ଯଥାକ୍ରମେ ୧,୨୨,୬୮୦ ଓ ୧,୧୨,୪୫୦ ଟଙ୍କା ରହିଛି । ଅନ୍ୟପଟେ ରୁପା ମୂଲ୍ୟ କିଲୋ ପିଛା ୧, ୫୧,୦୦୦ ଟଙ୍କା ହୋଇଛି ।ସେହିପରି ମୁମ୍ବାଇରେ ୨୪ କ୍ୟାରେଟ୍ ମୂଲ୍ୟ ୧,୨୨,୬୮୦ ଟଙ୍କା ଓ ୨୨ କ୍ୟାରେଟ୍ ମୂଲ୍ୟ ୧,୧୨,୪୫୦ ଟଙ୍କା ରହିଛି । ନୂଆଦିଲ୍ଲୀରେ ୨୪ କ୍ୟାରେଟ୍ ୧,୨୨,୮୩୦ ଟଙ୍କା ଓ ୨୨ କ୍ୟାରେଟ୍ ୧,୧୨,୬୦୦ଟଙ୍କା ରହିଛି । ଚେନ୍ନାଇରେ ୨୪ କ୍ୟାରେଟ ମୂଲ୍ୟ ୧,୨୩,୨୮୦ ଟଙ୍କା ଥିବାବେଳେ ୨୨ କ୍ୟାରେଟ ମୂଲ୍ୟ ୧,୧୩,୦୦୦ ଟଙ୍କା ରହିଛି ।
ସୁନା ଓ ରୂପା ଦରରେ ଆଂଶିକ ପରିବର୍ତ୍ତନ
