ହ୍ୟୁମାନଙ୍କ ମୃତ୍ୟୁ ପରେ ଗୋଟିକ ପରେ ଗୋଟେ ସତ ସମସ୍ତଙ୍କ ସାମ୍ନାକୁ ଆସୁଛି । ହ୍ୟୁମାନଙ୍କ ସାଙ୍ଗରେ ରହି ତାଙ୍କୁ ଟଙ୍କା ମେସିନ ଭଳି ବ୍ୟବହାର କରୁଥିଲେ । ଏବେ ସେହି ଟଙ୍କା ମେସିନ ଭାଙ୍ଗିଗଲା ବୋଲି ହ୍ୟୁମାନଙ୍କ ମା’ ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି । ହ୍ୟୁମାନଙ୍କ ବ୍ୟାଙ୍କ ଟ୍ରାଞ୍ଜାକ୍ସନ୍ କଥା ସବୁ ବୁଝୁଥିଲେ ହ୍ୟୁମାନଙ୍କ ମ୍ୟାନେଜର ଦିନେଶ ବେହେରା । ହେଲେ ଏବେ ମୁଁ ହ୍ୟୁମାନଙ୍କ ରୋଜଗାର ବିଷୟରେ କିଛି ଜାଣିନି ବୋଲି କହୁଛନ୍ତି । ହ୍ୟୁମାନଙ୍କ ପାଇଁ ମୁହଁ ଖୋଲିବାରୁ ମୋତେ ସେମାନେ ଧମକ ଦେଉଛନ୍ତି ବୋଲି ହ୍ୟୁମାନଙ୍କ ମା ଏଭଳି ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି । ଅନ୍ୟପଟେ ହ୍ୟୁମାନ ଅସୁସ୍ଥ ହେବାର କାରଣ କ’ଣ ଖୋଜିଲେ ମିଳିଯିବ ବୋଲି ବରିଷ୍ଠ ସଂଗୀତ ନିର୍ଦ୍ଦେଶକ ପ୍ରେମ ଆନନ୍ଦ କହିଥିଲେ । ତାଙ୍କ ମତରେ ହ୍ୟୁମାନ ଅସୁସ୍ଥ ହେବା ପଛରେ ଯେଉଁମାନଙ୍କ ଭୂମିକା ରହିଛି ସେମାନଙ୍କୁ ଖୋଜାଯିବା ଉଚିତ ବୋଲି ସେ କହିଥିଲେ । ସେ ଏକଥା ମଧ୍ୟ କହିଥିଲେ, ହ୍ୟୁମାନ ଉପରକୁ ଉଠିଯିବା ପରେ ଯେଉଁମାନେ ଡିଷ୍ଟର୍ବ କରିବାକୁ ଚାହୁଁଥିଲେ ସେମାନଙ୍କୁ ଧରାଯାଉ । ଯାହାକୁ ନେଇ ଏବେ ଚର୍ଚ୍ଚା ହେଉଛି । କିଏ ସେ ହ୍ୟୁମାନଙ୍କ ଅସୁସ୍ଥତାର କାରଣ ଥିଲା । ଆଉ କାହା ପାଇଁ କେଉଁମାନେ ସମ୍ପୂର୍ଣ୍ଣ ଦାୟୀ ବୋଲି ପ୍ରଶ୍ନ ଉଠିଛି । ଆଉ ଏହାରି ମଧ୍ୟରେ ହ୍ୟୁମାନଙ୍କ ମା’ଙ୍କୁ ଅସଭ୍ୟ ଭାଷାରେ ଗାଳିଗୁଲଜ କରିଥିଲେ ତାଙ୍କ ମ୍ୟାନେଜର । ଯାହା ସୋସିଆଲ ମିଡିଆରେ ଏବେ ଖୁବ ଭାଇରାଲ ହେଉଥିବାର ଦେଖିବାକୁ ମିଳିଛି । ତେବେ ହ୍ୟୁମାନ ସାଗରଙ୍କ ମା’ ତାଙ୍କ ପୁଅର ମୃତ୍ୟୁ ପାଇଁ ଏକାଧିକ ଜଣଙ୍କୁ ଦାୟୀ କରିଥିଲେ । ଏମିତିକି ହ୍ୟୁମାନ ଅସୁସ୍ଥ ଥିବାବେଳେ ତାଙ୍କୁ ନେଇ ଷ୍ଟେଜ୍ ଶୋ’ କରାଯାଉଥିଲା ବୋଲି କହିଥିଲେ। ସେହିପରି ହ୍ୟୁମାନଙ୍କ ମାଆ ଆହୁରି କହିଥିଲେ, ହ୍ୟୁମାନଙ୍କୁ ଧୋକା ଦିଆ ଯାଇଛି । ୨ରୁ ୩ ମାସ ହେଲା ପୁଅ ଘରକୁ ଆସୁନଥିଲା, ସେ ଡିପ୍ରେସନ୍-ରେ ଥିଲା ।” ହ୍ୟୁମାନଙ୍କ ସ୍ଵାସ୍ଥ୍ୟ ବିଗିଡ଼ିବା ଓ ମୃତ୍ୟୁକୁ ନେଇ ତାଙ୍କ ମ୍ୟାନେଜର ଓ ଷ୍ଟେଜ୍ ଶୋ’ ଆୟୋଜକଙ୍କୁ ଦାୟୀ କରିବା ସହ ଏସବୁ ପାଇଁ ପପୁ, ପ୍ରଶାନ୍ତ ଓ ଜଣେ ମହିଳା କଣ୍ଠଶିଳ୍ପୀଙ୍କୁ ଖୋଲାଖୋଲି ଭାବେ ଦୋଷ ଦେଇଥିଲେ । ଲୋକମାନେ ମଧ୍ୟ କହୁଛନ୍ତି ହ୍ୟୁମାନଙ୍କୁ କାଳେ ମେଡ଼ିସିନ ଖାଇ ବେଡ଼ ରେଷ୍ଟ ନେବାର ଥିଲା । ହ୍ୟୁମାନ ନିଜର ଯତ୍ନ ନେଇପାରିଲେନି । ଆଉ ଯଦିବା ସେ କିଛି ମେଡ଼ିସିନ ଖାଉଥିବେ । ତେବେ ସେହି ମେଡ଼ିସିନ ଖାଇ ସଠିକ ବିଶ୍ରାମ ନନେବା କାରଣରୁ ତାଙ୍କ ଜୀବନ ଯାଇଥିବା ବୋଲି ସୋସିଆଲ ମିଡିଆରେ ଚର୍ଚ୍ଚା ହେଉଛି ।
