ଭିଆଇପି କଲଚର ର ହେଲା ଅନ୍ତ ଏବେ ଜନତା ଆଉ ନେତା ଙ୍କ ନିୟମ ସମାନ
ଆପଣଙ୍କୁ ଏକଥା ପଢିଲେ କିଛି ଆଶ୍ଚର୍ଯ୍ୟ ଲାଗୁଥିବା ନିଶ୍ଚୟ . କିନ୍ତୁ ଏ କଥା ସତ କରିଛନ୍ତି ନେପାଳ ର ନୂଆ ଯୁବ ପ୍ରଧାନ ମନ୍ତ୍ରୀ ଵାଲେନ ଶାହ . ଆପଣମାନେ ଦେଖିଥିବେ ରାସ୍ତାରେ ଯିବାବେଳେ ଯଦି ଜଣେ ନେତା ଆସନ୍ତି ତାହେଲେ କିଭଳି ପୋଲିସ ମାନେ ତାଙ୍କ ପାଇଁ ରାସ୍ତା ତିଆରି କରି ସାଧାରଣ ଜନତା ଙ୍କ ରାସ୍ତା ଅବରୋଧ କରନ୍ତି ଏବଂ ଏହା କେବଳ ସରକାରୀ କାର୍ଯ୍ୟ ନୁହେଁ ବରଂ ମନ୍ଦିର ଦର୍ଶନ ଓ ବ୍ୟକ୍ତିଗତ କାମ ରେ ମଧ୍ୟ ଦେଖିବାକୁ ମିଳେ . କିନ୍ତୁ ଏବେ ନେପାଳ ରେ ଏହି ପ୍ରଥାକୁ ବନ୍ଦ କରିଛନ୍ତି ଯୁବ ନେତା ଶାହ . ପେଶା ରେ ଜଣେ ଷ୍ଟ୍ରକଚରାଲ ଇଂଜିନିୟର ଏବଂ ନିଶାରେ ଜଣେ ରାପର ଭାବେ ବେଶ ଜଣାଶୁଣା ଶାହ . ରାଜନୀତିର ଅପ୍ରତିଦ୍ବନ୍ଦି ନେତା ବୋଲି ସେ ନିଜକୁ ପ୍ରମାଣ କରିଦେଇଛନ୍ତି ସ୍ୱାଧୀନ ପ୍ରାର୍ଥୀ ଭାବେ ଜିତି . ନେପାଳ ରେ ଗଢି ଉଠିଥିବା କିଛି ବେଆଇନ ନିର୍ମାଣ ଏବଂ ଜବରଦଖଲ ଉପରେ ନିଜେ ଉପସ୍ଥିତ ରହି ବୁଲଡୋଜର ଚଢ଼ାଇଛନ୍ତି , ଯାହାଦ୍ୱାରା ଏବେ ନେପାଳ ର ଭିଆଇପି ମାନେ ବେଶ ଭୟରେ ଥିବା ଜଣାପଡିଛି . ସାଧାରଣ ଜନତା ଏବେ ନିଜ ନିଷ୍ପତ୍ତି ଉପରେ ଗର୍ବ କରିବା ଆରମ୍ଭ କରିଛନ୍ତି . ଯେବେ ନେତା ନିଜେ ଜନତା ଙ୍କ ମଧ୍ୟରେ ଥିବା ଭେଦଭାବ କୁ ଦୂର କରିପାରେ ତାହେଲେ ଆଜିପର୍ଯ୍ୟନ୍ତ ଏହା ଅନ୍ୟ ଜାଗାରେ ହେଉନାହିଁ କାହିଁକି ବୋଲି ଏବେ ପ୍ରଶ୍ନ ସୃଷ୍ଟି ହୋଇଛି . ଏହାଦ୍ୱାରା ସେ ପ୍ରମାଣ କରିଦେଇଛନ୍ତି କି ଜଣେ ନେତା ଯାହାକୁ ଜନତା ହିଁ ବାଛି ଥାନ୍ତି ସେ ହେଉଛନ୍ତି ଜନତାଙ୍କ ସେବକ ନା କି ମାଲିକ .
