ପରକୀୟା ପ୍ରୀତି ରୁ ଭାଙ୍ଗିଲା ପରିବାର

ପରକୀୟା ପ୍ରୀତି ରୁ ସ୍ତ୍ରୀ କୁ ହତ୍ୟା ଅଭିଯୋଗ ଥାନାରେ ସ୍ୱାମୀ ଓ ପ୍ରେମିକା ଅଟକ । ଏଭଳି ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ତେନ୍ତୁଳୀଖୁଣ୍ଟି ଥାନା ଅଂଚଳରୁ । ଏନେଇ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ମୃତକ ଙ୍କ ମାଆ ।  ଅଭିଯୋଗ ଅନୁସାରେ କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକ ଅନ୍ତର୍ଗତ ବେଥନିଆ ଗ୍ରାମର ସଞ୍ଜିତା ଖୁରା ଙ୍କ ଝିଅ ପ୍ରୀତି ଖରା। ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ଥାନା ଅନ୍ତର୍ଗତ ମରାଳି ଗ୍ରାମର ସଲମନ ଟାକ୍ରି ଙ୍କୁ ବିବାହ କରିଥିଲେ,କିନ୍ତୁ ବିବାହ ପରେ ମଧ୍ୟ ସ୍ୱାମୀ ସଲମନ ଟାକ୍ରି ପରକୀୟା ପ୍ରୀତି ରେ ଲିପ୍ତ ଥିଲେ ।  ଯାହାକୁ ନେଇ ସ୍ୱାମୀ ଓ ସ୍ତ୍ରୀ ଙ୍କ ମଧ୍ୟରେ ବିବାଦ ଲାଗି ରହିଥିଲା । ଫଳରେ ସ୍ୱାମୀଙ୍କୁ  ଛାଡି ସ୍ତ୍ରୀ ପ୍ରୀତି ବାପା ଘରକୁ ଚାଲି ଯାଇଥିଲେ । ପରବର୍ତ୍ତୀ ସମୟରେ ଉଭୟ ପରିବାରଙ୍କ ସହମତି ରେ ସ୍ତ୍ରୀକୁ ଘରକୁ ଫେରିଥିଲେ ଏବଂ ତାଙ୍କ ର କନ୍ୟା ସନ୍ତାନ ଜନ୍ମ ହୋଇଥିଲା ।

ସ୍ୱାମୀ ସଲମନ ଟାକ୍ରି  ତାଙ୍କ ପ୍ରେମିକା  ସଲମା ଟାକ୍ରି ଙ୍କ ସହିତ ପରକୀୟା ପ୍ରୀତି ରେ ଲିପ୍ତ ଥିଲେ ।  ଯାହାକୁ ନେଇ କଳହ ର ଧୂଆଁ ଧୀରେ ଧୀରେ ବଢୁଥିଲା, କିନ୍ତୁ ଗତକାଲି  ପ୍ରୀତି ନିଜ ଝିଅ କୁ ଧରିଲେ ପାଣି ଆଣିବା ପାଇଁ ଯିବେ ଭାବି ସ୍ୱାମୀଙ୍କୁ ଖୋଜିବା ବେଳେ ସ୍ୱାମୀ ଘରେ ନ ଥିଲେ । ଫଳରେ ଏଣେତେଣେ ଖୋଜିବା ପରେ ସ୍ବାମୀ ନିଜ ପ୍ରେମିକା ସଲମାଙ୍କ ସହିତ ଥିବା ଦେଖିଥିଲେ। ଯାହାକୁ ନେଇ ଉଭୟ ଙ୍କ ମଧ୍ୟରେ ବଚସା ହୋଇଥିଲା ସ୍ତ୍ରୀ ପ୍ରୀତି କୁ ଉଭୟ ସ୍ୱାମୀ ଓ ପ୍ରେମିକା ମିଶି ମାରି ଦେଇ  ଆତ୍ମହତ୍ୟାର ରୂପ ଦେବାକୁ ଚେଷ୍ଟା କରିଥିଲେ ।  ଏପରିକି ମୃତ ସ୍ତ୍ରୀ କୁ ସଲମନ ତେନ୍ତୁଳୀଖୁଣ୍ଟି ମେଡିକାଲକୁ ଆଣିଥିଲେ,ଯାହାକୁ ଡାକ୍ତର ମୃତ ଘୋଷଣା କରିଥିଲେ । ଅନ୍ୟପଟେ ଖବର ପାଇ ମୃତ ପ୍ରୀତି ଙ୍କ ମାଆ ସଂଜିତା ଘଟଣା ସ୍ଥଳ କୁ ଯାଇ ଦେଖି ତାଙ୍କ ଝିଅ କୁ ହତ୍ୟା କରାଯାଇଥିବା ସନ୍ଦେହ କରି ଉଭୟ ସଲମୋନ ଓ ତାର ପ୍ରେମିକା ନାମରେ ତେନ୍ତୁଳୀଖୁଣ୍ଟି ଥାନାରେ ଲିଖିତ ଅଭିଯୋଗ କରିଥିଲେ ଏବଂ ଅଭିଯୁକ୍ତ ମାନଙ୍କୁ ଫାଶୀ ଦଣ୍ଡ ଦେବାକୁ ଦାବୀ କରିଛନ୍ତି ମୃତକ ଙ୍କ ପରିବାରବର୍ଗ ।

ଏତଲା ଆଧାରରେ ତେନ୍ତୁଳୀଖୁଣ୍ଟି ପୋଲିସ ଉଭୟ ସ୍ୱାମୀ ସଲମନ ଟାକ୍ରି  ଓ ପ୍ରେମିକା ସଲମା ଙ୍କୁ ଅଟକ ରଖି ଅଧିକ ପଚରା ଉଚରା କରୁଥିବା ନବରଙ୍ଗପୁର ଏସ୍ଡିପିଓ କୃଷ୍ଣଚନ୍ଦ୍ର ଭତ୍ରା ସୂଚନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *