ନୂଆଦିଲ୍ଲୀ: ଆସନ୍ତା ୪ ତାରିଖରେ ପ୍ରକାଶ ପାଇବ ପଶ୍ଚିମବଙ୍ଗର ନିର୍ବାଚନ ଫଳାଫଳ । ଏହା ପୂର୍ବରୁ ପ୍ରକାଶ ପାଇଥିବା ଏଗଜିଟ୍ ପୋଲ୍ ସର୍ଭେ ବିଜେପି ସପକ୍ଷରେ ମତ ପ୍ରକାଶ କରିଛି । ଦିଦିଙ୍କ ସରକାରର ଅନ୍ତ ଅନ୍ତ ଘଟୁଥିବାବେଳେ ବିଜେପି ନୂଆ ସରକାର ଗଠନ କରିବ । ତେବେ ଏହାକୁ ଟିଏମସି ଖଣ୍ଡନ କରିଛି । ଗଣତି ପୂର୍ବରୁ ନିଜର ଏଜେଣ୍ଟଙ୍କୁ ସମ୍ବୋଧନ କରି ମମତା କହିଛନ୍ତି କି, ଏଗଜିଟ୍ ପୋଲ ଅବାନ୍ତର । ଏହାକୁ ବିଶ୍ବାସ କରନାହିଁ । ଏହା ଷ୍ଟକ ମାର୍କେଟକୁ ବଞ୍ଚାଇବା ପାଇଁ ଏଭଳି ପ୍ରକାଶ କରାଯାଇଛି ।
ମତଗଣନା ପୂର୍ବରୁ ମମତା ଭର୍ଚ୍ଚୁଆଲ ବୈଠକରେ ଯୋଗଦେଇ କାଉଣ୍ଟି ଏଜେଣ୍ଟଙ୍କୁ କହିଛନ୍ତି କି, ଆମେ ବଡ଼ ବ୍ୟବଧାନରେ ବିଜୟ ହାସଲ କରୁଛେ । ୨୦୦ରୁ ଅଧିକ ଆସନରେ ଟିଏମସି ଜିତିବ ବୋଲି ଯୁକ୍ତି ବାଢ଼ିଛନ୍ତି ମମତା । ଏହାସହ ସେ କହିଛନ୍ତି କି, ସେମାନେ ଗଣତିରେ ଖେଳ କରିବେ । ଆମେ ମଧ୍ୟ ଦେଖିବା ସେମାନେ କେତେ ବଡ଼ ଖେଳାଳି । ଆମ ପାଖରେ ମଧ୍ୟ ଖେଳାଳିଙ୍କ ଅଭାବ ନାହାନ୍ତି । ଆମେ ମଧ୍ୟ ଗଣତିରେ ଖେଳ କରିବୁ ।
ଏଜେଣ୍ଟଙ୍କ ମମତା ପରାମର୍ଶ ଦେଇଛନ୍ତି କି, ଆପଣମାନେ ଅପରାହ୍ନ ୨ଟା ପର୍ଯ୍ୟନ୍ତ ମତ ଗଣନା କେନ୍ଦ୍ର ଛାଡ଼ନାହିଁ । ଯଦି କେଉଁଠି ୨୦୦-୩୦୦ ଭୋଟ ବ୍ୟବଧାନ ରହୁଛି ତାହେଲେ ପୁଣିଥରେ ଗଣିବା ପାଇଁ ଦାବି କରନ୍ତୁ । ଏହାସହ ସମେସ୍ତ ନିଜ ଘରୁ ଖାଦ୍ୟ ନେଇ ଯାଆନ୍ତୁ । ବାହାର ଖାଦ୍ୟ ଖାଇଲେ ଯଦି କେହି କିଛି ମିଶ୍ରଣ କରିଥାଇପାରନ୍ତି । ଏହା ପୂର୍ବିଦିନ ଠାରୁ ପାନ ଜର୍ଦ୍ଦା ଛାଡ଼ନ୍ତୁ । ଏହାସହ କାଳେ ଷ୍ଟ୍ରଙ୍ଗ ରୁମରୁ ଇଭିଏମ ବଦଳାଇ ଦେବେ ଏଣୁ ଏହା ପୂର୍ବରୁ ଯାଇ ପହଞ୍ଚିବା ସହ ନଜର ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ।
